Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡିହାଇଡ୍ରେସନ କାରଣରୁ ଚାଲି ଯାଇପାରେ ଆପଣଙ୍କ ଜୀବନ, ସମୟ ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

ଡିହାଇଡ୍ରେସନ କାରଣରୁ ଚାଲି ଯାଇପାରେ ଆପଣଙ୍କ ଜୀବନ, ସମୟ ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

ରମ ଦିନର ଆରମ୍ଭ ହୋଇସାରିଛି। ଗରମ ପବନ ଏବଂ ଖରାର ପ୍ରଭାବ ପଡିଲାଣି। ଗରମ ବଢ଼ିବା ସାଙ୍ଗକୁ ଲୋକଙ୍କର ଡିହାଇଡ୍ରେସନର ସମସ୍ୟା ହୋଇପାରେ। ଗରମ ଦିନରେ ଡିହାଇଡ୍ରେସନ ସମସ୍ୟା ଏକ ସାଧାରଣ ସମସ୍ୟା। ଗରମ ପାଇଁ ଶରୀରରୁ ଝାଳ ବାହାରିଥାଏ ଆଛ ଏହି କାରଣରୁ ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ଯଦି ଆପଣ କମ୍ ପାଣି ପିଉଛନ୍ତି ତେବେ ଆପଣଙ୍କୁ ଡିହାଇଡ୍ରେସନ ସମସ୍ୟା ହୋଇଥାଏ।

ଅଧିକ ଡିହାଇଡ୍ରେସନ ବା ହିଟ ଷ୍ଟ୍ରୋକ କାରଣରୁ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଚାଲି ଯାଇପାରେ। ଏଥିପାଇଁ ଜାଣନ୍ତୁ ଡିହାଇଡ୍ରେସନର ଲକ୍ଷଣ।

ମୁଣ୍ଡ ବୁଲାଇବା

ଡିହାଇଡ୍ରେସନ ବଢ଼ିବା କାରଣରୁ ବ୍ୟକ୍ତିଙ୍କର ହଠାତ୍ ମୁଣ୍ଡ ବୁଲାଇଥାଏ। ଆଖିକୁ ସାମାନ୍ୟ ଅନ୍ଧାର ଲାଗିଥାଏ କିମ୍ବା ବହୁତ ଜୋରରେ ମୁଣ୍ଡ ବୁଲାଇଥାଏ। ଏମିତିରେ ସେହି ବ୍ୟକ୍ତିଙ୍କୁ ପାଣି ବଦଳରେ ଲେମ୍ବୁ ପାଣି,ନଡିଆ ପାଣୀ କିମ୍ବା ଛାଞ୍ଚ୍ ଦେବା ଉଚିତ।

ତ୍ବଚା ରୂକ୍ଷ ଲାଗିବା

ଡିହାଇଡ୍ରେସନ ହେବା ଦ୍ବାରା ଶରୀରରେ ଗଳର ଅଭାବ ବ୍ୟକ୍ତିଙ୍କ ତ୍ବଚାକୁ ଶୁଖିଲା କରିଦେଇଥାଏ। କେତେକ ଥର ଓଠ ମଧ୍ୟ ଫାଟିଥାଏ। ଓଠ ଫାଟିବା ଡିହାଇଡ୍ରେସନର ସଂକେତ ହୋଇପାରେ। ଅନେକ ଥର ତ୍ବଚା ଲାଲ ମଧ୍ୟ ପଡିଯାଇଥାଏ।

ମୁଣ୍ଡବ୍ୟଥା

ଶରୀରରେ ଜଳର ଅଭାବ ହେବା ଦ୍ବାରା ମୁଣ୍ଡବ୍ୟଥା ମଧ୍ୟ ଏକ ସମସ୍ୟା ହୋଇପାରେ। ମୁଣ୍ଡବ୍ୟଥା ହେଉଥିବା ରୋଗୀଙ୍କ ମଧ୍ୟରେ ଡିହାଇଡ୍ରେସନର ସମସ୍ୟା ମିଳିଥାଏ। ମସ୍ତିଷ୍କ ଏକ ପ୍ରକାରର ଲିକ୍ବିଡ ଝିଲ୍ଲୀରେ ରହିଥାଏ। ଏହା ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଯଦି ଏହି ଝିଲ୍ଲିରେ ଜଳର ଅଭାବ ହୋଇଥାଏ ତେବେ ସେହି କାରଣରୁ ଦ୍ରବର ମାତ୍ରା କମିଯାଇଥାଏ। ତେବେ ମୁଣ୍ଡବ୍ୟଥାର ସମସ୍ୟା ହୋଇଯାଇଥାଏ।

ଆଠ ଘଣ୍ଟା ଧରି ପରିଶ୍ରା ନ ଲାଗିବା

ଯଦି ଆପଣ ସେତିକି ପାଣି ପିଉଛନ୍ତି ଯେତିକି ଶରୀର ଆବଶ୍ୟକତା କରୁଛି ତେବେ ସାଧାରଣ ଭାବରେ ୩୦ ମିନିଟ ରୁ ୪ ଘଣ୍ଟା ଭିତରେ ଆପଣଙ୍କୁ ପରିଶ୍ରା ଲାଗିଥାଏ। କିନ୍ତୁ ଯଦି ଆପଣଙ୍କୁ ଆଠ ଘଣ୍ଟା ଧରି ପରିଶ୍ରା ଲାଗିନଥାଏ ତେବେ ଏହା ଡିହାଇଡ୍ରେସନର ଲକ୍ଷର ଅଟେ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV