Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହି ସବୁ କାମ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ନଷ୍ଟ ହୋଇଯିବ ଆପଣଙ୍କର ବହୁମୂଲ୍ୟ ସମୟ

ଏହି ସବୁ କାମ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ନଷ୍ଟ ହୋଇଯିବ ଆପଣଙ୍କର ବହୁମୂଲ୍ୟ ସମୟ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ବିଭିନ୍ନ ପ୍ରକାର ଜିନିଷ ଉପରେ ପ୍ରାଧାନ୍ୟତା ଦେଇଥାନ୍ତି। ଯେପରି କି ଯେଉଁ କାମ ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ, ତାହା ଜରୁରୀ ନୁହେଁ ଅନ୍ୟ ଜଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥିବ। କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ମୂଲ୍ୟବାନ ହୋଇଥାଏ, ତାହା ହେଉଛି ସମୟ।ଯଦି ଆପଣଙ୍କୁ ପ୍ରଶ୍ନ ପଚରାଯାଏ ଦିନର ୨୪ଘଣ୍ଟାରେ ଆପଣ କେତେ ଘଣ୍ଟା ସଠିକ କାମରେ ବ୍ୟବହାର କରିଥାନ୍ତି?

ଏହି ପ୍ରଶ୍ନର ଉତ୍ତର ହେଉଛି କିଛି ଘଣ୍ଟା ପୂର୍ବରୁ କରାଯାଇଥିବା କାମ ଉପରେ ନିର୍ଭର କରିଥାଏ। ତେବେ ଜାଣି ରଖନ୍ତୁ ଯଦି ଆପଣ ଦିନରେ ଏହି ୧୦ଟି କାମ କରୁଛନ୍ତି, ତେବେ ଆପଣ ନିଜର ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି।

-ଅଧିକାଂଶ ସମୟ ଫୋନ ବ୍ୟବହାର କରିବା, ଯାହା ଫଳରେ ଏହା ବ୍ୟତୀତ ଆପଣ ଅନେକ ମହତ୍ୱପୂର୍ଣ୍ଣ କାମ କରିପାରିବେ।

-ପୁରା ଦିନ ଅତ୍ୟଧିକ ପରିଶ୍ରମ କରିବା ପରେ ମଧ୍ୟ ପ୍ରତ୍ୟେକ ଦିନ ଅଫିସରେ ସେହି କାମ କରିବା, ଯାହା ଆପଣଙ୍କର ବିଲକୁଲ ପସନ୍ଦ ହୋଇନଥାଏ।

-ପ୍ରତ୍ୟେକ ଦିନ ଆଲାର୍ମ ଲଗାଇବା ପରେ ମଧ୍ୟ ଉଚିତ ସମୟରେ ନ ଉଠିବା।

-ନିଜ ସ୍ବାସ୍ଥ୍ୟର ଧ୍ୟାନ ନରଖିବା ଦ୍ବାରା ବହୁମୂଲ୍ୟ ସମୟ ନଷ୍ଟ ହୋଇଥାଏ।

-କୌଣସି ଜିନିଷ ବଦଳାଇବାର ଚେଷ୍ଟା କରିବା ସମୟରେ କେବଳ ଅଭିଯୋଗ କରିବା ଦ୍ବାରା ସମୟ ନଷ୍ଟ ହୋଇଥାଏ।

-ନିଜର ବୁଝିବା ଶକ୍ତି ବଢାଇବା ପାଇଁ ଆଖ-ପାଖରେ ଥିବା ଲୋକମାନଙ୍କ ଦ୍ବାରା ପ୍ରେରିତ ହେବା ମଣିଷର ସବୁଠାରୁ ବଡ଼ ଭୁଲ। ଯାହା ଫଳରେ ଆପଣ ନିଜେ ନିଜର ଉନ୍ନତିକୁ ରୋକି ଦେଇଥାନ୍ତି।

-ଯଦି ଆପଣ ନିଜ ଭବିଷ୍ୟତର ପ୍ଲାନିଂ କେବଳ ଆଖ-ପାଖରେ ସୀମିତ ରଖିଥାନ୍ତି ତେବେ ଏପରି କରିବା ଦ୍ବାରା ମଧ୍ୟ ଆପଣ ନିଜର ସମୟ ନଷ୍ଟ କରିଥାନ୍ତି।

-ନିଜେ ଜୀବନରେ କଣ କରିବାକୁ ଚାହୁଁଛନ୍ତି ତାହା କେବେ ଜାଣିବାକୁ ଚେଷ୍ଟା ନକରିବା ଏବଂ ଆଖି ବନ୍ଦ କରି ଅନ୍ୟ ଜଣଙ୍କୁ ଅନୁସରଣ କରିବା ହେଉଛି ସମୟ ନଷ୍ଟ କରିବାର ମୁଖ୍ୟ କାରଣ।

ଏହି ସବୁ କାମ କରିବା ଦ୍ବାରା ଆପଣ ନିଜର ବହୁମୂଲ୍ୟ ସମୟ ବେକାରରେ ନଷ୍ଟ କରିଥାନ୍ତି।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV