Dailyhunt
ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି Exercise, ସବୁ ଦିନ ପାଇଁ ଭଲ ହୋଇଯିବ ଅଣ୍ଟାବିନ୍ଧା, Dr. Sibani Sankar Tripathy

ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି Exercise, ସବୁ ଦିନ ପାଇଁ ଭଲ ହୋଇଯିବ ଅଣ୍ଟାବିନ୍ଧା, Dr. Sibani Sankar Tripathy

ଜିକାଲି ସବୁ ବୟସର ପିଲାଙ୍କ ଠାରେ ଅଣ୍ଟା ବିନ୍ଧା ସମୟା ଦେଖିବାକୁ ମିଳୁଛି । ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ଯା ବଢିବାରେ ଲାଗିଛି । ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କେତେକ ବ୍ୟାୟମ ରହିଛି, ଯାହା ନିୟମିତ କରିବା ଦ୍ଵାରା ଅଣ୍ଟା ଯନ୍ତ୍ରଣାରୁ ଉପଶମ ପାଇ ହେବ ।

ଚାଲନ୍ତୁ ଏହି ବିଷୟରେ ଜାଣିବା ଫିଜିଓ ଥେରାପିଷ୍ଟ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ଠାରୁ ।

ଅଧିକ ସମୟ ଧରି ବସି ରହିବା ବା ବସି ରହି ଅନେକ ସମୟ କାମ କରୁଥିବା ଲୋକଙ୍କର ଅଣ୍ଟା ବିନ୍ଧା ସମସ୍ଯା ଅଧିକ ଦେଖା ଦେଇଥାଏ । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ବସି ରହି ପାଠ ପଢିବା ଓ ଖେଳିବା ଦ୍ଵାରା ତାଙ୍କ ଠାରେ ଏହି ସମସ୍ଯା ଦେଖାଯାଏ । ସେହିପରି ଅଫିସରେ ବା ଅନ୍ୟ କେଉଁ ସ୍ଥାନରେ ଦିନ ସାରା ବସି ରହି କାମ ରହିବା ଦ୍ଵାରା ଅଣ୍ଟା ମାଂସପେଶୀରେ ଏହାର ପ୍ରଭାବ ପଡିଥାଏ ।

ଯାହା ଫଳରେ ଅଣ୍ଟାର ତଳଭାଗ ଯଥା L1, L2, L3, L4 ଓ L5 ଅଂଶ ଗୁଡିକ ଅଧକ ବ୍ୟଥା ହୁଏ । କାରଣ ବସି ରହିବା ଦ୍ଵାରା ସେହି ସ୍ଥାନର ମାଂସପେଶୀ ଗୁଡିକ ନିଦାଳିଆ ଏବଂ ଟାଇଟ ହୋଇଯାନ୍ତି । ଏହି ସମସ୍ଯା ଦୂର କରିବା ପାଇଁ କେତେକେ ସାଧାରଣ ମେରୁଦଣ୍ଡ ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ ଓ କିଛି କୋର୍ସ ଷ୍ଟାବିଲିଟି ଷ୍ଟ୍ରେଙ୍ଗଦେନିଙ୍ଗ ଏକ୍ସରସାଇଜ ଯଥା ପ୍ଲାଙ୍କ ଏକ୍ସରସାଇଜ ଓ ସ୍ପାଇନାଲ ଏକ୍ସଷ୍ଟେନସନ ଏକ୍ସରସାଇଜ ଆଦି କରିବା ଦ୍ଵାରା ଯନ୍ତ୍ରଣା କମ ହୋଇଥାଏ ।

ଆଗକୁ ଆଉ ଯନ୍ତ୍ରଣା ନ ହେବା ପାଇଁ ତଳିପେଟ (abdominal muscles) ଏବଂ ମେରୁଦଣ୍ଡ ତଳ (spinal back muscle) କୁ ଶକ୍ତ କରିବା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ ଏହି ସମସ୍ଯା ହେବ ନାହିଁ । ଏହାସହ ପୁଷ୍ଟିକର ଖାଦ୍ଯ ଖାଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଟେ । ଖାଦ୍ଯରେ ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ଯ ସାମିଲ କରନ୍ତୁ ଓ ସକାଳୁ ନିୟମିତ ବ୍ୟାୟମ କରନ୍ତୁ । ଯଦି ବ୍ୟାୟାମ କରି ପାରୁ ନାହାନ୍ତି ତେବେ ଅତି କମରେ ୩୦ ମିନିଟ ପର୍ଯ୍ୟନ୍ତ କେବଳ ଚାଲନ୍ତୁ ।

ଦେଖିବେ ଏହି ସମସ୍ଯା ଦୂର ହୋଇଯିବ । ଏହା ସହ ଯଦି ଆପଣଙ୍କ ଅଣ୍ଟାରେ ବ୍ୟଥା ହେଉଛି ତେବେ ଆପଣ ଘରେ ଏହି ସବୁ ଏକ୍ସରସାଇଜ ଅଭ୍ଯାସ କରନ୍ତୁ । ଯଦି ଅଧିକ ବ୍ୟଥା ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV