Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
THE JANASEVA 4 years ago
‘ଜୁପିଟର୍'ର ୨୦ ବର୍ଷ ପୂର୍ତ୍ତୀ ଅବସରରେ ଜମିଲା "ସମର୍ ସିଣ୍ଡିଙ୍ଗ୍'
ପରୋପକାରରେ ନିଜକୁ ଉତ୍ସର୍ଗ କର: ସବ୍ୟସାଚି

ଭୁବନେଶ୍ୱର: ପରୋପକାର ଓ ଜନହିତରେ ନିଜକୁ ଉତ୍ସର୍ଗ କର । ଏଭଳି ଆଦର୍ଶ ସୃଷ୍ଟି କରିବା ସହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କର । ଜୁପିଟର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍ ନିଜସ୍ୱ କ୍ୟାମ୍ପସ୍ ଗଙ୍ଗପଡ଼ାରେ ଇତିମଧ୍ୟରେ ଅନୁଷ୍ଠିତ ‘ସମର ସିଣ୍ଡିଙ୍ଗ' ସେଲିବ୍ରେସନ୍ ଅବସରରେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚି ମିଶ୍ର ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି । "ଜୁପିଟର୍' ୨୦ ବର୍ଷ ପୂର୍ତ୍ତି ଅବସରରେ ମହାଡ଼ମ୍ବରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ସ୍ୱତନ୍ତ୍ର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଦ୍ୟାର୍ଥୀଙ୍କ ସଙ୍ଗୀତ ଓ ନୃତ୍ୟରେ ଦର୍ଶକ ବିଭୋର୍ ହୋଇଥିଲେ ।
ଏହି ଅବସରରେ ଜୁପିଟର ହାଇସ୍କୁଲ ସେକେଣ୍ଡାରୀ ସ୍କୁଲର ପ୍ରଥମ ବ୍ୟାଚ୍ ପ୍ରଥମ ଛାତ୍ରୀ ଶ୍ରୀତମ୍ ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ବିଭିନ୍ନ ବର୍ଗରେ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଜୁପିଟର୍ ଗ୍ରୁପ୍ର ସଭାପତି ବିରଞ୍ଚିଞ୍ଚନାରାୟଣ ପଣ୍ଡା, ସମ୍ପାଦକ ପ୍ରସନ୍ନ କୁମାର ପାତ୍ର, ଉପସଭାପତି ବିଶ୍ୱରଞ୍ଜନ ପାତ୍ର, ଜୁପିଟର ସ୍କୁଲ୍ ଅଧ୍ୟକ୍ଷା ନିରୁପମା ପାତ୍ର, ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ କେ. ଭରତଚନ୍ଦ୍ର, ଡିଗ୍ରୀ କଲେ୍ର ଅଧ୍ୟକ୍ଷ ଡ. ଅର୍ଦ୍ଧେନ୍ଦୁ ଆଚାର୍ଯ୍ୟଙ୍କ ସମେତ ରୋହିତ ଷଢ଼ଙ୍ଗୀ, ଦୀପକ ତ୍ରିପାଠୀ, ସୌମେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ଏବଂ ବିଦ୍ୟାର୍ଥୀଙ୍କୁ ସୁପରାମର୍ଶ ଦେଇଥିଲେ ।
Dailyhunt
Disclaimer: This content has been published by the user directly on Dailyhunt, an intermediary platform. Dailyhunt has neither reviewed nor has knowledge of such content. Publisher: THE JANASEVA