Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାଳରେ ଫୁସଫୁସକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ, ତେବେ ପିଇବାକୁ ଭୁଲନ୍ତୁନି ଏହି ଚାହା

କାଳରେ ଫୁସଫୁସକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ, ତେବେ ପିଇବାକୁ ଭୁଲନ୍ତୁନି ଏହି ଚାହା

ଏବେ ଦେଶ ତଥା ରାଜ୍ୟରେ କରୋନାର ଭୟଙ୍କର ପ୍ରଭାବ ଜାରି ରହିଛି । ଆଗକୁ ଆସୁଥିବା ଶୀତ ଋତୁରେ ଏହାର ପ୍ରଭାବ ଆହୁରି ବଢି ଯାଇପାରେ ବୋଲି ଆଶଙ୍କା କରାଯାଉଛି । କରୋନା ଆକ୍ରାନ୍ତ ରୋଗୀଙ୍କର ଫୁସଫୁସ ହିଁ ସର୍ବାଧିକ ସଂକ୍ରମିତ ହେଉଥିବା ଦେଖାଦେଉଛି । ଆଉ ଏହି ଫୁସଫୁସ ସଂକ୍ରମଣ କାରଣରୁ ଅନେକଙ୍କର ମୃତ୍ୟୁ ହେଉଥିବା ନେଇ ଜଣାଯାଇଛି ।

କିନ୍ତୁ ଜାଣନ୍ତିକି ଅତି ସଧାରଣ ଘରୋଇ ଉପଚାରରେ ଆପଣ ନିଜ ଫୁସଫୁସକୁ ସୁରକ୍ଷିତ ରଖିପାରିବେ । ନିୟମିତ ରୂପେ ଏହି ଆୟୁର୍ବେଦୀୟ ଚାହାର ସେବନ ଦ୍ୱାରା ବାୟୁମଣ୍ଡଳର ବିଷାକ୍ତ ଧୂଳି କଣା ଦାଉରୁ ବି ଫୁସଫୁସକୁ ସୁରକ୍ଷିତ ରକ୍ଷା କରା ଯାଇପାରିବ । ନିଜ ହାତରେ ଏକ ହର୍ବାଲ ଚାହା ନିୟମିତ ଭାବରେ ସେବନ କଲେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବା ସହ ବାହ୍ୟ ଧୂଳିକଣାରୁ ମୁକ୍ତି ମିଳିପାରିବ । ଏହା ସହ ଶରୀରର ରୋଗ ପ୍ରତିରୋଧି କ୍ଷମତା ମଧ୍ୟ ବୃଦ୍ଧି ପାଇବ । ତେବେ ସେହି ଚାହା ପାଇଁ ଆବଶ୍ୟକୀୟ ସାମଗ୍ରୀ ବାବଦରେ ଜାଣି ରଖିବା ।

ଆବଶ୍ୟକୀୟ ସାମଗ୍ରୀ:

-ଖଣ୍ଡେ ଅଦା

-ଖଣ୍ଡେ ଡାଲଚିନି

-କିଛି ତୁଳସୀ ପତ୍ର

-ଗୋଟେ ଚାମଚ ଜୁଆଣି

-ପେପର କର୍ଣ୍ଣ

-୨ରୁ ୩ ଟି ଗୁଜୁରାତି

-ଗୋଟେ ଚାମଚ ପାନମଧୁରୀ

ପ୍ରସ୍ତୁତି ପ୍ରଣାଳୀ:

ସମସ୍ତ ସାମଗ୍ରୀକୁ ପ୍ରଥମେ ଏକ ପାତ୍ରରେ ନିଅନ୍ତୁ । ଏବେ ଏଥିରେ ଗୋଟେ ଗ୍ଲାସ ପାଣି ଦିଅନ୍ତୁ । ଏବେ ଏହି ପାଣିକୁ ୧୦ ମିନିଟ ପାଇଁ ଫୁଟାନ୍ତୁ । ଏବେ ଏକ କପରେ ଚାହା ପରି ଛାଣି ଦିଅନ୍ତୁ । ସ୍ୱାଦ ବଢାଇବା ପାଇଁ ଆପଣ ନିଜ ଚାହାରେ ଗୁଡ କିମ୍ବା ମହୁ ମିଶେଇ ପାରିବେ ।

ମାନେ ରଖିବେ ଏହି ହର୍ବାଲ ଚାହା ପିଇଲେ ଆପଣଙ୍କ ଶରୀର ଗରମ ହୋଇଯାଇପାରେ । ତେଣୁ ଶରୀରର ତାପମାତ୍ରା ଠିକ ରଖିବା ପାଇଁ ଦିନ ସାରା ପ୍ରଚୁର ପାଣି ପିଅନ୍ତୁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV