Dailyhunt
ଆଜିଠୁ ପୁଣି ରାଜଧାନୀରେ କୋଭିଡ ଟିକାକରଣ

ଆଜିଠୁ ପୁଣି ରାଜଧାନୀରେ କୋଭିଡ ଟିକାକରଣ

The Satyadrasta 5 years ago

ସରକାରୀ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଚାଲିଛି କୋଭିଡ ଟିକାକରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୫୦ ହଜାର ୭୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଜାନୁଆରୀ ୨୫ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି। ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଆସନ୍ତାକାଲିଠୁ ଫେବୃଆରୀ ୧୦ ଯାଏଁ ଟିକାକରଣ କରାଯିବ।
ଆଜି କେବଳ ଭୁବନେଶ୍ୱର ଓ ୨୮ ତାରିଖରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ। ଯେଉଁମାନେ ପଞ୍ଜିକୃତ ହୋଇ ଟିକା ନେଇନାହାନ୍ତି, ସେମାନଙ୍କୁ ପୁଣି ପର୍ଯ୍ୟାୟକ୍ରମେ ଟିକା ପାଇଁ ଡକାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଅପରପକ୍ଷେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଟିକା ନନେବା ନିଷ୍ପତିରୁ ଓହରିଛି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ।

ରାଜସ୍ୱ, ଗୃହ ଓ ନଗର ଉନ୍ନୟନ ବିଭାଗ ପଞ୍ଜୀକରଣ ପାଇଁ ଶେଷ ତାରିଖ ଜାନୁଆରୀ ୨୫ ଥିବା ବେଳେ ଏହାକୁ ୩୧ ତାରିଖକୁ ବୃଦ୍ଧି କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta