Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୂଆ ସ୍ବାଦର ନିଅନ୍ତୁ ମଜା, ବନାନ୍ତୁ ଗାଜର ପରଟା

ନୂଆ ସ୍ବାଦର ନିଅନ୍ତୁ ମଜା, ବନାନ୍ତୁ ଗାଜର ପରଟା

ମେ ସବୁବେଳେ ଖାଦ୍ୟରେ କିଛି ନୂଆ ଖାଇବାକୁ ପସନ୍ଦ କରିଥାନ୍ତି। ତାହାପୁଣି ନୂଆ ସ୍ବାଦ ଆଉ ନୂଆ ଷ୍ଟାଇଲରେ। ଏମିତିରେ ପରଟା ଆମ ସମସ୍ତଙ୍କୁ ପସନ୍ଦ। ଆଉ ଆପଣଙ୍କର ଏହି ପସନ୍ଦକୁ ଲକ୍ଷ୍ୟ କରି ଆଜି ଆମେ ଆପଣଙ୍କୁ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ। ତେବେ ଜାଣନ୍ତୁ ଏହା ପାଇଁ ଆବଶ୍ୟକୀୟ ସାମଗ୍ରୀ ଏବଂ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

ଅଟା - ୨କପ

ଲୁଣ - ସ୍ବାଦ ଅନୁସାରେ

ପାଣି - ୧କପ

ବଟର - ଆବଶ୍ୟକ ପରିମାଣରେ

ତେଲ - ଆବଶ୍ୟକ ପରିମାଣରେ

କୋରା ଗାଜର - ୫ଟି

କୋରା ଅଦା - ଅଳ୍ପ

କଟା ପିଆଜ - ୨ଟି

କଟା କଞ୍ଚାଲଙ୍କା - ୨ଟି

ହଳଦୀ ଗୁଣ୍ଡ - ଅଳ୍ପ

ଲଙ୍କା ଗୁଣ୍ଡ - ଅଳ୍ପ

ଆମଚୁର ଗୁଣ୍ଡ - ଅଳ୍ପ

ଜିରା ଗୁଣ୍ଡ - ଅଳ୍ପ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଅଦା, କୋରା ଗାଜର, ପିଆଜ ଲୁଣ, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଆମଚୁର ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଟା, ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ ଛୋଟ ଛୋଟ ଗୋଲା ଆକୃତିର କରନ୍ତୁ। ଏହାପରେ ଗୁଳାକୁ ଅଳ୍ପ ବେଲି ତା'ମଧ୍ୟରେ ମିଶ୍ରଣକୁ ଭରି ପୁଣି ପରଟା ଆକୃତିର ବେଲି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ବଟରରେ ବେଲି ଥିବା ପରଟାକୁ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ପରଟା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV