Dailyhunt
ଡାଇବେଟିସ ରୋଗୀ ମାନଙ୍କୁ ଭୁଲ ରେ ବି ଖାଇବା କଥା ନୁହେଁ ଏହି ସବୁ ଖାଦ୍ୟ, ଏହା ଆପଣଙ୍କ ପାଇଁ ବିଷ ସହ ସମାନ

ଡାଇବେଟିସ ରୋଗୀ ମାନଙ୍କୁ ଭୁଲ ରେ ବି ଖାଇବା କଥା ନୁହେଁ ଏହି ସବୁ ଖାଦ୍ୟ, ଏହା ଆପଣଙ୍କ ପାଇଁ ବିଷ ସହ ସମାନ

ର୍ତ୍ତମାନ ବହୁତ ଲୋକ ଡାଇବେଟିସ ରୋଗର ଶିକାର ହେଉଛନ୍ତି । ଆଜିକାଲି ଏହା ଏକ ସାମାନ୍ୟ ରୋଗ ହୋଇ ଗଲାଣି । ପ୍ରତ୍ୟେକ ଘରେ ଆପଣଙ୍କୁ ନିଶ୍ଚିତ ଭାବରେ ଡାଇବେଟିସ ରୋଗୀ ମିଳିଯିବେ। ବ୍ୟକ୍ତିର ବଦଳୁଥିବା ଜୀବନ ଶୈଳୀ କାରଣରୁ ଡାଇବେଟିସ ରୋଗ ବଢୁଛି । ଏହି ରୋଗ ଶୁଣିବାକୁ ତ ସାଧାରଣ ଲାଗୁଛି କିନ୍ତୁ ଏହା ବହୁତ ଭୟଙ୍କର ହୋଇଥାଏ।

ଡାଇବେଟିସରେ ପୀଡିତ ବ୍ୟକ୍ତିଙ୍କର ବ୍ଲଡ ସୁଗାରର ସ୍ତରକୁ ଆଧାର କରି ଏହି ରୋଗର ଆନୁମାନ କରା ଯାଇଥାଏ । ସେମିତି ବି ଏହି ରୋଗକୁ ସଂପୂର୍ଣ୍ଣ ଭାବରେ ଭଲ କରିବା ପାଇଁ କୌଣସି ସହଜ ଉପାୟ ନାହିଁ କିନ୍ତୁ ଯଦି ଆମେ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ତେବେ ଏହାକୁ ଆୟତ୍ତରେ ରଖା ଯାଇ ପାରିବ । ଯଦି ବ୍ୟକ୍ତିର ବ୍ଲଡରେ ସୁଗାରର ସ୍ତର ବଢି ଯାଇଛି ତେବେ ଯେଉଁ ଜିନିଷରେ ଫାଇବରର ପ୍ରଚୁର ମାତ୍ରା ଥାଏ ସେଗୁଡିକର ସେବନ କରିବା ଅଧିକ ଲାଭଦାୟକ ହୋଇଥାଏ ।

କିସମିସ

ଯେଉଁ ବ୍ୟକ୍ତି ଡାଇବେଟିସ ସମସ୍ୟାରେ ପୀଡିତ ସେମାନଙ୍କୁ ଡ୍ରାଇ ଫୃଟସ ଖାଇବା କଥା ନୁହେଁ କାରଣ ଏହା ତାଜା ଫଳରେ ତିଆରି ହୋଇଥାଏ ଯେଉଥି ପାଇଁ ଏଥିରେ ଫଳର ସବୁ ଗୁଣ ଅଧିକ ମାତ୍ରାରେ ଥାଏ ।

ଯେଉଁଠି ଗୋଟିଏ କପ ଅଙ୍ଗୁରରେ 27 ଗ୍ରାମ କାର୍ବୋହାଇଡ୍ରେଟ ଥାଏ ସେଇଠି କିସମିସରେ ଏହାର ପରିମାଣ ବଢି 115 ଗ୍ରାମ ହୋଇଥାଏ । ଏହି ପରିସ୍ଥିତିରେ ଡାଇବେଟିସ ରୋଗୀଙ୍କୁ କିସମିସ ଖାଇବା ଉଚିତ ନୁହେଁ ।

ତରଭୁଜ

ଡାଇବେଟିସ ରୋଗୀଙ୍କୁ ତରଭୁଜର ସେବନ କରିବା ଉଚିତ ନୁହେଁ ନତୁବା ଏହା ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା କାରଣରୁ ବ୍ଲଡରେ ସୁଗାରର ମାତ୍ରା ବଢିବାର ସମ୍ଭାବନା ଅଧିକ ଥାଏ ।

ଆଳୁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଆଳୁକୁ ପରିବାର ରାଜା କୁହାଯାଏ । ପ୍ରାୟତଃ ସବୁ ତରକାରୀରେ ଆଳୁକୁ ବ୍ୟବହାର କରାଯାଇଥାଏ ସେ ପଲଉ ହେଉ ବା ରାଇତା । ଆଳୁରେ ଭିଟାମିନ ସି, ଭିଟାମିନ ବି , କପର ମ୍ୟାଗ୍ନୀଜ ଅଧିକ ମାତ୍ରାରେ ଥାଏ । ଏହାର ଏତେ ମହତ୍ତ୍ଵ ଥାଇ ମଧ୍ୟ ଏହା ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ଚିକୁ

ଡାଇବେଟିସ ରୋଗୀଙ୍କୁ ଚିକୁ ଖାଇବା ଉଚିତ ନୁହେଁ କାରଣ ଏହା ଅଧିକ ମିଠା ହୋଇଥାଏ ଏହା ସହିତ ଏହାର ଗ୍ଲାୟସେମିକ ଇଣ୍ଡେକ୍ସ ବି ଅଧିକ ରହିଥାଏ। ଏହି କାରଣରୁ ସୁଗାର ରୋଗୀଙ୍କୁ ଏହାର ସେବନ କରିବା କଥା ନୁହେଁ ।

ହାଇ ଫ୍ୟାଟ ମିଲ୍କ

ଯଦି ନିୟମିତ ରୂପେ କ୍ଷୀରର ସେବନ କରାଯାଏ ତ ଏହା ଆମର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କ୍ଷୀରରେ ବହୁତ ପୋଷକ ତତ୍ତ୍ଵ ଥାଏ ଯାହା ଆମର ସ୍ଵାସ୍ଥ୍ୟକୁ ଭଲ ରଖିଥାନ୍ତି । ଏହାର ସେବନ ଦ୍ଵାରା ଆମର ହାଡ ମଜବୁତ ହୋଇଥାଏ । ଏଥିରେ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାଏ ଯିଏ ଆମର ହାଡକୁ ମଜବୁତ କରିଥାଏ କିନ୍ତୁ ଡାଇବେଟିସ ରୋଗୀଙ୍କୁ ହାଇ ଫ୍ୟାଟ ମିଲ୍କର ସେବନ କରିବା ଠିକ ନୁହେଁ । ଆପଣ ଲୋ ଫ୍ୟାଟ ମିଲ୍କର ସେବନ କରି ପାରିବେ ।

ଆସକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଟି ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆର୍ଟିକୀଲ ଟିକୁ ଅଧିକ ରୁ ଅଧିକ ଶେୟାର କରି ସଚେତନତା ଆଣିବାରେ ସାହାଯ୍ୟ କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV