Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଂଧ୍ୟାରେ କିଛି ରିଫ୍ରେସିଂ ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ପ୍ରସ୍ତୁତ କରନ୍ତୁ ଝଟପଟ ରୋଲ

ସଂଧ୍ୟାରେ କିଛି ରିଫ୍ରେସିଂ ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ପ୍ରସ୍ତୁତ କରନ୍ତୁ ଝଟପଟ ରୋଲ

ସଂଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଥିଲେ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଝଟପଟ ରୋଲ। ତେବେ ଜାଣନ୍ତୁ ଏହାକୁ ବନାଇବାର ପ୍ରସ୍ତୁତି।

ଆବଶ୍ୟକୀୟ ସାମଗ୍ରୀ

୪ ଚାମଚ କଟା ପିଆଜ

୪ ଚାମଚ କଟା ଟମାଟୋ

୧ ଚାମଚ ଗ୍ରେଟେଡ ଅଦା

୧ ଚାମଚ କଞ୍ଚା ଲଙ୍କା

୧ ଚାମଚ କଟା ଧନିଆ ପତ୍ର

ପୋଦିନା -୧ ଚାମଚ

ବ୍ରେଡ ସ୍ଲାଇସ - ୪ରୁ ୫ଟି

ଲାଲ ଲଙ୍କା - ୧/୪ ଚାମଚ

ସୁଜି - ଗୋଟେ ଗିନା

ଲୁଣ - ସ୍ବାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଝଟପଟ ରୋଲ ବନାଇବା ପାଇଁ ପ୍ରଥମେ ଏକ ପାତ୍ରରେ ପିଆଜ ପକାନ୍ତୁ ଏବେ ଏଥିରେ ଟମାଟୋ, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ ପୋଦିନା ମିଶାନ୍ତୁ। ବ୍ରେଡକୁ ଛୋଟ ଛୋଟ କାଟି ଏଥିରେ ପକାନ୍ତୁ। ଏବେ ଏଥିରେ ଲୁଣ ଏବଂ ଲାଲ ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏହାକୁ ଗୋଲ ଗୋଲ ଲମ୍ବା ଲମ୍ବା କରି ସୁଚିର ଗୋଳଇ ତେଲରେ ଛାଣନ୍ତୁ। ଏହା ଭଲଭାବେ ଛାଣି ହୋଇଗଲା ପରେ ଟମାଟୋ ସସ୍ ସହିତ ପରଷନ୍ତୁ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV