Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ସନ୍ଧ୍ୟା ଜଳଖିଆରେ କଣ ବନେଇବେ ଚିନ୍ତା କରୁଛନ୍ତି ନା, ତେବେ ଫଟାଫଟ ଜାଣି ରଖନ୍ତୁ 'ବ୍ରେଡ ଉତ୍ତପମ'ର ପ୍ରସ୍ତୁତି ପ୍ରଣାଳୀ

ଆଜି ସନ୍ଧ୍ୟା ଜଳଖିଆରେ କଣ ବନେଇବେ ଚିନ୍ତା କରୁଛନ୍ତି ନା, ତେବେ ଫଟାଫଟ ଜାଣି ରଖନ୍ତୁ 'ବ୍ରେଡ ଉତ୍ତପମ'ର ପ୍ରସ୍ତୁତି ପ୍ରଣାଳୀ

କାଳ ଜଳଖିଆରେ କଣ ବନେଇବେ ସେନେଇ ସବୁ ଗୃହିଣୀଙ୍କର ଏକ ଚିନ୍ତା ଥାଏ । ଆଉ ସେପଟେ ସକାଳ ଜଳଖିଆ ଯଦି ସ୍ୱାଦିଷ୍ଟ ନହୁଏ ପରିବାର ଲୋକେ ବି ଅଶାନ୍ତି ହୋଇଯାନ୍ତି । ତେଣୁ ସକାଳ ସମୟରେ ଯେମିତି ସୁସ୍ୱାଦୁ ଜଳଖିଆ ହେବ ସେହି ଚେଷ୍ଟାରେ ପ୍ରାୟ ସବୁ ଗୃହିଣୀ ଥାନ୍ତି । ଆପଣଙ୍କ ସେହି ଚେଷ୍ଟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସହଜ ଓ ସୁବିଧାରେ ପ୍ରସ୍ତୁତ ହୋଇ ପାରୁଥିବା ଜଳଖିଆ 'ବ୍ରେଡ ଉତ୍ତପମ' ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

- ବ୍ରେଡ ସ୍ଲାଇସ

- ଅଧା କପ ସୁଜି

- ୨ ଚାମଚ ଚାଉଳ ଗୁଣ୍ଡ

- ଅଧା କପ ଦହି

- ଲୁଣ ସ୍ୱାଦ ଅନୁସାରେ

- ସେକିବା ପାଇଁ କିଛି ତେଲ

- କିଛି କଟା ଯାଇଥିବା ପିଆଜ

- ଗୋଟେ ଟମାଟୋ

- ୩ ଚାମଚ ଧନିଆ ପତ୍ର

- କିଛି ଭୃସଙ୍ଗ ପତ୍ର

- କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ:

- ପ୍ରଥମେ ବ୍ରେଡର କଡ ଗୁଡିକୁ କାଟି ନିଅନ୍ତୁ । ହାତରେ ଗୁଣ୍ଡ ଗୁଣ୍ଡ କରି ଦିଅନ୍ତୁ ।

- ଏକ ପାତ୍ରରେ ବ୍ରେଡ ଗୁଣ୍ଡ, ସୁଜି, ଚାଉଳ ଗୁଣ୍ଡ,ଦହି, ପାଣି, ଲୁଣ ଥୋଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । 20 ମିନିଟ ପାଇଁ ଢାଙ୍କି ରଖି ଦିଅନ୍ତୁ ।

- ଏବେ ଏହି ମିଶ୍ରଣକୁ ଗ୍ରାଇଣ୍ଡରରେ ଦେଇ ଗ୍ରାଇଣ୍ଡ କରି ନିଅନ୍ତୁ । ଆବଶ୍ୟକତା ଅନୁସାରେ ପାଣି ଦେଇ ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ ।

- ଏବେ ଚୁଲାରେ ଏକ ନନ ଷ୍ଟିକ ପ୍ୟାନ ବସାନ୍ତୁ । ଗରମ ହେଲେ ତେଲ ଦେଇ ଦୋସା ଭଳି ଘୋଳ ଦେଇ ଦୋଶା ବନାନ୍ତୁ ।

- ଏବେ ତାହା ଉପରେ ଷ୍ଟପିଙ୍ଗ ସାମଗ୍ରୀ ଓ କଡରେ ତେଲ ଦିଅନ୍ତୁ ।

- ଦରକାର ପଡିଲେ ଲେଉଟାଇ ଦିଅନ୍ତୁ ।

- ଏବେ ନିଜ ପସନ୍ଦର ଚଟଣି ସହ ଗରମ ଗରମ ଉତ୍ତପମର ମଜା ନିଅନ୍ତୁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV