Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: 'ଆୟୁଷ୍ମାନ ଭାରତ'ରେ ମିଶିବନି 'ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା'

ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: 'ଆୟୁଷ୍ମାନ ଭାରତ'ରେ ମିଶିବନି 'ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା'

ଭୁବନେଶ୍ୱର: ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ 'ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା'କୁ 'ଆୟୁଷ୍ମାନ ଭାରତ' ଯୋଜନା ସହିତ ମିଶ୍ରଣ କରାଯିବ ନାହିଁ।

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ରାଜ୍ୟର ସାମ୍ବାଦିକମାନେ ପୂର୍ବପରି ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ ସମସ୍ତ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ସୁରକ୍ଷା ନିରବଚ୍ଛିନ୍ନ ଭାବେ ପାଇପାରିବେ।

ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ପୂର୍ବରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ଏବଂ ସେମାନଙ୍କ ପରିବାରବର୍ଗ ପୂର୍ବଭଳି ସମସ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବା ଜାରି ରଖିବେ। ଏହା ସହିତ ଯେଉଁ ସାମ୍ବାଦିକମାନେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇନାହାନ୍ତି, ସେମାନେ ମଧ୍ୟ ହିତାଧିକାରୀ ହେବା ପାଇଁ ନୂତନ ଭାବେ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ଏହି ସାମ୍ବାଦିକ-ହିତୈଷୀ ନିଷ୍ପତ୍ତିକୁ ଓଡ଼ିଶାର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଛି। 'ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ' ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ ରଖିଥିବାରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଭୀର କୃତଜ୍ଞତା ଜଣାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia