Dailyhunt
ମେନ ଡୋର ରେ କଣ ରଖିବା ଦ୍ଵାରା ବଢିଥାଏ ଅମାପ ଧନ ସମ୍ପତି, ମା' ଲକ୍ଷ୍ମୀ ହୁଅନ୍ତି ପସନ୍ନ, ଧନ ଦୌଲତରେ ପୁରି ଉଠେ ଭଣ୍ଡାର- Vastu Tips

ମେନ ଡୋର ରେ କଣ ରଖିବା ଦ୍ଵାରା ବଢିଥାଏ ଅମାପ ଧନ ସମ୍ପତି, ମା' ଲକ୍ଷ୍ମୀ ହୁଅନ୍ତି ପସନ୍ନ, ଧନ ଦୌଲତରେ ପୁରି ଉଠେ ଭଣ୍ଡାର- Vastu Tips

ରର ସୁଖ ଶାନ୍ତି ତିଷ୍ଠି ରହିବା ପାଇଁ କିଛି ନୀତି ନିୟମ କରିବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ନିୟମ ରହିଛି ଯାହା ପାଳନ କରିଲେ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ । ରାତିରେ ଏକ ପାତ୍ରରେ କିଛି ପାଣିକୁ ଘରର ଇଶାଣ କଣରେ ରଖୀ ସକାଳେ ଏହି ପାଣିକୁ ଘରର ଦୁଆର ମୁହଁରେ ଛିଞ୍ଚିବା ଉଚିତ ।

ଘର ଭିତରେ ଥିବା ମେନ କବାଟରେ ମା ଲକ୍ଷ୍ମୀଙ୍କର ଫୋଟୋ ଲଗାଇ ଘରୁ ବାହାରିବା ସମୟରେ ମାଙ୍କର ଦର୍ଶନ କରିବା ଉଚିତ ।

ଘରେ ଲଗାଇଥିବା ବେଲ ବା ଘଣ୍ଟିକୁ ଘରର ଡାହାଣ ପଟେ ଲଗାଇବା ଉଚିତ । ଚପଲ ରଖିବା ପାଇଁ ଘରର ମେନ ଡୋରର ବାମ ପଟେ ସ୍ଥାନ କରିବା ଉଚିତ । ଘରେ ଘୋଡା ନାଲ ଲଗାଇବା ଫଳରେ ଘରେ ଥିବା ସବୁ ଅଶୁଭ ଶକ୍ତିର ନୀବାରଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଂକିବା ଉଚିତ । ଏହାଛଡା ଘର ଆଗରେ ମୁରୁଜ ପକାଇବା ଶୁଭ ଅଟେ । ଘରର ମୁଖ୍ୟ ଦ୍ଵାରରେ ସବୁବେଳେ ଲାଇଟ ଲଗାଇବା ଉଚିତ ।

ଘରର ଦୁଆର ମୁହଁରେ ଆମ୍ବ ପତ୍ର ଲଗାଇବା ସହ ଘର ଆଗରେ ତୁଳସୀ ଗଛ ଲଗାଇବା ଉଚିତ । ଏହାଛଡା ଘରୁ ଅଶୁଭ ଶକ୍ତିକୁ ଦୂରେଇବା ପାଇଁ ହନୁମାନଙ୍କର ଫୋଟୋ ଲଗାଇବା ଉଚିତ । ଘରର ଦୁଆର ମୁହଁରେ ପ୍ରତେକ ଦିନ ପାଣିରେ ଭରା ହୋଇଥିବା କଳସ ରଖିବା ଉଚିତ । ଏହା ଫଳରେ ଘରେ ଥିବା ସମସ୍ତ ନାକାରାତ୍ମକ ଶକ୍ତି ଦୂର ହୋଇଥାଏ । ଘର ଆଗରେ କୌଣସି ଘଚର ଛାଇ ବା କୌଣସି ମନ୍ଦିରର ଛାଇ ପଡିବା ଉଚିତ ନୁହେ । ଏହାଛଡା ଗାଈ,କୁକୁର ବା ଅନ୍ୟ ପଶୁଙ୍କର ଭୋକିବା ଶୁଭ କଥା ନୁହେ । ଘରର ମୁଖ୍ୟ ଦ୍ବାରର କବାଟ ଅଧିକ ଲମ୍ବା ହେବା ଉଚିତ ।

ଯେପରି କବାଟର ମୁହଁ ବାହାରକୁ ନ ଯାଇ ଭିତରକୁ ଯାଉଥିବ ସେହିଭଳି ହେବା ଉଚିତ। ଘରର କବାଟର ଶବ୍ଦ ହେଲେ ଘରେ ଦରିଦ୍ରତା ଦେଖାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ବାରର ସାମ୍ନାରେ ଝରକା ହେଉ ବା କବାଟ ହେଉ ଲଗାଇବା ଉଚିତ । ଘରର ମୁଖ୍ୟ ଦ୍ଵାର ରଙ୍ଗ ହେବା ଉଚିତ ।ଘରର ମୁଖ୍ୟ ଦ୍ଵାରର କବାଟ ଉତ୍ତର ଦିଗରେ ଥିଲେ ନୀଳ ରଙ୍ଗ ଲଗାଇବା ଉଚିତ, ପୂର୍ବ ଦିଗରେ ଥିଲେ ହଳଦିଆ ରଙ୍ଗ ହେବା ଉଚିତ, ଦକ୍ଷିଣ ଦିଗରେ ଥିଲେ ବାଇଗଣି ରଙ୍ଗ ଦେବା ଉଚିତ, ପଶ୍ଚିମ ଦିଗରେ ଥିଲେ ଧଳା ରଙ୍ଗ ହେବା ଉଚିତ ।

ଘରର ମୁଖ୍ୟ ଦ୍ଵାର ଉତ୍ତର ଦିଗରେ ଥିଲେ ଶୁଭ ହୋଇଥାଏ । ପଶ୍ଚିମ ଦିଗରେ ମୁଖ୍ୟ ଦ୍ଵାରା ରହିଲେ ସମସ୍ଯା ଦେଖାଯାଏ । ସେଥିପାଇଁ ରବିବାର ଦିନ ନଡିଆରେ ସିକା ରଖି ଲାଲ କପଡାରେ ବାନ୍ଧି ଦେଇ ଟଙ୍ଗାଇ ଦେବା ଉଚିତ । ଏହାଛଡା ଘରେ ସୂର୍ଯ୍ୟଦେବତାଙ୍କ ନାମରେ ହୋମ କରିବା ଫଳରେ ଘର ଦୋଷ ଦୂର ହୁଏ । ଏହି ସବୁ ନିୟମ କରିବା ଫଳରେ ଘରେ ସୁଖ ଶାନ୍ତି ଆସିଥାଏ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV