Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାଣନ୍ତୁ ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ ରଖିବା ଉଚିତ୍

ଜାଣନ୍ତୁ ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ ରଖିବା ଉଚିତ୍

ହିନ୍ଦୁ ଧର୍ମରେ ପୂଜା-ପାାଠର ବିଶେଷ ମହତ୍ବ ରହିଛି। ମାନ୍ୟତା ରହିଛି ପୂଜା-ପାଠ କରିବା ଦ୍ବାରା ମନ ଶାନ୍ତ ରହିଥାଏ। ଏହା ସହିତ ଶରୀରରେ ମଧ୍ୟ ସକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ଅନେକ ଲୋକମାନେ ମଧ୍ୟ ଘରର ବିଭିନ୍ନ ସ୍ଥାନରେ ପୂଜା-ଅର୍ଚ୍ଚନା କରିଥାନ୍ତି। କିଛି ଲୋକମାନେ ମଧ୍ୟ ପ୍ରତ୍ୟେକ ଦିନ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି।

ପ୍ରାୟତଃ ଘରେ ପୂଜା କରିବା ତୁଳନାରେ ମନ୍ଦିର ଯିବା ଲୋକମାନଙ୍କର ସଂଖ୍ୟା ଅଧିକ ହୋଇଥାଏ। ଏହି ସବୁ ମଧ୍ୟରେ କଣ ଆପଣ ଜାଣିଛନ୍ତି କି ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ କରିବା ଉଚିତ। ଏହା ସହିତ ଭଗବାନଙ୍କର ମୁହଁ ମଧ୍ୟ କେଉଁ ଦିଗକୁ ହେବା ଶୁଭ ହୋଇଥାଏ। ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ପଣ୍ଡିତ ମାନଙ୍କ ମତ ଅନୁଯାୟୀ ଅଧିକାଂଶ ଲୋକମାନେ ଘରେ ପୂଜା-ବିଧାନ ଭୁଲ ଉପାୟରେ କରିଥାନ୍ତି। ଅନେକ ଲୋକମାନେ ପୂଜା କରିବା ସମୟରେ ନିଜ ମୁହଁ ପୂର୍ବକୁ କରି ଭଗବାନଙ୍କ ମୁହଁ ପଶ୍ଚିମ ଦିଗକୁ କରିଦେଇଥାନ୍ତି। କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି ଭଗବାନଙ୍କର କୌଣସି ବି ପ୍ରତିମା ସର୍ବଦା ସୂର୍ଯ୍ୟଙ୍କ ଠାରୁ ଶକ୍ତି ନେଇଥାନ୍ତି। ଏହିପରି ଯଦି ସୂର୍ଯ୍ୟଙ୍କ କିରଣ ଭଗବାନଙ୍କ ମନ୍ଦିରରେ ନ ପଡ଼ିଥାଏ ତେବେ ସେହି ମନ୍ଦିର ବେକାର ହୋଇଥାଏ। ଏହା ବ୍ୟତିତ ଭଗବାନଙ୍କ ଶକ୍ତି ମଧ୍ୟ କମ ହୋଇଯାଇଥାଏ।
କୈଳାସ ଠାରୁ ଆରମ୍ଭକରି କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ମନ୍ଦିରର ମୁଖ ପୂର୍ବ ଦିଗକୁ ରହିଛି। ଏହି ମନ୍ଦିର ଗୁଡ଼ିକ ମଧ୍ୟ ବାସ୍ତୁଶାସ୍ତ୍ର ହିସାବରେ ନିର୍ମାଣ କରାଯାଇଛି। କାରଣ ସୂର୍ଯ୍ୟଦୋୟ ପରେ ପରେ ହିଁ ସୂର୍ଯ୍ୟଙ୍କର କିରଣ ଯେପରି ଭଗବାନଙ୍କ ମୂର୍ତ୍ତି ଉପରେ ପଡ଼ିପାରିବ। ଘର ମଧ୍ୟରେ ତ ସୂର୍ଯ୍ୟ କିରଣ ଆସିବା ସମ୍ଭବ ହୋଇନଥାଏ, କିନ୍ତୁ ଆପଣମାନେ ପୂଜା କରିବା ସ୍ଥାନ ରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ କରି ସ୍ଥାପନ କରନ୍ତୁ।

ଏହି କାରଣରୁ ଘରେ ପୂଜା କରିବା ସମୟରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ଏବଂ ଆପଣଙ୍କ ମୁହଁ ପଶ୍ଚିମ ଦିଗକୁ ରଖନ୍ତୁ। ସେହିପରି ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା ସାମ୍ନାରେ ଛିଡ଼ା ହୋଇ ପୂଜା-ଆଳତି କରିଥାନ୍ତି, କିନ୍ତୁ ଏପରି କରିବା ଅଶୁଭ ହୋଇଥାଏ। ଏହି ସମୟରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ରଖିନ୍ତୁ ଏବଂ ଆପଣ ଉତ୍ତର ଦିଗକୁ ମୁହଁ କରି ଆଳତି କରନ୍ତୁ। ଏପରି କରିବା ଦ୍ବାରା ଶୁଭ ହୋଇଥାଏ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV