Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା, ଜାଣନ୍ତୁ ଏପରି ହୋଇଥାଏ ସେମାନଙ୍କ ସ୍ବଭାବ

ମଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା, ଜାଣନ୍ତୁ ଏପରି ହୋଇଥାଏ ସେମାନଙ୍କ ସ୍ବଭାବ

ଯେକୌଣସି ବ୍ୟକ୍ତିଙ୍କର ଜନ୍ମ ମାସ,ତାରିଖ ଏବଂ ରାଶି ହିସାବରେ ବ୍ୟକ୍ତିଙ୍କର ସ୍ବଭାବ ବିଷୟରେ ଜଣାପଡିଥାଏ । ଏଥିପାଇଁ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି,ମଇ ମାସରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ବିଷୟରେ କିଛି ଖାସ୍ କଥା ।

ମଇ ମାସରେ ଯେଉଁ ଲୋକଙ୍କ ଜନ୍ମ ହୋଇଥାଏ ସେମାନେ ବହୁତ ଜିଦ୍ଦି ସ୍ବଭାବର ହୋଇଥାନ୍ତି । ଏହା ସହିତ ସେମାନେ ବହୁତ ରାଗି ଏବଂ ଦାୟିତ୍ବହୀନ ହୋଇଥାନ୍ତି ।

ଏହାବ୍ୟତିତ ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ବ୍ୟବହାର ଗର୍ବି ଭଳି ହୋଇଥାଏ । କିନ୍ତୁ ଭଲ କଥା ହେଲା କି ଏମାନେ ସବୁ କାମକୁ ପୁରା କରିକି ହିଁ ଛାଡିଥାନ୍ତି । ଏହି ମାସରେ ଯେଉଁ ଲୋକଙ୍କ ଜନ୍ମଦିନ ହୋଇଥାଏ ସେମାନଙ୍କ ସ୍ବଭାବ ବହୁତ ରହସ୍ୟମୟ ହୋଇଥାଏ । ଏମାନେ ବହୁତ ମୁଡି ହୋଇଥାନ୍ତି ।

ଏହି ମାସରେ ଜନ୍ମିତ ଲୋକମାନଙ୍କ ଡ୍ରେସିଙ୍ଗ ସେନ୍ସ ବହୁତ ଭଲ ହୋଇଥାଏ। ଯାହା କାରଣରୁ ଏମାନେ ଭିଡ ଭିତରେ ନିଜର ଅଲଗା ପରିଚୟ କରିନେଇଥାନ୍ତି । ଏହାଛଡା ଏମାନେ ଡୋମିନେଟିଙ୍ଗ୍ ସ୍ବଭାବର ହୋଇଥାନ୍ତି । ମଇରେ ଜନ୍ମିତ ଲୋକ ନିଜର ରିଲେସନସିପ୍ କୁ ନେଇ ବହୁତ ସିରିୟସ୍ ହୋଇଥାନ୍ତି ।

ଏମାନେ ବିବାହ ପୂର୍ବରୁ ନିଜର ସୀମା ଲଙ୍ଘନ କରିବାକୁ ପସନ୍ଦ କରିନଥାନ୍ତି । କେବଳ ଏତିକି ନୁହେଁ ଥରେ ଯଦି ଏମାନେ କାହାକୁ ନିଜ ମନରେ ବସାଇ ଦିଅନ୍ତି ତେବେ ଜୀବନସାରା ତାଙ୍କ ସାଥ୍ ଛାଡିନଥାନ୍ତି । ମଇ ମାସରେ ଯେଉଁ ଲୋକଙ୍କ ଜନ୍ମଦିନ ହୋଇଥାଏ ସେମାନେ ବହୁତ ନରମ ସ୍ବଭାବର ହୋଇଥାନ୍ତି । ଏହାଛଡା ଏହି ବ୍ୟକ୍ତି ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି । ଧୋକା ଦେବା ବିଷୟରେ କେବେ ସେମାନେ ଭାବିନଥାନ୍ତି ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV