Dailyhunt
ନବରାତ୍ରିରେ ଏହି 10 କାମ ନିଶ୍ଚୟ କରନ୍ତୁ, ପୁରା ବର୍ଷ ରହିବ ମା ଦୂର୍ଗାଙ୍କ କୃପା

ନବରାତ୍ରିରେ ଏହି 10 କାମ ନିଶ୍ଚୟ କରନ୍ତୁ, ପୁରା ବର୍ଷ ରହିବ ମା ଦୂର୍ଗାଙ୍କ କୃପା

ହିନ୍ଦୁ ଧର୍ମରେ ସବୁ ପୂଜା ପର୍ବର ସ୍ଵତନ୍ତ୍ର ମହତ୍ୱ ରହିଛି । ତନ୍ମଧ୍ୟରୁ ନବରାତ୍ରି ଅନ୍ୟତମ । ବର୍ଷରେ ଦୁଇଟି ନବରାତ୍ରି ଆସିଥାଏ । ଗୋଟିଏ ଚୈତ୍ର ମାସରେ ଓ ଦ୍ୱିତୀୟଟି ଶାରଦୀୟ ନବରାତ୍ରି । ଚଳିତ ବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ଯାଏ ରହିବ । ନବରାତ୍ରି ସମୟରେ ମା ଦୁର୍ଗାଙ୍କ ୯ ଟି ଅଲଗା ଅଲଗା ସ୍ୱରୂପ ର ପୂଜା କରାଯାଏ ।

ଏହି ସମୟରେ କିଛି ନିୟମ ପାଳନ କରା ଯାଇଥାଏ ଓ କିଛି କାର୍ଯ୍ୟ କରିବାକୁ ବାରଣ ହୋଇଥାଏ । ଆସନ୍ତୁ ଦେଖିବା…

ଆପଣ ବ୍ରତ ରଖନ୍ତୁ କି ନା ରଖନ୍ତୁ କିନ୍ତୁ ନବରାତ୍ରି ସମୟରେ ଆମିଷ ଭୋଜନ କରିବା ବାରଣ ଅଟେ । ଏହି ୯ ଦିନ ନିରାମିଷ ଓ ହାଲୁକା ଭୋଜନ କରନ୍ତୁ । ଏହି ସମୟରେ ପିଆଜ ଓ ରସୁଣ ଖାଇବା ମଧ୍ୟ ସମ୍ପୂର୍ଣ୍ଣ ମନା ଅଟେ । ଖାଦ୍ୟରେ ସାଧାରଣ ଲୁଣର ମଧ୍ୟ ବ୍ୟବହାର ନ କରି ସନ୍ଧବ ଲୁଣ ବ୍ୟବହାର କରିବା ଉଚିତ୍ ।

ଯଦି ଆପଣ ବ୍ରତ ରଖିଛନ୍ତି ତେବେ ସନ୍ଧ୍ୟାରେ ବ୍ରତ ଭାଙ୍ଗିବା ସମୟରେ ମଧ୍ୟ ଫଳ ମୂଳାଦି ହାଲୁକା ଖାଦ୍ୟ ଭୋଜନ କରନ୍ତୁ । ଏହା ଶରୀରର ପାଚନପ୍ରକ୍ରିୟା କୁ ଠିକ୍ ରଖିବା ସହ ବ୍ରତ ର ମଧ୍ୟ ଫଳ ପ୍ରଦାନ କରିବାରେ ସହାୟକ ହେବ ।

ନବରାତ୍ରି ସମୟରେ ଚୁଟି ଓ ନିଶ ଦାଢ଼ି ଆଦି କାଟିବା ବାରଣ ଅଟେ । ନବରାତ୍ରି ପୂର୍ବରୁ କିମ୍ବା ପରେ କାଟନ୍ତୁ କିନ୍ତୁ ଏହି ସମୟରେ ଭୁଲରେ ମଧ୍ୟ ଏହା କରନ୍ତୁ ନାହିଁ । ଏହା ଦ୍ବାରା ମା ଦୁର୍ଗା ଅସନ୍ତୁଷ୍ଟ ହୁଅନ୍ତି ।

ଶୁଚି ମନରେ ନବରାତ୍ରି ବ୍ରତ କରନ୍ତୁ । ଏହି ସମୟରେ ମନରେ କୌଣସି ନକରାତ୍ମକ ଚିନ୍ତା ଭାବନା ରଖନ୍ତୁ ନାହିଁ । ମା ଙ୍କ ପୂଜା ଓ ଭଜନ କୀର୍ତ୍ତନ ରେ ସମୟ ଅତିବାହିତ କରନ୍ତୁ ।

ନବରାତ୍ରି ରେ ୯ ଦିନ ବ୍ରତ ରଖୁଥିଲେ ଖଟ ଓ ଚୌକିରେ ମଧ୍ୟ ବସନ୍ତୁ ନାହିଁ । ଦିନରେ ମଧ୍ୟ ଶୁଅନ୍ତୁ ନାହିଁ । ରାତ୍ରିରେ ମା ଙ୍କୁ ଯେଉଁଠି ସ୍ଥାପିତ କରା ଯାଇଛି ସେହି ପାଖ ଭୂମିରେ ଶୟନ କରନ୍ତୁ ।

ଯଦି ଆପଣ ଘରେ ଅଖଣ୍ଡ ଦୀପ ଜଳାଇଛନ୍ତି ତେବେ ଘରକୁ କେବେ ଛାଡି ଯାଆନ୍ତୁ ନାହିଁ । ଆବଶ୍ୟକ ସ୍ଥଳେ ଘର ର ଅନ୍ୟ ସଦସ୍ୟଙ୍କୁ ମା ଙ୍କ ପାଖରେ ବସାଇ ଯାଆନ୍ତୁ । ଆଉ ଏହି ଦୀପ ଗାଈ ଘିଅ ରେ ଜଳାଇଲେ ମାତା ଅଧିକ ପ୍ରସନ୍ନ ହୁଅନ୍ତି ।

୯ ଦିନ ର ବ୍ରତ ରଖିବା ସମୟରେ ମଇଳା ଓ ଅଧୁଆ ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଆଉ ମଧ୍ୟ ବେଲ୍ଟ, ଚପଲ, ଜୋତା ଓ ବ୍ୟାଗ୍ ଆଦି ଚମଡା ଜିନିଷ ବ୍ୟବହାର କରନ୍ତୁ ନାହିଁ ।

୯ ଦିନ ସମ୍ପୂର୍ଣ ଶ୍ରଦ୍ଧାର ସହ ମା ଙ୍କ ର ଶୃଙ୍ଗାର କରନ୍ତୁ । ମା ଙ୍କୁ ନୂଆ ଓଢଣୀ ଓ ଅଲଗା ଅଲଗା ଫୁଲ ମାଳା ଚଢ଼ାନ୍ତୁ ।

ନବରାତ୍ରି ର ଅଷ୍ଟମ ଦିନ ବିଶେଷ ପୂଜାର ଆୟୋଜନ କରାଯାଏ । ଏଥିପାଇଁ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରନ୍ତୁ ଅବା ନିଜେ ମଧ୍ୟ ମାତା ସ୍ତୋତ୍ର ପାଠ ଓ ଧ୍ୟାନ କରି ପାରିବେ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV