Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୀପାବଳିରେ ଘରେ ଅତିଥିଙ୍କୁ ଖୁଆନ୍ତୁ ନିଜ ହାତ ତିଆରି ବେସନ ଲଡୁ, ଏପରି କରନ୍ତୁ ପ୍ରସ୍ତୁତ

ଦୀପାବଳିରେ ଘରେ ଅତିଥିଙ୍କୁ ଖୁଆନ୍ତୁ ନିଜ ହାତ ତିଆରି ବେସନ ଲଡୁ, ଏପରି କରନ୍ତୁ ପ୍ରସ୍ତୁତ

ଦୀପବଳୀ ଭଳି ଆଲୋକରେ ପର୍ବରେ ଆପଣ ଅତିଥି ମାନଙ୍କୁ ଘରେ ନିଜ ହାତ ତିଆରି କିଛି ମିଠା ବନାଇ ଖାଆନ୍ତୁ। ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ବେସନ ଲଡୁ। ଯାହାକୁ ଆପଣ ମାତ୍ର କିଛି ମିନିଟ ମଧ୍ୟରେ ବନାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବେସନ - ୨୫୦ ଗ୍ରାମ
  • ଦେଶୀ ଘିଅ - ୨୦୦ ଗ୍ରାମ
  • ଅଳେଇଚ ପାଉଡର - ଅଧା ଚାମଚ
  • ପିସ୍ତା - ୩୦ ଗ୍ରାମ
  • ବାଦାମ - ୫୦ ଗ୍ରାମ (ପେଶା ହୋଇଥିବା)
  • ହଳଦି ପାଉଡର - ଚିମୁଟାଏ
  • ଚିନି - ୧୫୦ ଗ୍ରାମ
  • ଚିନି ଗୁଣ୍ଡ - ୧୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ବାଦାମ ଏବଂ ପିସ୍ତାକୁ କାଟି ଦିଅନ୍ତୁ।
  2. ଧୀମା ଆଞ୍ଚରେ ଏକ ଭାରୀ କଡେଇରେ ଘିଅ ଗରମ କରନ୍ତୁ ଏବଂ ଲଗାତର ଚଲାଇ ବେସନକୁ ୧୫ ରୁ ୨୦ ମିନିଟ ପଯ୍ୟର୍ନ୍ତ ଭାଜନ୍ତୁ।
  3. ବେସନକୁ ଭାଜି ସେଥିରେ ହଳଦି ପାଉଡର ପକାଇ ବେସନକୁ ଏକ ଟ୍ରେରେ ରଖନ୍ତୁ।
  4. ଚିନିକୁ ବେସନରେ ମିଶାନ୍ତୁ।
  5. ଏବେ ଏହି ମିଶ୍ରଣରେ ବାଦାମ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  6. ବେସନ ମିଶ୍ରଣକୁ ବରାବର ଆକାରରେ ନେଇ ଲଡୁ ପ୍ରସ୍ତୁତ କରନ୍ତୁ।
  7. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବେସନ ଲଡୁ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV