Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋଟିଏ ହିଁ ଏଟିଏମରୁ ବାହାର କରିଥିଲେ ଟଙ୍କା, ଏବେ ସେନାର ତିନି ଯବାନ ହେଲେ କରୋନା ପଜିଟିବ

ଗୋଟିଏ ହିଁ ଏଟିଏମରୁ ବାହାର କରିଥିଲେ ଟଙ୍କା, ଏବେ ସେନାର ତିନି ଯବାନ ହେଲେ କରୋନା ପଜିଟିବ

ହାମାରୀ ଭୂତାଣୁର ମାମଲା ଭାରତରେ ବଢିବାରେ ଲାଗିଛି । ଯାହାକି ଏକ ଗମ୍ଭୀର ମାମଲା ଅଟେ । କିନ୍ତୁ ଏହି ସବୁ ମଧ୍ୟରେ ବର୍ତ୍ତମାନ ଗୁଜୁରାଟରୁ ଏକ ଏମିତି ଖବର ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏଠି ଭାରତୀୟ ସେନାର ତିନି ଜଣ ଯବାନ ମହାମାରୀ ପଜିଟିବ ବାହାରିଛନ୍ତି । କହିବାକୁ ଗଲେ ଏହି ତିନି ଜଣ ଯବାନ ଗୋଟିଏ ହିଁ ଦିନରେ ଗୋଟିଏ ହିଁ ATMରୁ ଟଙ୍କା ବାହାର କରିଥିଲେ ।

ଏମିତିରେ ପ୍ରଶ୍ନ ଉଠୁଛି କି ଏହି ଯବାନମାନଙ୍କୁ ମହାମାରୀ ସଂକ୍ରମଣ ସେହି ATM ମେସିନରୁ ହୋଇଛି । ଏହା ଛଡା ଏହି ତିନି ଜଣ ଯବାନଙ୍କ ସମ୍ପର୍କରେ ଆସିଥିବା ୨୮ ଜଣ ଲୋକମାନଙ୍କୁ ବି କ୍ୱାରନଟୀନ କରି ଦିଆ ଯାଇଛି । ଆପଣଙ୍କୁ କହିଦେଉଛୁ କି ମହାମାରୀ ଭୂତାଣୁ ବହୁତ ଜଲ୍ଦି ଭାରତରେ ନିଜର ବିସ୍ତାର କରିବାକୁ ଲାଗିଛି । ପୋଲିସକର୍ମୀ, ସୁରକ୍ଷାବଳଙ୍କ ସହିତ ତିନି ସୈନ୍ୟବଳଙ୍କ ଉପରେ ବି ସଙ୍କଟର ପ୍ରଭାବ ଦେଖିବାକୁ ମିଳୁଛି ।

ଏହା ପୂର୍ବରୁ ମହାରାଷ୍ଟ୍ରରେ ନେବି ଯବାନର ସଂକ୍ରମଣ ରିପୋର୍ଟ ପଜିଟିବ ଆସିଥିଲା । ଏହା ଛଡା ବର୍ତ୍ତମାନ ହିଁ ନୌସେନାର ୨୫ରୁ ଅଧିକ କର୍ମୀମାନଙ୍କ ମହାମାରୀ ଟେସ୍ଟ ହୋଇଥିଲା, ଯେଉଁଥିରେ ୨୧ ଜଣ ପଜିଟିବ ମିଳିଥିଲେ । କିନ୍ତୁ ବର୍ତ୍ତମାନ ଯବାନମାନଙ୍କ ଅବସ୍ଥା ସ୍ଥିର ଅଛି ଓ ସମସ୍ତଙ୍କ ଚିକିତ୍ସା ଚାଲିଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି INS Angre Indian Navy, ମୁମ୍ବାଇର ପରିସରରେ ଏକ ନାବିକରୁ ବାକି ଲୋକମାନଙ୍କୁ ଏହି ସଂକ୍ରମଣ ବ୍ୟାପି ଥିଲା ।

୭ ଏପ୍ରିଲରେ ହୋଇଥିବା ମହାମାରୀ ଟେସ୍ଟରେ ଏହି ନାବିକ ପଜିଟିବ ମିଳିଥିଲା । INS Angre Indian Navy, ମୁମ୍ବାଇ ପରିସରରେ ରହୁଥିବା ଲୋକଙ୍କୁ କ୍ୱାରନଟୀନ କରି ଦିଆ ଯାଇଛି । ଏହା ସହିତ ସଂକ୍ରମଣ ନ ବ୍ୟାପିବ ସେଥିପାଇଁ ସମସ୍ତ ପ୍ରକାରର ପଦକ୍ଷେପ ବି ଗ୍ରହଣ କରାଯାଇଛି । ଭଲ କଥା ଏହା ଅଟେ କି ଜାହାଜ ଓ ପନଡୁବ୍ବି ଗୁଡିକରେ ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସି ନାହିଁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV