Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦେଶରେ ଜୀବନ ବୀମା ଗ୍ରହଣୀୟତା ହାର ଜିଡିପିର ୨.୭% କୁ ହ୍ରାସ

ଦେଶରେ ଜୀବନ ବୀମା ଗ୍ରହଣୀୟତା ହାର ଜିଡିପିର ୨.୭% କୁ ହ୍ରାସ

The Satyadrasta 2 weeks ago

ନୂଆଦିଲ୍ଲୀ,୧ା୯: ଭାରତର ବୀମା ବଜାର ବିସ୍ତାର ହେଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ, ଜୀବନ ବୀମା ଶିଳ୍ପ ୮.୮୬ ଲକ୍ଷ କୋଟି ଟଙ୍କାର ପ୍ରିମିୟମ୍‌ ସଂଗ୍ରହ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୬.୭୩% ବୃଦ୍ଧି ପାଇଛି। ଏହାସତ୍ତ୍ବେ ଳୋକଙ୍କ ମଧ୍ୟରେ ଜୀବନ ବୀମା ଗ୍ରହଣ କରିବା ହାରବା ଗ୍ରହଣୀୟତା ଜିଡିପିର ୨.୭% କୁ ହ୍ରାସ ପାଇଛି।

ଏହା ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହୁଛି। ଗ୍ରାହକମାନେ କେବଳ ସେମାନେ କିଣୁଥିବା ଉତ୍ପାଦ ଉପରେ ନୁହେଁ, ବରଂ ଏହା ପଛରେ ରହିଥିବା ସଂସ୍ଥା ଉପରେ ମଧ୍ୟ ବିଶ୍ୱାସ କରିବା ଉଚିତ। ଗ୍ରାହକଙ୍କ ପାଇଁ ଏକ ଉଚ୍ଚ ଦାବି ପୈଠ ଅନୁପାତ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ। ଗ୍ରାହକମାନେ ବୀମା ପ୍ରଦାନକାରୀ ସଂସ୍ଥାର ଅନେକ ବର୍ଷର ରେକର୍ଡ ସହିତ ପଇଠ କରିଥିବା ଦାବିର ସଂଖ୍ୟା ଓ ମୂଲ୍ୟ, ସମାଧାନର ବେଗ, ପ୍ରକ୍ରିୟାର ସହଜତା ଏବଂ ପରିବାରକୁ ପ୍ରଦାନ କରାଯାଇଥିବା ସହାୟତାର ଗୁଣବତ୍ତା ଦେଖିବା ଉଚିତ ବୋଲି ଆକ୍ସିସ୍‌ ମ୍ୟାକ୍ସ ଲାଇଫ୍‌ ପକ୍ଷରୁ କୁହାଯାଇଛି। । ଆକ୍ସିସ୍‌ ମ୍ୟାକ୍ସ ଲାଇଫ୍‌ରେ ବ୍ୟକ୍ତିଗତ ମୃତ୍ୟୁ ଦାବି ପୈଠ ଅନୁପାତ ଗତ ୫ ବର୍ଷ ହେବ ୯୯% ଉପରେ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta