Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସନ୍ତା ମାସରେ ଏହି ସବୁ ବଡ ଗ୍ରହଙ୍କର ହେବ ପରିବର୍ତ୍ତନ, ଏମାନେ ହେବେ ପ୍ରଭାବିତ

ଆସନ୍ତା ମାସରେ ଏହି ସବୁ ବଡ ଗ୍ରହଙ୍କର ହେବ ପରିବର୍ତ୍ତନ, ଏମାନେ ହେବେ ପ୍ରଭାବିତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ କେତେକ ଗ୍ରହ ନିଜର ଗତି ପରିବର୍ତ୍ତନ କରିବେ । ଏହି ଗ୍ରହ ଗୁଡିକରେ ସୂର୍ଯ୍ୟ, ମଙ୍ଗଳ, ବୁଧ ସାମିଲ ଅଛନ୍ତି । ଏହି ମାସରେ ବୁଧ ଦୁଇ ଥର ନିଜର ରାଶି ପରିବର୍ତ୍ତନ କରିବେ । ଏହା ସହିତ ମେ ୨୦୨୦ ରେ ଗୁରୁ, ଶୁକ୍ର ଓ ଶନି ଗ୍ରହ ବକ୍ରୀ ହେବେ । ଏହି ସମସ୍ତ ଗ୍ରହମାନଙ୍କ ଗତିର ପ୍ରଭାବ ଆପଣ ସମସ୍ତଙ୍କ ଉପରେ ଶୁଭ ପ୍ରଭାବ ପକାଇବ ।

ମେ ର ପ୍ରଥମ ସପ୍ତାହର ୪ ତାରିଖକୁ ଊର୍ଜା, କ୍ରୋଧ ଓ ସୈନ୍ୟ ଶକ୍ତିର କାରକ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ ।

ଏହି ରାଶିରେ ମଙ୍ଗଳ ଗ୍ରହ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ଏହି ଅବଧିରେ କୁମ୍ଭ ରାଶିର ଜାତକଙ୍କ ସାହସ ଓ ପରାକ୍ରମ ବଢିବ । କିନ୍ତୁ ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କ କ୍ରୋଧ ବି ବଢିବ । ସେଥିପାଇଁ ଆପଣଙ୍କୁ ନିଜ ଉପରେ ସଂଯମତା ରଖିବାକୁ ହେବ । ଅନ୍ୟଥା ବିବାଦ ହୋଇପାରେ ।

୯ ମେ ରେ ବୁଧ ବୃଷ ରାଶିରେ ହେବେ ଗୋଚର

ସମ୍ବାଦ, ସଂଚାର ଓ ବୁଦ୍ଧିର ପ୍ରତୀକ ବୁଧ ଗ୍ରହ ୯ ମେ ରେ ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ବୃଷ ରାଶିର ଜାତକମାନଙ୍କ ଉପରେ କିଛି ପ୍ରଭାବ ରହିବ । ଏହା ସମୟରେ ଆପଣଙ୍କ କ୍ଷମତା ବି ବୃଦ୍ଧି ହେବ । ଆପଣ ସାହସର ସହିତ ନିଜର କଥାକୁ ରଖିବେ । ଆପଣଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ହେବ ।

୧୪ ମେ ରେ ସୂର୍ଯ୍ୟ ବୃଷ ରାଶିରେ କରିବେ ପ୍ରବେଶ

୧୪ ମେ ରେ ସୂର୍ଯ୍ୟ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏହି ରାଶିରେ ୧୫ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ସୂର୍ଯ୍ୟର ଏହି ରାଶିରେ ଆସିବା ଦ୍ଵାରା ଏହି ରାଶିମାନଙ୍କୁ ମିଶ୍ରିତ ଫଳାଫଳ ମିଳିବ । ଏହା ସହିତ ଆପଣ ସମସ୍ତ ସମସ୍ୟାର ସମାଧାନ ବାହାର କରିବେ ଓ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ବି କରିବେ । ଅନ୍ୟ ପଟେ ଆପଣଙ୍କ ଭିତରେ ଅହଂକାର ବି ଆସିପାରେ । ଯାହାର ପ୍ରଭାବ ଦ୍ଵାରା ଆପଣଙ୍କ ସମ୍ପର୍କ ବି ଖରାପ ହୋଇପାରେ । ସୂର୍ଯ୍ୟର ଏହି ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ନ ହୋଇପାରେ ।

୨୫ ମେ ବୁଧ ମିଥୁନ ରାଶିରେ କରିବେ ପ୍ରବେଶ

ମିଥୁନ ବୁଧର ରାଶି ଅଟେ । ଏହି ବର୍ଷ ୨୫ ମେ ରେ ବୁଧ ନିଜ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜର ଭଲ ସ୍ଵଭାବ କାରଣରୁ ଲୋକମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହେବେ । ସମାଜ ମଧ୍ୟରେ ଆପଣଙ୍କ ଛବି ଭଲ ରହିବ ଓ ଲୋକମାନେ ଆପଣଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବେ । ଏହି ଗୋଚର କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବି ବିଭିନ୍ନ ପ୍ରକାରର ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବୈବାହିକ ଜୀବନରେ ଆପଣଙ୍କୁ ଉତ୍ତମ ପରିଣାମ ମିଳିବ ।

୧୧ ମେ ରେ ଶନି ବକ୍ରୀ

୧୧ ମେ କୁ ଶନି ବକ୍ରୀ କରିବେ । ତାଙ୍କର ଏହି ବକ୍ରୀ ଗତି ୧୪୨ ଦିନ ପର୍ଯ୍ୟନ୍ତ ରହିବ । ଏହା ପରେ ୨୯ ସେପ୍ଟେମ୍ବରରେ ପୁଣି ଥରେ ଶନି ମାର୍ଗୀ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ରରେ ଶନିର ଗୋଚର, ବକ୍ରୀ ଓ ମାର୍ଗୀ ହେବା ବହୁତ ମହତ୍ଵ ରଖିଥାଏ । ଏହାର ପ୍ରଭାବ ସବୁ ରାଶିଙ୍କ ଉପରେ ପଡିଥାଏ ।

୧୩ ମେ ଶୁକ୍ର ବକ୍ରୀ

ଏହି ମାସରେ ୧୩ ମେ ରେ ଶୁକ୍ର ଗ୍ରହ ବକ୍ରୀ କରିବେ । ଏହା ପରେ ୨୫ ଜୁନ ୨୦୨୦ରେ ଶୁକ୍ର ମାର୍ଗୀ ହେବେ ।

୧୪ ମେ ଗୁରୁ ବକ୍ରୀ

ଏହି ମାସରେ ୧୪ ତାରିଖକୁ ଗୁରୁ ବକ୍ରୀ ଭାବରେ ଚଳିବେ ଓ ପୁଣି ୧୩ ସେପ୍ଟେମ୍ବର ୨୦୨୦ରେ ସେ ମାର୍ଗୀ ହେବେ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV