Dailyhunt
THE JANASEVA 3 years ago
ଜୁପିଟର୍ ପବ୍ଲିକ୍‌ ସ୍କୁଲ୍‌କୁ ମିଳିଲା ଆୱାର୍ଡ । ଭୁବନେଶ୍ଵର(୩୦/୫) : ଭବିଷ୍ୟତ ପିଢ଼ି ଗଢ଼ିବା ତଥା ଭବିଷ୍ୟ ନିର୍ମାଣ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତୁଳନୀୟ । କରୋନାର ଆତଙ୍କ କାଳ ଓ ପରବର୍ତ୍ତୀ ସମୟରେ ସମନ୍ବିତ ଉନ୍ନତ ଶିକ୍ଷା କ୍ଷେତ୍ରରେ ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ଅବଦାନ ଅନନ୍ୟ। ଏହି ଗ୍ରୁପ୍ ଦ୍ଵାରା ଜୁପିଟର୍ ପବ୍ଲିକ୍‌ ସ୍କୁଲ୍ (ଜେପିଏସ୍) ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରି ଶିକ୍ଷାସେବା ପ୍ରଦାନ କରିଆସୁଛି । ଏଥିପାଇଁ ଜୁପିଟର୍ ପବ୍ଲିକ୍‌ ସ୍କୁଲ୍‌କୁ ଜାତୀୟ ଗଣମାଧ୍ୟମ ସଂସ୍ଥା ନିଉଜ୍-୧୮ ନେଟୱର୍କ ପକ୍ଷରୁ ‘ ଏଜୁକେସନ୍ ଏମିନେନ୍ସ ଆୱାର୍ଡ- ୨୦୨୨’ ପ୍ରଦାନ କରାଯାଇଛି । ନିଉଜ୍-୧୮ ଓଡ଼ିଆର ବରିଷ୍ଠ ସମ୍ପାଦକ ଦୟାନିଧୂ ଦାଶ ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ମାୟାଧର ପ୍ରଧାନଙ୍କଠାରୁ ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସର ଉପସଭାପତି ବିଶ୍ଵରଞ୍ଜନ ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।
ଭୁବନେଶ୍ୱରସ୍ଥିତ ହୋଟେଲ୍‌ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସ୍‌ନାଲ୍ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Dailyhunt
Disclaimer: This content has been published by the user directly on Dailyhunt, an intermediary platform. Dailyhunt has neither reviewed nor has knowledge of such content. Publisher: THE JANASEVA