Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏପରି ପ୍ରସ୍ତୁତ କରନ୍ତୁ କାର୍ତ୍ତିକ ମାସ ସ୍ପେଶାଲ ହବିଷ ଡାଲମା

ଏପରି ପ୍ରସ୍ତୁତ କରନ୍ତୁ କାର୍ତ୍ତିକ ମାସ ସ୍ପେଶାଲ ହବିଷ ଡାଲମା

କାର୍ତ୍ତିକ ମାସ ସୋମବାରରେ ହବିଷିଆଳି ମାନେ ହବିଷ ଡାଲାମା ପ୍ରସ୍ତୁତ କରନ୍ତି। ତେବେ ଆପଣ ତ ଘରେ ମାଆର ହାତ ତିଆରି ହବିଷ ଡାଲମା ଖାଇଥିବେ, କିନ୍ତୁ ଯଦି ଆପଣ ବାହାରେ ଅଛନ୍ତି କିମ୍ବା ହଷ୍ଟେଲରେ ରହୁଛନ୍ତି। ଆଉ କାର୍ତ୍ତିକ ମାସରେ ହବିଷ ଡାଲମା ବନାଇବାକୁ ଚାହୂଁଛନ୍ତି ତାହା ପୁଣି ମାଆର ହାତ ତିଆରି ଭଳି, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହାକୁ ବନାଇବାର ସହଜ ତରିକା।

ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପାଣି କଖାରୁ, ଅଉ, ମୁଗ ଡାଲି, କଞ୍ଚା କଦଳୀ, ସାରୁ, ସୁଖିଲା ଲଙ୍କା, ଆଳୁ, ଗୋଟା ଜିରା, ନଡିଆ କୋରା, ଫୁଟଣ, ୩ ରୁ ୪ ଚାମଚ ଦେଶୀ ଘିଅ , ପାଣି ଆବଶ୍ୟକ ଅନୁସାରେ ଏବଂ ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆପଣ ଆବଶ୍ୟକ ପରିମାଣର ପାଣି ଗରମ କରନ୍ତୁ। ପାଣି ଫୁଟିଯିବା ଆରମ୍ଭ କଲେ ପାଣିରେ ମୁଗ ଡାଲି ପକାଇ ଫୁଟାନ୍ତୁ। ଏହାକୁ ୧୫ ମିନିଟ୍‌ ଫୁଟାଇବା ପରେ କାଟି ରଖିଥିବା ଅନ୍ୟ ପରିବା ସବୁକୁ ପକାଇ ଦିଅନ୍ତୁ। ମିଡିୟମ ଫ୍ଲେମରେ ଏହାକୁ ୧୫ ରୁ ୨୦ ମିନିଟ୍‌ ପଯ୍ୟର୍ନ୍ତ ଫୁଟାନ୍ତୁ। ମନେ ରଖନ୍ତୁ ହବିଷ ଡାଲମାରେ ହଳଦିର ବ୍ୟବହାର ବିଲକୁଲ ବି କରାଯିବନାହିଁ। ଡାଲି ଏବଂ ପରିବା ଫୁଟିବା ଭିତରେ ଆପଣ ଏପଟେ ଜିରା ଏବଂ ଲଙ୍କାଗୁଣ୍ଡ ଭାଜି ଗୁଣ୍ଡ କରିଦିଅନ୍ତୁ। ପରିବା ଏବଂ ଡାଲି ସାମାନ୍ୟ ସିଝି ଗଲା ପରେ ଏଥିରେ କାଟି ରଖିଥିବା ଅଉ ପକାଇ ଗୋଳାନ୍ତୁ।

ଏହାପରେ ଅନ୍ୟ ଏକ ପ୍ୟାନରେ ଫୁଟଣ ଏବଂ ଶୁଖିଲା ଲଙ୍କାକୁ ଭାଜି ଦିଅନ୍ତୁ, ଫୁଟଣ ଫୁଟିଗଲା ପରେ ସେଥିରେ ଘିଅ ପକାନ୍ତୁ। ଏବେ ଏହି ଛୁଙ୍କକୁ ଡାଲିରେ ନେଇ ପକାନ୍ତୁ। ଏହାକୁ ପକାଇବା ତୁରନ୍ତ ପରେ ଢ଼ାଙ୍କୁଣୀ ଦେଇ ଦିଅନ୍ତୁ। ଗୋଟେ ମିନିଟ ପରେ ଢ଼ାଙ୍କୁଣୀ ଖୋଲି ଗୋଳାନ୍ତୁ। ଏହାପରେ ନଡିଆ କୋରା ପକାଇ ଚଲାନ୍ତୁ। ଏହାପରେ ଏଥିରେ ଭଜା ଜିରା ଲଙ୍କା ଗୁଣ୍ଡକୁ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ହବିଷ ଡାଲମା।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV