Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦହିରେ ଜୁଆଣି ମିଶାଇ ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ପ୍ରକାରର ଲାଭ, ଭଲହୁଏ ସାଙ୍ଘାତିକ ରୋଗ

ଦହିରେ ଜୁଆଣି ମିଶାଇ ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ପ୍ରକାରର ଲାଭ, ଭଲହୁଏ ସାଙ୍ଘାତିକ ରୋଗ

ନେକ ଲୋକ ଖାଦ୍ୟ ସହିତ ନିୟମିତ ଦହି ନିଅନ୍ତି, କିନ୍ତୁ ଯେଉଁମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଦହିରେ ଲୁଚି ରହିଥିବା ସ୍ୱାସ୍ଥ୍ୟ ଏବଂ ସୁନ୍ଦରତାର ରହସ୍ୟ ଜାଣିବା ପରେ ସେମାନେ ମଧ୍ୟ ଏହାକୁ ପ୍ରତିଦିନ ଖାଇବା ଆରମ୍ଭ କରିବେ । ତାହେଲେ ଆସନ୍ତୁ ଜାଣିବା ଦହିର ଗୁଣ ।

  • ପ୍ରତିଦିନ ଦହି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବଢି ଯାଇଥାଏ ।
  • ଦହିରେ ଜୁଆଣି ମିଶାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୋଇଥାଏ ।
  • ଖରାଦିନେ ଦହି କିମ୍ବା ଲସି ପିଇବା ଦ୍ୱାରା ପେଟର ଉତ୍ତାପ ଶାନ୍ତ ହୋଇଥାଏ । ଯଦି ଆପଣ ଏହାକୁ ପିଇବା ପରେ ବାହାରକୁ ଆସନ୍ତି ତେବେ ଅଂଶୁଘାତରୁ ବି ରକ୍ଷା ପାଇପାରିବେ ।
  • ଦହି ପାଚନ କ୍ଷମତା ବଢ଼ାଇଥାଏ ତାସହିତ ଏଥିରେ କ୍ୟାଲସିୟମ ଭରପୂର ହୋଇ ରହିଥାଏ । ଏହାକୁ ପ୍ରତିଦିନ ଖାଇଲେ ଅନେକ ପେଟ ରୋଗ ଭଲ ହୋଇଯାଏ ।
  • ଦହିର ଦୈନିକ ସେବନ ଥଣ୍ଡା ଏବଂ ଶ୍ୱାସ ସଂକ୍ରମଣକୁ ପ୍ରତିରୋଧ କରେ ।
  • ଅଲସର ଭଳି ରୋଗ ପାଇଁ ଦହି ବିଶେଷ ଉପକାରିତା ପ୍ରଦାନ କରିଥାଏ ।
  • ଯଦି ପାଟିରେ ଇନଫେକ୍ସନ ହୋଇଥେ ତେବେ ଦହିରେ କୁଳି କରିବା ଦ୍ୱାରା ଏହା ଭଲ ହୋଇଯାଏ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV