Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଜ୍ରାଘାତରେ ଜଳିଗଲା ତିନି ବଖରା

ବଜ୍ରାଘାତରେ ଜଳିଗଲା ତିନି ବଖରା

The Satyadrasta 1 week ago

ଦ୍ରକ : କାଳ ବୈଶାଖୀ ପ୍ରଭାବ ଯୋଗୁ ବଜ୍ରାଘାତରେ ଜଳିଗଲା ତିନି ବଖରା ଘର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ ଦହପାଣିଆ ଗାଁର ବିଷ୍ଣୁ ମୋହନ ମହାଳିକଙ୍କ ତିନି ବଖରା ଘର ଆଜି ବଜ୍ରାଘାତ ଯୋଗୁଁ ଜଳି ଯାଇଥିବା ଦେଖିବାକୁ ମିଳିଛି । ଗାଁ ଲୋକ ଓ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲାବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଥିଲେ ।

ତେବେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳି ଯିବା ସହ ଘରର ଆବଶ୍ୟକ ଜିନିଷ ପତ୍ର ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ଫଳରେ ପରିବାର ଲୋକେ ନାହିଁ ନଥିବା ଅବସ୍ଥାରେ ଖୋଲା ଆକାଶ ତଳେ ପଡିରହିଥିବା ଦେଖିବା ପାଇଁ ମିଳିଛି । ପ୍ରଶାସନ ତରଫରୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta