Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହାକୁ ଖାଇବାର ଫାଇଦା ଜାଣିଲେ ଆପଣ ସବୁଦିନ ଖାଇବାକୁ ଚାହିଁବେ, ଗୋଟିଏ ମୁଠା ମଖାନାରେ ଅଛି ଡାଇବେଟିସ ଭଳି ରୋଗକୁ ନିୟନ୍ତ୍ରଣ କରିବାର ଗୁଣ

ଏହାକୁ ଖାଇବାର ଫାଇଦା ଜାଣିଲେ ଆପଣ ସବୁଦିନ ଖାଇବାକୁ ଚାହିଁବେ, ଗୋଟିଏ ମୁଠା ମଖାନାରେ ଅଛି ଡାଇବେଟିସ ଭଳି ରୋଗକୁ ନିୟନ୍ତ୍ରଣ କରିବାର ଗୁଣ

ଖାନା ବା ଲାବା କେବଳ ସ୍ନାକ୍ସ ରୂପରେ ହିଁ ବ୍ୟବହାର କରାଯାଇ ନଥାଏ । ଏହାର ବ୍ୟବହାର ପ୍ରାଚୀନ କାଳରୁ ହିଁ ବ୍ରତ ଏବଂ ପର୍ବରେ ଖାଇବା ରୂପରେ ବ୍ୟବହାର କାରା ଯାଇଥାଏ । ଧଳା ରଙ୍ଗର ଏହି ମଖାନା ଦେଖିବାକୁ ଏବଂ ଖାଇବାକୁ ପବନ ଠାରୁ ବି ହାଲକା ହୋଇଥାଏ, କିନ୍ତୁ ଏହାର ପ୍ରଭାବ ପେଟ ଉପରେ ବହୁତ ଭଲ ପଡିଥାଏ । ଏହା ବଜାରରେ ସହଜରେ ମିଳି ଯାଇଥାଏ ।

ଓଡିଶାରେ ମୁଖ୍ୟତଃ ଏହା ମୟୂରଭଞ୍ଜ ଜିଲ୍ଲା ରେ ଉତ୍ପାଦନ କରା ଯାଇଥାଏ । ଏହା ସାଧାରଣତଃ ପଦ୍ମ ଫୁଲର ମଞ୍ଜିରୁ ଉତ୍ପାଦନ କରା ଯାଇଥାଏ ।

ଏହାକୁ ମିଠା ଯେମିତି ହଲୱା ଏବଂ କ୍ଷୀରିରେ ବ୍ୟବହାର କରାଯାଇଥାଏ । ଏହାକୁ ନମକିନ ହିସାବରେ ଭାଜିକରି ମଧ୍ୟ ଖାଇ ପାରିବେ । ମଖାନା କେବଳ ଖାଇବାକୁ ଭଲ ଲାଗେ ନାହିଁ ଏଥିରେ ଔଷଧୀୟ ଗୁଣ ମଧ୍ୟ ଅଛି । ଆପଣଙ୍କୁ କହି ଦେଉଛୁ କଣ ଅଟେ ମଖାନାରେ ଖାଇବାର ଔଷଧୀୟ ଗୁଣ ।

ବନାନ୍ତୁ ସୁସ୍ଥ ଶରୀର ଓ ଡାୟବେଟିଜ ନିୟନ୍ତ୍ରଣ

ମଖାନାରେ କୋଲେସ୍ଟ୍ରଲ, ଫୈଟ ଏବଂ ସୋଡିୟମର ମାତ୍ରା ବହୁତ କମ ହୋଇଥାଏ । ମଖାନାରେ ମୈଗ୍ନୀଶିୟମ ଅଧିକ ମାତ୍ରାରେ ଥାଏ । ଯଦି ଆପଣଙ୍କର ବ୍ଲଡ ପ୍ରେସର, ହୃଦୟ ଜନିତ ରୋଗ କିମ୍ବା ମୋଟାପା ଭଳି ରୋଗ ଅଛି ତେବେ ମଖାନା ଖାଇବା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ଏହା ସହିତ ଡାୟବେଟିଜ ଲୋକମାନଙ୍କ ପାଇଁ ମଧ୍ୟ ଏହା ଭଲ ଅଟେ ।

ନିଦ ନ ଆସିବା

ମଖାନା ଖାଇବା ଦ୍ଵାରା ରାତିରେ ଭଲ ନିଦ ଆସିଥାଏ । ଏହା ଦ୍ଵାରା ବ୍ଲଡ ବି ଆପଣଙ୍କ ଶରୀରରେ ସୂଚାରୁ ରୂପରେ ଚାଲିଥାଏ ।

ପେଟ ପାଇଁ ଲାଭଦାୟକ

କେତେ ଥର ଥଣ୍ଡା କାରଣରୁ ପେଟ ଖରାପ ହୋଇଥାଏ ସେଥିପାଇଁ ଆପଣ ମଖାନାକୁ ଅଳ୍ପ ଘିଅରେ ଭାଜି ଖାଆନ୍ତୁ । ଏହା ପେଟକୁ ଭଲ କରିଥାଏ ଏବଂ ଭୋକକୁ ମଧ୍ୟ ବଢାଇଥାଏ ।

ଗର୍ଭବତୀ ସମୟରେ

ଯଦି ଆପଣ ମଖାନାର ବ୍ୟବହାର ଗର୍ଭଧାରଣ ସମୟରେ କରୁଛନ୍ତି ତେବ ତାହା ଶରୀର ପାଇଁ ଲାଭଦାୟକ ହେବ । ଏହା ଉଭୟ ମା ଏବଂ ପିଲା ପାଇଁ ଲାଭଦାୟକ ହୋଇଥାଏ । ଗର୍ଭଧାରଣ ସମୟରେ ଗୋଟିଏ ମାକୁ ସବୁବେଳେ ଭୋକ ଲାଗିଥାଏ ଏବଂ ବିଭିନ୍ନ କାରଣରୁ ଶରୀର କମ୍ଜୋର ଲାଗିଥାଏ । ମଖାନାରେ ପ୍ରୋଟିନ ରହିଥାଏ ଯାହା ସେହି ସୟର ଭୋକକୁ ଶାନ୍ତ କରିଥାଏ ଏବଂ ଶରୀରରେ ଶକ୍ତି ମଧ୍ୟ ବଢାଇ ଥାଏ ।

ଚର୍ମରେ ଲାଭଦାୟକ

ମଖାନାରେ ଫ୍ଲୋବୋନୋଇଂଡ୍ସ ଏଂଟୀ ଅକ୍ସୀଡେଂଟ ମିଳିଥାଏ । ଏହା ବୟସ ବଢାଇବାର ପ୍ରକ୍ରିୟାକୁ କମାଇଥାଏ ଏବଂ ଶରୀରରେ ସୁଧାର ଆଣିଥାଏ । ଏହା ସେବନ ଦ୍ଵାରା ଚର୍ମର ରୋଗ ଗୁଡିକରୁ ବଞ୍ଚି ପାରିବେ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କର ସ୍କ୍ରିନ ଖରାପ ହୋଇ ଯାଉଛି ଏବଂ ଚୁଟି ଯୁବ ବୟସରୁ ହିଁ ଧଳା ହୋଇ ଯାଉଛି ତେବ ଆପଣ ଆଜି ଠୁ ହିଁ ମଖାନା ଖାଇବା ଆରମ୍ଭ କରି ଦିଅନ୍ତୁ ।

ଏହା ସହିତ ଏହା ଆପଣଙ୍କର ଓଜନ କମ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହା ଖାଇବା ଦ୍ଵାରା ପେଟ ଭରି ଥାଏ କିନ୍ତୁ ପେଟ ବଢି ନଥାଏ ଏବଂ ଶରୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ ବି ମିଳିଥାଏ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV