Dailyhunt
ରବିବାର ଦିନ କରନ୍ତୁ ଏହି ଉପାୟ, ପୁରା ହେବ ସବୁ ମନସ୍କାମନା, ଧନର ମଧ୍ୟ କମି ରହିବ ନାହିଁ

ରବିବାର ଦିନ କରନ୍ତୁ ଏହି ଉପାୟ, ପୁରା ହେବ ସବୁ ମନସ୍କାମନା, ଧନର ମଧ୍ୟ କମି ରହିବ ନାହିଁ

ଜି ରବିବାର ଦିନ ଅଟେ ଏବଂ ରବିବାରକୁ ସୂର୍ଯ୍ୟଦେବଙ୍କ ଦିନ ବୋଲି କୁହାଯାଇ ଥାଏ । ଯଦି ଆପଣଙ୍କ କାମ ହେବା ବେଳକୁ ବିଗିଡି ଯାଉଥାଏ ତାହେଲେ ଚିନ୍ତା କରନ୍ତୁ ନାହିଁ । ଧର୍ମଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦୁର୍ବଳ ହେଲେ ଏମିତି ହୋଇଥାଏ । ଏମିତି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ସୂର୍ଯ୍ୟଙ୍କୁ ଦୃଢ କରିବାର ଆବଶ୍ୟକତା ଅଛି । ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କରିବା ଦରକାର ।

ଧାର୍ମିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କ ସାଧନା ଦ୍ଵାରା ଅକ୍ଷୟ ଫଳ ମିଳିଥାଏ ।

ଯଦି ଆପଣଙ୍କ ସାଧନା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଯାନ୍ତି ତାହେଲେ ଭକ୍ତଙ୍କୁ ସୁଖ ସମୃଦ୍ଧି, ମାନ ସମ୍ମାନ, ପଦ ପ୍ରତିଷ୍ଠା, ସରକାରୀ ଚାକିରି ଏବଂ ସୁସ୍ଥ ସ୍ଵାସ୍ଥ୍ୟର ମଧ୍ୟ ଆଶୀର୍ବାଦ ଦେଇଥାନ୍ତି । ଯେଉଁମାନେ ସରକାରୀ ଚାକିରି ପାଇବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସୂର୍ଯ୍ୟଦେବଙ୍କ ଉପାସନା କରିବା ନିହାତି ଆବଶ୍ୟକ ଅଟେ । ତାହେଲେ ଚାଲନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ପାଇବା ପାଇଁ ରବିବାର ଦିନ କେଉଁ କେଉଁ ଉପାୟ କରିବା ଦରକାର ।

କୁହାଯାଏ କି ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇଥାନ୍ତି ସେମାନଙ୍କୁ କେବେ କୌଣସି ଜିନିଷର କମି ରହି ନଥାଏ । ଯଦି ସବୁଦିନ ଆପଣ ଏହି କାମ କରି ପାରିବେ ନାହିଁ ତାହେଲେ ପ୍ରତି ରବିବାର ଦିନ ସକାଳୁ ଏହି କାମ କରନ୍ତୁ । ତମ୍ବା ଲୋଟାରେ ଚାଉଳ, ଲାଲ ରଙ୍ଗର ଫୁଲ ଏବଂ ଲାଲ ଲଙ୍କାର କିଛି ଦାନା ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ଯଦି ଆପଣଙ୍କୁ ଧନ, ବୈଭବ ଏବଂ ଯଶ ଦରକାର ତାହେଲେ ରବିବାର ଦିନ ସୂର୍ଯ୍ୟଙ୍କ ସାଧନା କରିବାକୁ ଭୁଲନ୍ତୁ ନାହିଁ । ଏହି ଦିନ ଭଗବାନ ସୂର୍ଯ୍ୟଙ୍କ ବିଧି ବିଧାନରେ ପୂଜା ଆରାଧନା ଏବଂ ବ୍ରତ କରିବା ଦ୍ଵାରା ସବୁ ପ୍ରକାରର ବାଧା ଦୂର ହୋଇ ଯାଇଥାଏ ଏବଂ ସରକାରୀ ଚାକିରି, ବ୍ୟବସାୟରେ ସଫଳତା ମିଳିଥାଏ । ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ

ରବିବାର ଦିନ ସକାଳୁ ଉଠି ଗାଧୋଇ ଏବଂ ତମ୍ବା ଢାଳରେ ଜଳ ଭରି ସେଥିରେ ସିନ୍ଦୁର ଏବଂ ଗୁଡ ପକାଇ ତାହାକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଏକ ବଡ ଓସ୍ଥ ପତ୍ର ଉପରେ ନିଜର ମନସ୍କାମନା ଲେଖି ଜଳରେ ପ୍ରବାହିତ କରି ଦିଅନ୍ତୁ । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଲକ୍ଷ୍ମୀଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରନ୍ତୁ । ଗାଈ ଘିଅ ନେଇ ସେଥିରେ ଦୀପ ଜଳାନ୍ତୁ ।

ସାମର୍ଥ୍ୟ ଅନୁସାରେ ତମ୍ବା ବାସନ, ଲାଲ କପଡା,ଗହମ, ଗୁଡ ଏବଂ ଲାଲ ଚନ୍ଦନ ଦାନ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ଲାଲ ରଙ୍ଗର ଫୁଲ କିମ୍ବା ଲାଲ ଚନ୍ଦନ ପକାନ୍ତୁ । ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଷ୍ଟିଲ, ରୂପା, ସୀସା ଏବଂ ପ୍ଲାଷ୍ଟିକ ବାସନ ବ୍ୟବହାର କରନ୍ତୁ ନାହିଁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV