Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଣି ଫୁଲୁଛି ବୈତରଣୀ ଜଳସ୍ତର, ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

ପୁଣି ଫୁଲୁଛି ବୈତରଣୀ ଜଳସ୍ତର, ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

The Satyadrasta 1 week ago

ଯାଜପୁର ଟାଉନ : ପୁଣି ଫୁଲୁଛି ବୈତରଣୀ ଜଳସ୍ତର । ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ପାଇଁ ବୈତରଣୀରେ ଜଳସ୍ତର ବୃଦ୍ଧି । ବୈତରଣୀ ଏବଂ ଏହାର ଶାଖା ନଦୀ କାଣୀରେ ବନ୍ୟାପାଣି ବୃଦ୍ଧି ଯୋଗୁ ପାଣିରେ ଉବୁଟୁବୁ ହେଉଛି ଦଶରଥପୁର ବ୍ଳକ ବାସିନ୍ଦା । ବ୍ଲକର ୧୯ ଗ୍ରାମପଞ୍ଚାୟତର ୬୨ଟି ଗାଁ ପ୍ରଭାବିତ ହୋଇଛି । ପୂର୍ଵ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରିନାହିଁ ।

ପୁଣି ଜଳସ୍ତର ବଢିବାରୁ ନିର୍ମାଣଧୀନ ଘାଇ ବାଟେ ଗାଁକୁ ବନ୍ୟାପାଣି ମାଡି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

ଦଶରଥପୁର ବ୍ଲକରେ ବନ୍ୟା ସ୍ଥିତିରେ ସମାନ୍ୟ ସୁଧାର ଆସୁଥିବା ବେଳେ ପୁଣି ଏହି ବନ୍ୟା ପାଣି ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ଅନେକ ଗାଁ ଦାଣ୍ଡରେ ବନ୍ୟା ପାଣି ଚାଲିଛି । ଡୋଭାବିଲ ଅଞ୍ଚଳରେ ଏବେ ବି ୧୦୦ରୁ ଅଧିକ ପରିବାର ପାଲ ତଳେ ଜୀବନ କାଟୁଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ପାଇଁ ପୁଣି ସ୍କୁଲ ଛୁଟି ଘୋଷଣା । ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକ ର ୭୧ ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta