Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁନା ଗହଣା ଓ ଟଙ୍କା ଫେରିପାଇଲେ ଯୁବତୀ

ସୁନା ଗହଣା ଓ ଟଙ୍କା ଫେରିପାଇଲେ ଯୁବତୀ

The Satyadrasta 2 hrs ago

ନୀଳଗିରି : ମାନବିକତା ଦେଖାଇଲେ ଯୁବକ। ହଜିଥିବା ସୁନା ଗହଣା ଓ ଟଙ୍କା ଫେରିପାଇଲେ ଯୁବତୀ । ଆଜିର ସମାଜରେ ସତ୍ୟନିଷ୍ଠା ଓ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ଜଳେଶ୍ୱର ବ୍ଲକ ଗଡସାହି ଅଞ୍ଚଳର ଯୁବକ ଶଙ୍କର ମହାଳିକ। ତାଙ୍କର ସଚ୍ଚୋଟତା ଯୋଗୁଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଜଣେ ଯୁବତୀ ହଜାଇଥିବା ମୂଲ୍ୟବାନ ସୁନା ଗହଣା, ରୂପା ଅଳଙ୍କାର, ଏଟିଏମ କାର୍ଡ ଓ ନଗଦ ଟଙ୍କା ପୁନର୍ବାର ଫେରି ପାଇଛନ୍ତି।

ସୂଚନା ଅନୁଯାୟୀ, ନୀଳଗିରି ମଲ୍ଲୀଆଣି ଗାଁର ଯୁବତୀ ଶକୁନ୍ତଳା ନାୟକ ତାଙ୍କ ମା'ଙ୍କ ଅସୁସ୍ଥତା ଖବର ପାଇ ନୀଳଗିରି ଚିକିତ୍ସାଳୟକୁ ଆସିଥିଲେ। ଏହି ସମୟରେ ତାଙ୍କ ବ୍ୟାଗରେ ଥିବା ୨ଟି ସୁନା ମୁଦି, ୬ଟି ରୂପା ମୁଦି, ୨ଟି ସୁନା ବଳା, ୨ଟି ଏଟିଏମ କାର୍ଡ ଓ ନଗଦ ୫ ହଜାର ଟଙ୍କା ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରେ ହଜିଯାଇଥିଲା। ବହୁ ଖୋଜାଖୋଜି ପରେ ସେ ବ୍ୟାଗଟିକୁ ପାଇନଥିଲେ ।

ଏହି ସମୟରେ ବରହମପୁର ଟାଟା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଶଙ୍କର ମହାଳିକ ବରହମପୁରରୁ ନୀଳଗିରି ଆସୁଥିବା ବେଳେ ଜଗନ୍ନାଥ ମନ୍ଦିର ନିକଟରେ ବ୍ୟାଗଟି ପାଇଥିଲେ। ବ୍ୟାଗ ଭିତରେ ଥିବା ମୂଲ୍ୟବାନ ସାମଗ୍ରୀ ଦେଖି ସେ ମାନବିକତା ଓ ସତ୍ୟନିଷ୍ଠାର ପରିଚୟ ଦେଇ ଏହାର ପ୍ରକୃତ ମାଲିକଙ୍କୁ ଖୋଜିବା ପାଇଁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ପରେ ବ୍ୟାଗରେ ଥିବା ଏଟିଏମ କାର୍ଡ ଆଧାରରେ ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ନୀଳଗିରି ଥାନାକୁ ମଧ୍ୟ ଅବଗତ କରାଇଥିଲେ। ପୋଲିସ ଓ ବ୍ୟାଙ୍କର ସହଯୋଗରେ ଯୁବତୀଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇଥିଲା । ଶେଷରେ ଯୁବତୀ ନୀଳଗିରି ଥାନାରେ ପହଞ୍ଚି ନିଜର ହଜିଯାଇଥିବା ବ୍ୟାଗ ସହ ସମସ୍ତ ଗହଣା, ଏଟିଏମ କାର୍ଡ ଓ ନଗଦ ଟଙ୍କା ଫେରି ପାଇଥିଲେ। ଶଙ୍କର ମହାଳିକଙ୍କ ଏହି ସତ୍ୟନିଷ୍ଠ ଓ ମାନବିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta