Dailyhunt
ଏହି ୫ ଟି ଉପାୟରେ ସଫା କରନ୍ତୁ ଜମି ରହିଥିବା କାନର ମଇଳା, ଶୁଣିବା ଶକ୍ତି କେତେ ଗୁଣା ଅଧିକ ଭଲ ହୋଇଯିବ

ଏହି ୫ ଟି ଉପାୟରେ ସଫା କରନ୍ତୁ ଜମି ରହିଥିବା କାନର ମଇଳା, ଶୁଣିବା ଶକ୍ତି କେତେ ଗୁଣା ଅଧିକ ଭଲ ହୋଇଯିବ

ରୀର ସହିତ କାନକୁ ସଫା ରଖିବା ବି ଜରୁରି ଅଟେ । ଲୋକ ନିଜ ଶରୀରକୁ ତ ସଫା ରଖନ୍ତି କିନ୍ତୁ କାନକୁ ସଫା କରିବା ଭୁଲି ଯାଆନ୍ତି । କାନକୁ ସଫା ନ ରଖିଲେ ମଣିଷକୁ ବହୁତ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କାନକୁ ସଫା ନ କରିବା ବଡ ରୋଗକୁ ମଧ୍ୟ ନିମନ୍ତ୍ରଣ ଦେଇପାରେ । କାନକୁ ସଫା ନ କଲେ ତା ଭିତରେ ମଇଳା ଜମି ରୁହେ ଓ କାନ ଦରଜର ସମସ୍ୟା ହୋଇଥାଏ ।

ଏଥିରୁ ଇୟର ଇନଫେକ୍ଶନ ହେବାର ସମ୍ଭାବନା ମଧ୍ୟ ଥାଏ ।

ଅଧିକ ମଇଳା ଜମି ରହିବାରୁ ଆମକୁ ଶୁଣିବାରେ ମଧ୍ୟ ଅସୁବିଧା ହୋଇଥାଏ ଓ କେବେ କେବେ ଅସହନୀୟ କଷ୍ଟ ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କୁ ବି କାନ ଦରଜ ହେଉଥାଏ ବା ଆପଣ ବି ନିଜ କାନକୁ ବହୁତ ଦିନ ହେଲା ସଫା କରି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ କାନ ସଫା କରିବା ପାଇଁ ୫ଟି ମହତ୍ତ୍ୱପୂର୍ଣ୍ଣ ଘରୋଇ ଉପାୟ ବିଷୟରେ ଜଣାଇବୁ । ଏହି ଉପାୟକୁ ଆପଣେଇ ଆପଣ ଅଧିକ ପଇସା ଖର୍ଚ୍ଚ ନ କରି ଆପଣ ନିଜର କାନକୁ ସଫା କରି ପାରନ୍ତି ।

ପ୍ରଥମ ଉପାୟପ୍ରଥମେ ଅଧା କପ ଗରମ ପାଣି ନିଅନ୍ତୁ ଓ ସେଥିରେ ଗୋଟିଏ ଛୋଟ ଚାମଚ ଲୁଣ ମିଶାନ୍ତୁ । ଏହା ପରେ ସେଥିରେ ତୁଳା ଖଣ୍ଡେ ଭିଜେଇ ଦିଅନ୍ତୁ ଓ ସେଥିରେ ଯେଉଁ ପାଣି ରହିବ ତାକୁ କାନରେ ଚିପୁଡି ଦିଅନ୍ତୁ । ଧ୍ୟାନ ରଖିବେ କି ପାଣି ଭଲ ଭାବେ ଭିତରକୁ ଯିବା ଆବଶ୍ୟକ । ତା ପରେ କାନକୁ ଓଲଟାଇ ସେଥିରୁ ସବୁ ପାଣି କାଢି ଦିଅନ୍ତୁ ।
ଦ୍ଵିତୀୟ ଉପାୟ

ବେବି ଅଏଲ ସାହାଯ୍ୟରେ ମଧ୍ୟ କାନକୁ ସଫା କରା ଯାଇପାରେ । ଏଥି ପାଇଁ ପ୍ରଥମେ ଆପଣ ବେବି ଅଏଲ ର କିଛି ବୁନ୍ଦା କାନରେ ପକାଇ ତୁଳା ଦେଇ ଦିଅନ୍ତୁ । ଏହା ଆପଣଙ୍କ କାନରେ ଜମିଥିବା ମଇଳା କୁ ନରମ କରିଥାଏ ଯାହା ପାଇଁ ସେହି ମଇଳା ସହଜରେ ବାହାର କରା ଯାଇ ପାରିବ ।

ତୃତୀୟ ଉପାୟ

ହାଇଡ୍ରୋଜେନ ପେରକସାଇଡ ଓ ପାଣିର କିଛି ଟା ବୁନ୍ଦା ସମାନ ମାତ୍ରାରେ ମିଶାଇ ତାକୁ କାନରେ ପକାନ୍ତୁ । ଯେବେ କାନକୁ ଏହା ଭଲ ଭାବରେ ଚାଲିଯିବ ତେବେ କିଛି ସମୟ ଛାଡି କାନକୁ ଓଲଟାଇ ଦିଅନ୍ତୁ ଯାହା ଦ୍ଵାରା ପାଣି ବାହାରକୁ ଆସିଯିବ । କିନ୍ତୁ ଧ୍ୟାନ ଦେବେ ହାଇଡ୍ରୋଜେନ ପେରକସାଇଡର ମାତ୍ରା ୩% ରୁ ଅଧିକ ହେବା ଉଚିତ ନୁହେଁ । ଏହା ଦ୍ଵାରା ମଧ୍ୟ କାନର ମଇଳା ସହଜରେ ବାହାରି ଯାଏ ।

ଚତୁର୍ଥ ଉପାୟ

ଅଲିଭ ଅଏଲ ସାହାଯ୍ୟରେ ମଧ୍ୟ କାନର ମଇଳା ବାହାର କରା ଯାଇପାରେ । ଏଥି ପାଇଁ ଆପଣଙ୍କୁ ରାତିରେ ଶୋଇବା ସମୟରେ ଅଲିଭ ଅଏଲର କିଛି ବୁନ୍ଦା ନିଜ କାନରେ ପକାଇବାକୁ ହେବ । ଲଗାତାର ୩-୪ଦିନ ଏମିତି କରିବା ଦ୍ଵାରା କାନର ମଇଳା ନରମ ହୋଇଯିବ ଓ ସହଜରେ କଢାଯାଇପାରିବ ।

ପଞ୍ଚମ ଉପାୟ

ଏହାକୁ ଆପଣ ଗାଧୋଇବା ସମୟରେ କରି ପାରନ୍ତି । ଏଥି ପାଇଁ ଆପଣଙ୍କୁ ଗାଧୋଇବା ସମୟରେ କାନରେ କିଛି ଗରମ ପାଣି ପକାଇବାର ଅଛି । ଗାଧୋଇବା ପରେ କାନକୁ ଓଦା କପଡା ବା ଇୟରବଡ ଦ୍ଵାରା ସଫା କରନ୍ତୁ ।

ଯଦି ଆପଣ କି ଆପଣଙ୍କର ସମ୍ବନ୍ଧୀୟମାନେ ଏହି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆମର ଏହି ପୋଷ୍ଟଟି ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ । ଆହୁରି ଏହି ଭଳି ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV