Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସକାଳୁ ଖାଲିପେଟରେ ଖାଆନ୍ତୁ ଏହାକୁ, ପାଞ୍ଚଟି ଭୟଙ୍କର ରୋଗରୁ ରହିବେ ଦୂର

ସକାଳୁ ଖାଲିପେଟରେ ଖାଆନ୍ତୁ ଏହାକୁ, ପାଞ୍ଚଟି ଭୟଙ୍କର ରୋଗରୁ ରହିବେ ଦୂର

ଲୋଭେରାକୁ ଘିକୁଆଁରୀ ବି କୁହାଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଏକ ଛୋଟ ଏବଂ କଣ୍ଟାଳିଆ ବୃକ୍ଷ। ଯାହାର ପତ୍ରରେ ବହୁତ ତରଳ ପଦାର୍ଥ ବାହାରିଥାଏ। ଏଥିରେ ଅନେକ ପ୍ରକାର ପ୍ରୋଟୀନ ଏବଂ ଭିଟାମିନ ମିଳିଥାଏ। ଏଥିପାଇଁ ଏହା ଆମ ଶରୀର ପାଇଁ ବହୁତ ଫାଇଦାପୂର୍ଣ୍ଣ। ଆଲୋଭେରାରେ ଔଷଧୀୟ ଗୁଣ ଭରପୂର ହୋଇ ରହିଥାଏ।

ଆଲୋଭେରାକୁ ନିୟମିତ ଭାବରେ ବ୍ୟବହାର କରି ଆପଣ ଫିଟ୍‌ ରହିପାରିବେ। ଯେଉଁଥିରେ ରୋଗ ନିବାରଣ ପ୍ରଚୁର ମାତ୍ରାରେ ରହିଥାଏ। ଆସନ୍ତୁ ଜାଣିବା ଆଲୋଭେରା ଦ୍ୱାରା କେଉଁ ରୋଗକୁ ମାତ୍‌ ଦେଇପାରିବା।

ଆଲୋଭେରା ଆମ ଶରୀରରେ ରକ୍ତର ଅଭାବକୁ ଦୂର କରି ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ। ଏହା ଶରୀରରେ ରକ୍ତର ଅଭାବକୁ ପୂରା କରିବା ସହିତ ଶରୀରକୁ କ୍ଷତି ପହଁଚାଇବା ଠାରୁ ବି ରକ୍ଷା କରିଥାଏ।

ଆଲୋଭେରାରେ ନ୍ୟାଚୁରାଲ ଫାଇବର ଗୁଣ ରହିଥାଏ ଯାହା ପାଚନ କ୍ରିୟାକୁ ଉତ୍ତମ କରିଥାଏ। ନ୍ୟାଚୁରାଲ ଲେସଲେଟିଭ୍‌ ହେବା କାରଣରୁ ଏହା କବ୍ଜ ସମସ୍ୟାକୁ ମଧ୍ୟ ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ।

ହୃଦରୋଗ ଯେମିତିକି ହାର୍ଟଆଟାକ ସମସ୍ୟାରେ ଯଦି ଆପଣ ନିୟମିତ ଆଲୋଭେରା ସେବନ କରନ୍ତି ତାହେଲେ ଏହି ରୋଗ ମୂଳରୁ ହିଁ ଲୋପ ପାଇପାରିବ।

ଏହା ମଧୁମେହ ରୋଗ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ମଧୁମେହରେ ପୀଡିତ ବ୍ୟକ୍ତିଙ୍କୁ ଆଲୋଭେରାର ସେବନ କରିବା ଉଚିତ। ଯାହାଦ୍ୱାରା ଏହି ରୋଗ ନିୟନ୍ତ୍ରଣ ହୋଇପାରିବ।

ଆଲୋଭେରାରେ ଥିବା ଲିକ୍ୱିଡରେ ଅଳ୍ପ ହଳଦି ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡବ୍ୟଥା ସମସ୍ୟାରେ ଆରାମ ମିଳିଥାଏ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV