Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଜ୍ରାଘାତରେ ୧୬ ବର୍ଷର ବାଳକ ମୃତ, ଦୁଇ ଆହତ

ବଜ୍ରାଘାତରେ ୧୬ ବର୍ଷର ବାଳକ ମୃତ, ଦୁଇ ଆହତ

The Satyadrasta 14 hrs ago

ରାଇକିଆ : ବଜ୍ରାଘାତରେ ୧୬ ବର୍ଷର ବାଳକ ମୃତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କୁମ୍ଭାରଖାଡି ଗାଁରେ ଘଟିଛି ଅଭାବନୀୟ ଘଟଣା । ତିନି ଜଣ ବାଳକ ଘର ସମ୍ମୁଖରେ ଖେଳୁଥିବା ବେଳେ ହଠାତ୍ ବର୍ଷା , ପବନ , ଘଡଘଡି ମାରିଥିଲା । ଯାହା ଫଳରେ ଜଣେ ୧୬ ବର୍ଷ ବାଳକର ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ବାଳକ ସାମାନ୍ୟ ଆହତ ହୋଇଛନ୍ତି ।

ମୃତ ବାଳକର ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଗ୍ରାମ ବାସୀ । ମୃତ ବାଳକ ଜଣକ ହେଲେ କୁମ୍ଭାରଖାଡି ଗାଁର ସୁମନ ମଲ୍ଲିକ ବୋଲି ଜଣାପଡିଛି । ଏନେଇ ଗାଁରେ ଶୋକରେ ଛାୟା ଖେଳି ଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta