Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆପଣ ଜାଣିଛନ୍ତି କି ଲୁଣ ପାଣିରେ ଗାଧୋଇବାର ଫାଇଦା ?

ଆପଣ ଜାଣିଛନ୍ତି କି ଲୁଣ ପାଣିରେ ଗାଧୋଇବାର ଫାଇଦା ?

ଲୁଣ ବିନା ଖାଦ୍ୟ ଫିକା ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ଶରୀର ଏବଂ ସୌନ୍ଦର‌୍ୟ୍ୟତା ପାଇଁ ମଧ୍ୟ ଲୁଣ ଖୁବ୍ ଲାଭକାରୀ । ଆଜ୍ଞା ହଁ, ଗାଧୋଇବା ପାଣିରେ ଲୁଣ ମିଶାଇବା ଦ୍ବାରା ଅନେକ ଅସୁବିଧାର ସମାଧାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲୁଣ ପାଣିରେ ଗାଧୋଇଲେ କଣ କଣ ଫାଇଦା ମିଳିବ।

କିପରି ପ୍ରସ୍ତୁତ କରିବେ ଗାଧୋଇବା ପାଇଁ ଲୁଣ ପାଣି ?

ଏକ ବାଲ୍ଟି ହାଲୁକା ଗରମ ପାଣିରେ ୨ ଚାମଚ ବିଟ ଲୁଣ, ୧ ଚାମଚ ନଡିଆ ତେଲ ମିଶାନ୍ତୁ। ଏହି ପାଣିକୁ ସକାଳେ ସନ୍ଧ୍ୟାରେ ଦୁଇଥର ଗାଧୋଇବା ପାଇଁ ବ୍ୟବହାର କରନ୍ତୁ।

କଣ ରହିଛି ଫାଇଦା ?

-ଥଣ୍ଡା ଏବଂ ଜ୍ବରକୁ ଦୂର କରିବା ପାଇଁ ଲୁଣ ପାଣି ଏକ ସହଜ ଉପାୟ। ଏହି ପାଣିରେ ଗାଧୋଇବା ଦ୍ବାରା ସଂକ୍ରମଣ ଜନିତ ସମସ୍ୟା ଦୂର ହୋଇଥାଏ। ଯାହାଫଳରେ ଥଣ୍ଡା - ଜ୍ବର ଆଦି ଅସୁବିଧାରୁ ରକ୍ଷା ମିଳିଥାଏ।

- ଲୁଣ ପାଣିରେ ଗାଧୋଇବା ଦ୍ବାରା ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ। କାରଣ ଲୁଣ ପାଣି ଶରୀରରେ କ୍ୟାଲସିୟମର ଅଭାବକୁ ଦୂର କରିଥାଏ। ଯାହା ହାଡକୁ ମଜବୁତ କରେ।

-ଖରାଦିନରେ ଅଧିକାଂଶ କୁଣ୍ଡିଆ ସମସ୍ୟା ଦେଖାଦେଇଥାଏ। ଏମିତିରେ ବିଭିନ୍ନ ପ୍ରକାରର ଲୋସନ ଏବଂ ପାଉଡର ବ୍ୟବହାର କରିବା ପରିବର୍ତ୍ତେ ଲୁଣ ପାଣିରେ ଗାଧୋଇବା ଉଚିତ୍। ଏହା ଦ୍ବାରା କୁଣ୍ଡିଆ ସହ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

-ଲୁଣ ପାଣିରେ ଗାଧୋଇବା ଦ୍ବାରା ଥକାପଣ ଏବଂ ଚିନ୍ତା ଦୂର ହୋଇଥାଏ। ଖାସ କରି ରାତି ସମୟରେ ଗାଧୋଇବା ଦ୍ବାରା ଦିନଯାକର ଥକାପଣ ଦୂର ହୋଇଥାଏ।

-ଏହି ପାଣିରେ ଗାଧୋଇବା ଦ୍ବାରା ତ୍ବଚା ଉଜ୍ବଳ ଏବଂ ଚମକଦାର ହୋଇଥାଏ। ଏହା ତ୍ବଚାକୁ ସଫା ରଖିଥାଏ। ଫଳରେ ଚର୍ମ ନରମ ହେବା ସହ ସୁନ୍ଦରତା ବଢ଼ିଥାଏ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV