Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୀପାବଳି ପୂଜାରେ ପାଆନ୍ତୁ ଚେହେରାରେ ଇନ୍ସାଣ୍ଟ ଗ୍ଲୋ, ଫଲୋ କରନ୍ତୁ ଏହି ତିନୋଟି ଷ୍ଟେପ

ଦୀପାବଳି ପୂଜାରେ ପାଆନ୍ତୁ ଚେହେରାରେ ଇନ୍ସାଣ୍ଟ ଗ୍ଲୋ, ଫଲୋ କରନ୍ତୁ ଏହି ତିନୋଟି ଷ୍ଟେପ

ନେଚୁରାଲ ଗ୍ଲୋ ତ୍ୱଚା ସବୁ ମହିଳା ଇଚ୍ଛା କରିଥାନ୍ତି।ପାର୍ଲର ଅପେକ୍ଷା କିଛି ଘରୋଇ ଉପଚାର କରିବା ଦ୍ୱାରା ସ୍କିନ ଅଧିକ ଗ୍ଲୋ କରିଥାଏ।ବର୍ତ୍ତମାନ ପର୍ବପର୍ବାଣୀର ସମୟ ଆରମ୍ଭ ହୋଇଯାଇଥିବାରୁ ସମସ୍ତେ ନିହାତି ସୁନ୍ଦର ସ୍କିନ ଇଚ୍ଛା କରୁଥିବେ। ଆଗକୁ ଦୀପାବଳି ପର୍ବ ଆସୁଥିବାରୁ ଆମେ ଆପଣଙ୍କୁ ୧୦ ମିିିନିଟର ତିନୋଟି ସହଜ ଫେସିଆଲ ଷ୍ଟେପ ଜଣାଇବୁ।

ଏହାକୁ ବ୍ୟବହାର କଲେ ଆପଣଙ୍କ ସ୍କିନ ମଧ୍ୟ ଦିପାବଳୀର ଆଲୁଅ ଭଳି ଗ୍ଲୋ କରିବ।

ପ୍ରଥମ ଷ୍ଟେପ:

ଫେସିଆଲ କରିବା ପାଇଁ ସର୍ବପ୍ରଥମେ ତ୍ୱଚାକୁ ଏକ୍ସଫୋଲିଏଟ କରନ୍ତୁ।ଏଥିପାଇଁ ଗୋଟିଏ ଚାମଚ ଚାଉଳ ଗୁଣ୍ଡରେ କିଛି କ୍ଷୀର ଏବଂ ଲହୁଣୀ ମିଶାଇ ଚେହେରା ଏବଂ ବେକରେ ଭଲ ଭାବରେ ଲଗାନ୍ତୁ। ଏହି ଦୁଇଟି ପଦାର୍ଥ ଚେହେରାରେ ଅଦ୍ଭୁତ ଉପାୟରେ କାମ କରିବା ସହିତ ଏହା ଫେସ ସ୍କ୍ରବର ମଧ୍ୟ କାମ କରିଥାଏ।

ଦ୍ୱତୀୟ ଷ୍ଟେପ:

ଘରେ ଫେସିଆଲ କରିବାର ସବୁଠାରୁ ସହଜ ଉପାୟ ହେଉଛି ମସାଜ।ଏଥିପାଇଁ ପ୍ରଥମେ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ପରେ ଲହୁଣୀ,ଚିମୁଟାଏ ହଳଦୀ ଓ ଏକ ଚାମଚ ବେସନକୁ ଗୋଳାଇ ଭଲ ଭାବରେ ପେଷ୍ଟ ତିଆରି କରି ନିଅନ୍ତୁ।ଏହି ପେଷ୍ଟକୁ ନିଜ ଚେହେରା ଏବଂ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ମସାଜ କରନ୍ତୁ।ଏହା ବାହାରୁ ଚେହେରାକୁ ହାଇଡ୍ରେଡ ଏବଂ ସଫା କରିବା ସହ ଚେହେରାରେ ଥିବା ଏକ୍ସଟ୍ରା ଅଏଲକୁ ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ।

ତୃତୀୟ ଷ୍ଟେପ:

ଚେହେରାରେ ଫେସ ପେକ୍‌ ଲଗାଇବା ହେଉଛି ଫେସିଆଲର ତୃତୀୟ ଏବଂ ଶେଷ ଷ୍ଟେପ।ଏହାକୁ ପ୍ରସ୍ତୁତ କରିବା ପାଇଁ କ୍ଷୀର ଲହୁଣୀରେ କିଛି ମହୁୁ ଏବଂ ଚିମୁଟାଏ ହଳଦୀ ପକାଇ ପେଷ୍ଟ ତିଆରି କରନ୍ତୁ।ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ। ୧୫ ମିନିଟ ପରେ ଖାଲି ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।ଏହି ଫେସ ପ୍ୟାକ ଚେହେରାରେ ପାର୍ଲର ଭଳି ଗ୍ଲୋ ଆଣିଥାଏ।
ଏହି ଦୀପାବଳିରେ ଆପଣ ମଧ୍ୟ ଏହି ଷ୍ଟେପସ୍‌ ଫଲୋକ ରନ୍ତୁ ଓ ନିଜ ସ୍କିନକୁ ନେଚୁରାଲି ଗ୍ଲୋଇଙ୍ଗ କରାନ୍ତୁ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV