Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ଘରେ ସ୍ନାକ୍ସରେ ବନାନ୍ତୁ ଚଟାପଟ ଚଣା, ଏମିତି କରନ୍ତୁ ପ୍ରସ୍ତୁତ

ଆଜି ଘରେ ସ୍ନାକ୍ସରେ ବନାନ୍ତୁ ଚଟାପଟ ଚଣା, ଏମିତି କରନ୍ତୁ ପ୍ରସ୍ତୁତ

ଣା ଖାଇବା ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଏହାକୁ ସବୁବେଳେ ସିଝାଇ ଖାଇବା ପାଇଁ ବିରକ୍ତି ଲାଗିଥାଏ। ଏମିତିରେ ଆମେ ଆଜି ଆପଣଙ୍କୁ ଏମିତି ଚଟପଟା ଚଣା ପ୍ରସ୍ତୁତି ବିଷୟରେ ଶିଖାଇବୁ ଯାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥିବା ସହ ସ୍ୱାଦିଷ୍ଟ ମଧ୍ୟ ହେବ। ତେବେ ଆସନ୍ତୁ ଜାଣିବା, କେମିତି କରିବେ ଏହାକୁ ପ୍ରସ୍ତୁତ…

ଆବଶ୍ୟକ ସାମଗ୍ରୀ : ୧ କପ୍‌ କଳା ଚଣା, ଟମାଟର, କ୍ୟାପସିକମ୍‌, ଲଙ୍କା ପାଉଡର, ହଳଦୀ, ଅମାଚୁର ପାଉଡର, ଲୁଣ, ଆବଶ୍ୟକ ଅନୁଯାୟୀ ତେଲ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପ୍ରେସର କୁକୁରରେ ଚଣାକୁ ସିଝାଇ ୮-୯ଟି ସିଟି ଦେଇଦିଅନ୍ତୁ। ଏହା ସିଝିଗଲା ପରେ ପାଣିରୁ କାଢି ଆଣନ୍ତୁ। ଏବେ ମିଡିଅମ ଆଞ୍ଚରେ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା ପକାନ୍ତୁ। ଜିରା ଫୁଟିଆସିଲେ, ସେଥିରେ ଟମାଟର, କ୍ୟାପସିକମ୍‌ ପକାଇ ୨ ମିନିଟ ଭାଜିଦିଅନ୍ତୁ। ପୁଣି ସେଥିରେ ହଳଦୀ ପାଉଡର, ଗରମ ମସଲା, ଆମଚୁର ପାଉଡର, ଲଙ୍କା ପାଉଡର, ଏବଂ ଲୁଣ ମିଶାଇ ଚଣା ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ଚଣା।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV