Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇଏ ହେଉଛି ଭାରତର ସବୁଠୁ ବଡ ଜେଲ, ଯାହାର ନାଁ ଶୁଣିଲେ ହିଁ ଭୟରେ ଥରିଥାନ୍ତି କଏଦୀ

ଇଏ ହେଉଛି ଭାରତର ସବୁଠୁ ବଡ ଜେଲ, ଯାହାର ନାଁ ଶୁଣିଲେ ହିଁ ଭୟରେ ଥରିଥାନ୍ତି କଏଦୀ

ହିବାକୁ ଗଲେ ସମାଜରେ ଶାନ୍ତି ସ୍ଥାପାନ କରିବା ପାଇଁ ଦେଶରେ ଆଇନ ବ୍ୟବସ୍ଥା ଥାଏ । ଆଇନର ଉଲଂଘନ କରୁଥିବା ଲୋକମାନଙ୍କୁ ଆଇନର ରକ୍ଷାକର୍ମୀ ଅର୍ଥାତ ପୋଲିସ ଧରିଥାନ୍ତି ଓ ଯେତେ ଦିନ ପର୍ଯ୍ୟନ୍ତ ନ୍ୟାୟଳୟରୁ କୌଣସି ଆଦେଶ ନ ମିଳିଯାଏ ସେତେ ଦିନ ପର୍ଯ୍ୟନ୍ତ ପୋଲିସ ସେହି ଅପରାଧୀକୁ କିମ୍ବା ଦୋଷୀକୁ ନିଜର ଗିରଫରେ ରଖିଥାଏ ।

କିନ୍ତୁ ଶେଷରେ କୋର୍ଟର ଶୁଣାଣୀ ପରେ ତାଙ୍କୁ ଅନ୍ୟ ଅପରାଧୀମାନଙ୍କ ସହିତ ଅନ୍ୟ ଏକ ବଡ ଜେଲକୁ ପଠାଇ ଦିଆଯାଏ ।

ଜେଲ ଏକ ଏମିତି ସ୍ଥାନ ଅଟେ ଯେଉଁଠି ଚୋର, ଅପରାଧୀ, ଆତଙ୍କ କରୁଥିବା ଲୋକମାନଙ୍କୁ ରଖାଯାଏ । ଏହା ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ଆମ ଦେଶରେ ଏହିଭଳି ବହୁତ ଜେଲ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ବଡ ଜେଲ ବିଷୟରେ କହିବାକୁ ଯାଉଛୁ । ଯାହାର ନାମ ଶୁଣିବା ମାତ୍ରେ ହିଁ ଅପରାଧୀମାନେ ଭୟଭୀତ ହୋଇ ଯାନ୍ତି ଓ ସେମାନଙ୍କର ଗୋଡ ତଳୁ ମାଟି ଖସି ଯାଏ ।

ଜେଲ ଏକ ଏମିତି ଜାଗା ଅଟେ ଯେଉଁଠି ଅପରାଧୀମାନଙ୍କୁ ତାଙ୍କର ଅପରାଧ ପାଇଁ ଦଣ୍ଡିତ କରିବା ନିମନ୍ତେ ରଖାଯାଏ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଭାରତରେ ବହୁତ ଅପରାଧ ହୋଇଥାଏ । ଯେଉଁ କାରଣରୁ ଭାରତରେ କେତେକ ବଡ ବଡ ଜିଲ୍ଲାରେ କିଛି ବଡ ଓ ଭୟଙ୍କର ଜେଲ ର ନିର୍ମାଣ କରାଯାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଭାରତର ସବୁଠୁ ବଡ ଜେଲ କିଏ ଅଟେ ।

ଆମେ କଥାବାର୍ତ୍ତା କରୁଛୁ ତିହାଡ଼ ଜେଲ ବିଷୟରେ । ଯେଉଁଠି ସବୁଠୁ ଭୟଙ୍କର ଅପରାଧୀମାନଙ୍କୁ ରଖାଯାଏ । ତିହାଡ଼ ଜେଲକୁ ଏସିଆ ମହାଦୀପର ସବୁଠୁ ବଡ ଜେଲ କୁହାଯାଏ । ଏହି ଜେଲ ରେ ଅପରାଧୀମାନଙ୍କ ମଧ୍ୟରେ ମାରପିଟ ହେବା ଓ ଝଗଡା ହେବା ସାଧାରଣ କଥା ଅଟେ । ଆପଣଙ୍କୁ କହିଦେଉଛୁ କି ଏହାର ନିର୍ମାଣ ୧୯୫୭ରେ କରାଯାଇଥିଲା ଓ ଏହି ଜେଲ ଦିଲ୍ଲୀର ସବୁଠୁ ଛୋଟ ଜେଲ ଥିଲା ।

Image courtesy: Google

କିନ୍ତୁ ଧୀରେ ଧୀରେ ଏହି ଜେଲରେ ଅପରାଧୀ ବଢିବାକୁ ଲାଇଲେ ଓ ଏହି ଜେଲକୁ ବଡ କରାଗଲା । ଏହି ଜେଲ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ଜେଲ ରେ ଅଧିକ ଅପରାଧୀ ଅଛନ୍ତି । ଭାରତର ସବୁଠୁ ସୁରକ୍ଷିତ ଜେଲ ହେବା ପରେ ବି ଏହି ଜେଲ ର ସୁରକ୍ଷାରେ ଅସୁବିଧା ଅଛି ।

ଏହି ଜେଲରେ ୯୦୦ ଘର ଅଛି ଓ ୨୦ଟି ବଡ ସଂଗଠନ ଅଛନ୍ତି ଯେଉଁମାନେ ନିଜର ଆତଙ୍କ ଜେଲରେ ବିସ୍ତାର କରୁଛନ୍ତି । କିନ୍ତୁ ଯଦି ଅପରାଧୀମାନଙ୍କୁ ଧ୍ୟାନରେ ରଖି ଘରର ନିର୍ମାଣ କରାଯାଏ ତେବେ ଜେଲରୁ ପାଖପାଖି ୫୦୦୦ ଘର ଦରକାର ଅଟେ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV