Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୁମ୍ଭ (Aquarius) ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଶେଷ କଥା, ଶୁଭ ରଙ୍ଗ ଗୁଣ ସବୁକିଛି

କୁମ୍ଭ (Aquarius) ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଶେଷ କଥା, ଶୁଭ ରଙ୍ଗ ଗୁଣ ସବୁକିଛି

ଜି ଆମେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କର କିଛି ଗୁପ୍ତ କଥା ବିଷୟରେ ଜାଣିବା । କୁମ୍ଭ ରାଶି ସାଧାରଣ ଭାବରେ ତିନି ଭାଗରେ ବିଭକ୍ତ । ପ୍ରଥମଟି ୨୩/୧୧ - ଧନିଷ୍ଟ ନଖେତ୍ର, ଏମାନେ ଦାନବ ଗଣ ଅଟନ୍ତି ନାନା ପ୍ରକାରର ଦେବା ଦେବୀଙ୍କ ପୂଜା କରନ୍ତି । ଦ୍ଵିତୀୟ ଟି ୨୪/୧୧ - ସତଭିଷା ନକ୍ଷତ୍ର, ଏମାନେ ଦାନବ ଗଣ ଅଟନ୍ତି ଏମାନେ ଦେବା ଦେବୀଙ୍କ ପୂଜା କରନ୍ତି ।

ତୃତୀୟରେ ୨୫/୧୧ ପୂର୍ବ ଭାଦ୍ର ନକ୍ଷତ୍ର, ଏମାନେ ମାନବ ଗଣ ଅଟନ୍ତି ।

ରାଜସିକ ଭକ୍ତିରେ ଆନନ୍ଦିତ ହୋଇଥାନ୍ତି, ଦେବୀ ମନ୍ତ୍ର ଓମ କ୍ଲିଙ୍ଗ ନମ, ଏମାନଙ୍କ ପାଇଁ ଶୁଭ ବାର ସୋମ ବାର ମଙ୍ଗଳ ବାର, ଶୁକ୍ର ବାର ଓ ଶନି ବାର । ଶୁଭ ସଂଖ୍ୟା ୨, ୩, ୬ ଓ ୯ ଅଟେ । ଉତ୍ତମ ଫଳ- ବୃଷ, ମିଥୁନ, କନ୍ୟା, ତୁଳା ମକର ଏବଂ କୁମ୍ଭ ଏହି ରାଶିର ବ୍ୟକ୍ତି ଶୁଭ ଫଳ ପ୍ରଦାନ କରିଥାନ୍ତି ।

ଶୁଭ ରଙ୍ଗ କଳା, ବାଇଗଣି, ନୀଳ ଓ ସବୁଜ ରଙ୍ଗ । ଶୁଭ ଦିଗ ପଶ୍ଚିମ ଦିଗ । ଘାତ ବାର ଗୁରୁ ବାର । ଶନି ଗ୍ରହ ଶାନ୍ତି ପାଇଁ ଲୁହା, ଶିସାକୁ ଶନିବାର ଦିନ ପୂଜା କରି ପିନ୍ଧିବା ଦ୍ଵାରା, ହନୁମାନ ପୂଜା, ପ୍ରଦଶ ବ୍ରତ ପାଳନ କରିବା ଦ୍ଵାରା ଗ୍ରହ ଶାନ୍ତି ହୋଇଥାଏ । ଶନି ଦେବଙ୍କ ପୂଜା ଓ ହନୁମାନଙ୍କ ପୂଜା ଦ୍ଵାରା ଶୁଭ ଫଳ ମିଳିଥାଏ । ଏବେ ଜାଣିବା କୁମ୍ଭ ରାଶିର ଗୁଣ ଓ ସ୍ଵଭାବ ବିଷୟରେ, ଏମାନେ ଶାନ୍ତ, ଗମ୍ଭୀର ଓ ଚିନ୍ତାଶୀଳ, ବୁଦ୍ଧିମତା ଓ କଳାପ୍ରେମୀ ହୋଇଥାନ୍ତି । ଏମାନେ ଜଙ୍ଘ, ଦାନ୍ତ, ରକ୍ତ ଚାପ, ପେଟ ଓ ମ୍ୟାଲେରିଆ ରୋଗ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଏମାନଙ୍କ ଜୀବିକା, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟୀ, ସିମେଣ୍ଟ ଏବଂ ଖଣିଜପଦାର୍ଥ ବ୍ୟବସାୟରେ ସଫଳତା ପାଆନ୍ତି । କେତେକ ବନ୍ଧୁଙ୍କ ସହଯୋଗ ଏମାନଙ୍କୁ ମିଳିଥାଏ ଏବଂ କିଛି ବନ୍ଧୁ ସମସ୍ୟା ସୃଷ୍ଟି ମଧ୍ୟ କରିଥାନ୍ତି । ଛାତ୍ରମାନେ ପଢାରେ ଭଲ କରିଥାନ୍ତି । ପୁଣ୍ୟ ଆଦି ଧର୍ମ କାର୍ଯ୍ୟରେ ଆଗ୍ରହୀ ହୋଇଥାନ୍ତି । ପଶୁପାଳନରେ ଆଗ୍ରହୀ ହୋଇଥାନ୍ତି ।

ବୁଦ୍ଧିମାନ ହୋଇଥାନ୍ତି । ରୋଗ ପାଇଁ ଥରେ ବା ଦୁଇଥର ଅପରେସନ ହୋଇପାରନ୍ତି । କଳା, ନୃତ୍ୟ, ଗୀତ, ହସ୍ତ କଳା କ୍ଷେତ୍ରରେ ସମ୍ମାନିତ ହୋଇଥାନ୍ତି । ଦେବୀ ଶକ୍ତିଙ୍କ ଆଶୀର୍ବାଦ ଯୋଗୁଁ କେବେ ବି ଧନର ଅଭାବ ହୋଇନଥାଏ । ସମାଜରେ ପ୍ରତିଷ୍ଠା ଲାଭ କରିବେ । ଆୟ ଅନୁସାରେ ଖର୍ଚ କରିଥାନ୍ତି । ମିଛ କହିବା, ଠକିବା, ପର ଧନ ଉପରେ ଲୋଭ କରନ୍ତି ନାହିଂ । ଏମାନଙ୍କୁ ଧଳା ଓ ନୀଳ ରଙ୍ଗ ପ୍ରିୟ ହୋଇଥାଏ ।

ଏମାନେ ନିଜ ବଚନ ରକ୍ଷା କରିଥାନ୍ତି । ଏମାନଙ୍କର ଶୁଭ ବାର ଶନି ବାର ହୋଇଥାଏ । ଅଗଷ୍ଟ ମାସର ୫, ୧୦ ଓ ୧୩ ତାରିଖ ଓ ମଙ୍ଗଳବାରରେ ଜନ୍ମ ହୋଇଥିଲେ ଏହା ଘାତ ବାର ହୋଇଥାଏ । ଜନ୍ମରୁ ୨୨ ବର୍ଷ ପର୍ଯ୍ୟନ୍ତ ଭଲ ମନ୍ଦ ଲାଗି ରହିଥାଏ । ଜ୍ଞାନ ଅର୍ଜନ ଓ ଜମି ବାଡିକୁ ନେଇ ସମସ୍ୟା ଦେଖା ଯାଇପାରେ । ପାରିବାରିକ ସମସ୍ୟା ଦେଖାଯାଇ ପାରେ । ଠିକ ସମୟର ଉପଦେଶ ପିତା ଭଳି ଲାଗିଥାଏ । ଜୀବନରେ ଉନ୍ନତି ପାଇଁ ଜୀବନ ସାଥିର ପରାମର୍ଶ ଲାଭକାରୀ ହୋଇଥାଏ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV