Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

The Samikhsya Odia 2 weeks ago

ଭୁବନେଶ୍ୱର: ଓଡ଼ିଶାର ସରକାରୀ ଦନ୍ତ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା କରିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପିଜି ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକଙ୍କୁ ସରକାରୀ ସେବାରେ ପ୍ରୋତ୍ସାହିତ କରିବା ସହ ରାଜ୍ୟର ଦନ୍ତ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଅର୍ଥ ବିଭାଗର ସମ୍ମତି ପରେ ସ୍ୱାସ୍ଥ୍ୟ ବିଭାଗ ଏହି ନୋଟିଫିକେସନ୍‌ ଜାରି କରିଛି।

NMC ସ୍ୱୀକୃତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍‌ ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନେ ଏହି ସୁବିଧା ପାଇବେ। ସରକାରୀ ନୋଟିଫିକେସନ୍‌ ଅନୁଯାୟୀ, ୨୯ ଅଗଷ୍ଟ ୨୦୨୬ରୁ ଏହି ପ୍ରୋତ୍ସାହନ ଲାଗୁ ହେବ।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକମାନେ ସରକାରୀ ସେବାରେ ରହିବାକୁ ଅଧିକ ଉତ୍ସାହିତ ହେବେ। ଏହାସହ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ବିଶେଷଜ୍ଞ ଦନ୍ତ ଚିକିତ୍ସା ସେବା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia