Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଦ ପିଇବାକୁ ନେଇ ଝଗଡ଼ା, ସ୍ତ୍ରୀ ବାରଣ କରିବାରୁ ଜୀବନ ହାରିଲେ ସ୍ବାମୀ

ମଦ ପିଇବାକୁ ନେଇ ଝଗଡ଼ା, ସ୍ତ୍ରୀ ବାରଣ କରିବାରୁ ଜୀବନ ହାରିଲେ ସ୍ବାମୀ

ଦ ପିଇବାକୁ ସ୍ତ୍ରୀ ବାରଣ କରିବାରୁ ଜୀବନ ହାରିଲେ ସ୍ବାମୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭୋଳବେଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୬୦ ବର୍ଷିୟ ପଦ୍ମନାଭ ନାଏକ । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାକୁ ନେଇ ପଦ୍ମନାଭଙ୍କର ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ଏହାପରେ ପଦ୍ମନାଭ ରାଗରେ ବିଷ ପିଇ ଦେଇଥିଲେ ।

ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପଦ୍ମନାଭଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV