Dailyhunt
ଇଏ ହେଉଛନ୍ତି ଭାରତର ସବୁଠୁ କମ ହାଇଟ ବାଲା ଓକିଲ, ଲୋକ ଉଡାଇଥିଲେ ମଜାକ, ପୁଣି ସେ କଲେ କିଛି ଏମିତି କି ଆପଣ ବି ଶୁଣିଲେ ଗର୍ବ ଅନୁଭବ କରିବେ

ଇଏ ହେଉଛନ୍ତି ଭାରତର ସବୁଠୁ କମ ହାଇଟ ବାଲା ଓକିଲ, ଲୋକ ଉଡାଇଥିଲେ ମଜାକ, ପୁଣି ସେ କଲେ କିଛି ଏମିତି କି ଆପଣ ବି ଶୁଣିଲେ ଗର୍ବ ଅନୁଭବ କରିବେ

ନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ସମାଜ ରେ ଥିବା ଲୋକ ମାନଙ୍କ ସବୁଠାରୁ ଖରାପ ଅଭ୍ୟାସ ହେଉଛି ସେମାନେ କୌଣସି ବ୍ୟକ୍ତି ର ରଙ୍ଗ, ହାଇଟ, ଫିଗର, ଜାତି ଓ ଧର୍ମ କୁ ନେଇ ସର୍ବଦା ଜଜ୍ କରିଥାନ୍ତି । ସର୍ଵଦା ଜଣେ ବ୍ୟକ୍ତି ମଧ୍ୟରେ ଥିବା ଟ୍ୟାଲେଣ୍ଟ କୁ ଦେଖିବା ଉଚିତ ଏବଂ କୌଣସି ବ୍ୟକ୍ତି ର ଟ୍ୟାଲେଣ୍ଟ ପାଇଁ ହିଁ ତାକୁ ପୂର୍ଣ୍ଣ ସମ୍ମାନ ଦେବା ମଧ୍ୟ ଉଚିତ ।

ଭଗବାନ କୌଣସି ବ୍ୟକ୍ତି କୁ କିପରି ଭାବରେ ଗଢିଛନ୍ତି ତାକୁ ନେଇ କାହାକୁ ବି ନିଚା ଦେଖାଇବା ମନୁଷ୍ୟତ୍ୱ ର ପ୍ରତୀକ ନୁହେଁ ।

ଏହିପରି ନିଜ ଟ୍ୟାଲେଣ୍ଟ ବଳରେ କମାଲ କରି ଦେଖାଇଛନ୍ତି ପଞ୍ଜାବ ର ଜଳନ୍ଧର ର ରାମମଣ୍ଡି ରେ ରହୁଥିବା ୨୪ ବର୍ଷୀୟ ଝିଅ ହରବିନ୍ଦର କୌର ଉର୍ଫ ରୁବି । ରୁବି ଙ୍କ ହାଇଟ ମାତ୍ର ୩.୧୧ ଇଂଚ ଅଟେ । ହାଇଟ କମ ଥିବା କାରଣରୁ ସ୍କୁଲ, ରାସ୍ତାଘାଟ, ପବ୍ଲିକ ପ୍ଲେସ ସବୁ ସ୍ଥାନରେ ତାଙ୍କର ମଜାକ ଉଡ଼ା ଯାଉଥିଲା । ଏପରିକି ସୋସିଆଲ ମିଡିଆ ରେ ମଧ୍ୟ ତାଙ୍କୁ ଅନେକ ଖରାପ କମେଣ୍ଟ ଲୋକମାନେ ଦେଉଥିଲେ ।

କିନ୍ତୁ ଏହି ସବୁ ପରେ ମଧ୍ୟ ରୁବି ନିଜକୁ ଡିମୋଟିଭେଟ ହେବାକୁ ଦେଇ ନଥିଲେ ଏବଂ ସଫଳତା ର ଏଭଳି ଉଚ୍ଚ ସ୍ଥାନରେ ପହଁଚି ଲୋକ ମାନଙ୍କ ମୁହଁ ବନ୍ଦ କରିଦେଲେ । ୩.୧୧ ଇଂଚ ର ରୁବି ବର୍ତ୍ତମାନ ପଞ୍ଜାବ ର ଜଳନ୍ଧର କୋର୍ଟ ରେ ଆଡଭୋକେଟ ଅଛନ୍ତି । ସେ ଭାରତର ସବୁଠାରୁ କମ ହାଇଟ ଥିବା ଓକିଲ ଅଟନ୍ତି । ହରବିନ୍ଦର ପିଲା ଦିନ ରେ ଅନେକ କଠିନ ପରିସ୍ଥିତି ର ସାମ୍ନା କରିଛନ୍ତି । ତାଙ୍କର ଫିଜିକାଲ ଗ୍ରୋଥ ହେଉ ନଥିଲା ।

ଏହି କାରଣରୁ ବାପା ମାଆ ଚିନ୍ତିତ ହୋଇ ଡାକ୍ତର ଙ୍କୁ ଦେଖାଇଥିଲେ, ବିଭିନ୍ନ ପ୍ରକାର ଔଷଧ ଦେଇଥିଲେ ଏବଂ ମେଡିଟେସନ ମଧ୍ୟ କରାଇଥିଲେ । କିନ୍ତୁ କୌଣସି ଫାଇଦା ହୋଇନଥିଲା । ହରବିନ୍ଦର ଙ୍କ ଛୋଟ ବେଳୁ ସ୍ୱପ୍ନ ରହିଥିଲା ଯେ ସେ ଜଣେ ଏୟାର ହଷ୍ଟେସ ହେବେ । କିନ୍ତୁ କମ ହାଇଟ ଥିବା ଯୋଗୁଁ ତାଙ୍କୁ ନିଜର ସ୍ୱପ୍ନ କୁ ବଳିଦାନ ଦେବାକୁ ପଡିଥିଲା । ତାଙ୍କ କମ ହାଇଟ କୁ ନେଇ ଲୋକମାନେ ତାଙ୍କୁ ଏତେ ମାତ୍ରାରେ ମଜାକ ଉଡାଉ ଥିଲେ ଯେ ସେ ସୁ-ଇ-ସା-ଇ-ଡ଼ କରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ ।

କିନ୍ତୁ ତାଙ୍କ ଜୀବନ ର ଅସଲ ମୋଡ଼ ସେତେବେଳେ ଆସିଥିଲା ଯେତେବେଳେ ସେ ଦ୍ୱାଦଶ ପଢ଼ିବା ପରେ ମୋଟିଭେସ୍ନାଲ ଭିଡିଓ ଦେଖିବା ଆରମ୍ଭ କରିଥିଲେ । ଏହି ଭିଡିଓ ଦେଖିବା ପରେ ହରବିନ୍ଦର ଙ୍କ ମନରେ ଆତ୍ମବିଶ୍ବାସ ଉତ୍ପନ୍ନ ହୋଇଥିଲା ଏବଂ ସେ ନିଜ ମନ ଭିତରେ ବିଶ୍ୱାସ ଜାଗ୍ରତ କରିଥିଲେ ଏବଂ ସ୍ଥିର କରିଥିଲେ ଯେ ସେ ଯେଭଳି ବି ଥାଆନ୍ତୁ ଲାଇଫ ରେ କିଛି କରି ଦେଖାଇବେ ।

ଏହି କାରଣରୁ ତାଙ୍କ କଲେଜ ଲାଇଫ ସହଜ ହୋଇଗଲା ଏବଂ ସେ ଲ' ର ପାଠପଢା ଆରମ୍ଭ କରିଥିଲେ । ତାଙ୍କ କଠିନ ପରିଶ୍ରମ ର ଫଳ ତାଙ୍କୁ ମିଳିଛି । ବର୍ତ୍ତମାନ ହରବିନ୍ଦର ଜଣେ ଓକିଲ ହୋଇ ସାରିଛନ୍ତି ଏବଂ ଭବିଷ୍ୟତରେ ସେ ଜଜ୍ ହେବାକୁ ମଧ୍ୟ ଚାହୁଁଛନ୍ତି । ହରବିନ୍ଦର କହିଛନ୍ତି ଯେ ଯେବେବି ସେ ବାହାରକୁ ଯାଆନ୍ତି ତାଙ୍କ ସହିତ ଅନ୍ୟ ମାନେ ଛୋଟ ଛୁଆ ଭଳି ବ୍ୟବହାର କରନ୍ତି ଏବଂ ବେଳେବେଳେ ତାଙ୍କ ହାତରେ ଚକଲେଟ ମଧ୍ୟ ରଖି ଦିଅନ୍ତି ।

ଏପରିକି ଥରେ କୋର୍ଟ ରେ ମଧ୍ୟ ରିଡ଼ର ଅନ୍ୟ ଓକିଲ ମାନଙ୍କୁ କହିଥିଲେ ଯେ ଏହି ଛୋଟ ଛୁଆ କୁ ଓକିଲ ୟୁନିଫର୍ମ ରେ କିଏ ନେଇ ଆସିଛି । ପରେ ତାଙ୍କୁ ଅନ୍ୟ ଓକିଲ କହିଥିଲେ ଯେ ହରବିନ୍ଦର ମଧ୍ୟ ଜଣେ ଓକିଲ ଅଟନ୍ତି । ହରବିନ୍ଦର ଜଳନ୍ଧର କୋର୍ଟ ରେ କ୍ରିମିନାଲ କେସ ଲଢ଼ୁଛନ୍ତି । ସେ ବିଗତ ବର୍ଷ ହିଁ ଏଲ ଏଲ ବି ପୂରଣ କରିଛନ୍ତି ।

୨୩ ନଭେମ୍ବର ୨୦୨୦ ରେ ତାଙ୍କୁ 'ବାର୍ କାଉନସିଲିଙ୍ଗ ଅଫ ପଞ୍ଜାବ ଆଣ୍ଡ ହରିୟାଣା ' ଦ୍ଵାରା ଲାଇସେନ୍ସ ଏନରୋଲମେଣ୍ଟ ସାର୍ଟିଫିକେଟ ଦିଆ ଯାଇଥିଲା । ହରବିନ୍ଦର ଓକିଲ ହେବା ସହିତ ଜୁଡିସିଆଲ ସର୍ବିସିଜ ର ପ୍ରସ୍ତୁତି ଜାରି ରଖିଛନ୍ତି । ତାଙ୍କ ପିତା ସମସେର ସିଂ ଫିଲ୍ଲୋର ଟ୍ରାଫିକ ପୋଲିସ ରେ ଏ ଏସ ଆଇ ଅଛନ୍ତି ଏବଂ ମାତା ସୁଖଦୀପ କୌର ଜଣେ ଗୃହିଣୀ ଅଟନ୍ତି ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV