Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶରୀରରେ ରକ୍ତ କମ୍‌ ଥିଲେ ଖାଇବା ଆରମ୍ଭ କରି ଦିଅନ୍ତୁ ଗୁଡ଼, ମିଳିବ ଆହୁରି ବହୁତ ସୁବିଧା

ଶରୀରରେ ରକ୍ତ କମ୍‌ ଥିଲେ ଖାଇବା ଆରମ୍ଭ କରି ଦିଅନ୍ତୁ ଗୁଡ଼, ମିଳିବ ଆହୁରି ବହୁତ ସୁବିଧା

ବେ ସମସ୍ତଙ୍କ ଘରେ ଚିନିର ବ୍ୟବହାର ଅଧିକ । ବିଶେଷକରି ଗୁଡ଼ ଖାଇବାକୁ କେହି ପସନ୍ଦ କରୁନାହାଁନ୍ତି । ହେଲେ ଗୁଡ଼ ଶରୀରରେ ବହୁ ପୋଷକ ତତ୍ତ୍ୱ ପୂରଣ କରିଥାଏ । ଗୁଡ଼ରେ ଭିଟାମିନ, କ୍ୟାଲ୍‌ସିୟମ୍‌, ଫାଇବର, ଆଇରନ୍‌, ଏଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ । ତେଣୁ ଏହା ଋତୁକାଳୀନ ରୋଗରୁ ରକ୍ଷା କରିଥାଏ । ବିଶେଷକରି ଥଣ୍ଡା ଦିନରେ ଗୁଡ଼ରେ ପ୍ରସ୍ତୁତ ଚା' ଓ ପାଣି ପିଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆସନ୍ତୁ ଜାଣିବା ଗୁଡ଼ ଶରୀର ପାଇଁ କେତେ ଲାଭକାରୀ ଓ ଏହା ଶରୀର ପାଇଁ କି କି ଫାଇଦା ଦେଇଥାଏ ।

ଏସିଡିଟି ପାଇଁ ହୋଇଥାଏ ଲାଭକାରୀ

ଯେଉଁ ଲୋକଙ୍କ ପେଟ ସମସ୍ୟା ରହିଥାଏ । ସେମାନଙ୍କ ପାଇଁ ଗୁଡ଼ ଲାଭକାରୀ ହୋଇଥାଏ । ଅଳ୍ପ ଉସୁମ ପାଣିରେ ଗୁଡ଼ ମିଶାଇ ପିଇଲେ ଏସିଡିଟି ଭଲ ହୋଇଥାଏ । ଯେଉଁ ଲୋକଙ୍କ ସବୁବେଳେ ଖଟା ଢ଼କାର ହୋଇଥାଏ ସେମାନେ ଗୁଡ଼ରେ କଳା ବା ସନ୍ଧୈବ ଲବଣ ମିଶାଇ ଖାଇବା ଉଚିତ୍‌ । ଏହାଛଡ଼ା ଦୈନିକ ସକାଳେ ଖାଲି ପେଟରେ ଗୁଡ଼ ପାଣି ପିଇଲେ ପେଟ ସଫା ହେବା ସହ ହଜମ ଶକ୍ତି ମଜଭୁତ ହୋଇଥାଏ ।

ଋତୁକାଳୀନ ରୋଗରୁ ମିଳିଥାଏ ଉପଶମ

ଗୁଡ଼ ଖାଇବା ଦ୍ୱାରା ଥଣ୍ଡା ଦିନରେ ସର୍ଦ୍ଦି,କାସ ଓ ଜରରୁ ଉପଶମ ମିଳିଥାଏ । ଏଥିରେ ଥିବା ଏଣ୍ଟି ବ୍ୟାକ୍ଟେରିଆ ଓ ଏଣ୍ଟି ଭାଇରାଲ୍‌ ଗୁଣ ଶରୀର ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ବିଶେଷ କରି କାସ ହେଲେ କଳା ମରିଚ ପାଉଡର ସହ ଗୁଡ଼ ମିଶାଇ ଖାଇଲେ କାସରୁ ଉପଶମ ମିଳିଥାଏ ।

ରକ୍ତ ବଢ଼ାଇଥାଏ

ଗୁଡ଼ରେ ଆଇରନ୍‌ ମାତ୍ରା ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଏନେମିଆ ଦୂର କରିଥାଏ । ସବୁଦିନ ଦୁଧରେ ଗୁଡ଼ ମିଶାଇ ପିଇଲେ ଶରୀରରେ ଲାଲ୍‌ ରକ୍ତ କୋଷିକା(ଆର୍‌ବିସି) ବଢ଼ାଇଥାଏ । ଏହାଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଇବା ସହ ଥକ୍କାପଣ ଓ ଦୁର୍ବଳ ଆଦି ସମସ୍ୟା ଦୂର ହୋଇଥାଏ ।

ବ୍ଲଡ୍‌ ପ୍ରେସର ରହିଥାଏ କଣ୍ଟ୍ରୋଲ୍‌ରେ

ଥଣ୍ଡା ଋତୁରେ ବ୍ଲଡ୍‌ ପ୍ରେସର ବଢ଼ିବା ଓ କମିବା ସମସ୍ୟା ଦେଖାଦେଇଥାଏ । ତେଣୁ ଦୈନିକ ସକାଳେ ଉଷୁମ ପାଣିରେ ଗୁଡ଼ ମିଶାଇ ପିଇଲେ ବ୍ଲଡ୍‌ ପ୍ରେସର କଣ୍ଟ୍ରୋଲ୍‌ରେ ରହିଥାଏ । ଏଥିସହ ହାଡ଼ ମଜଭୁତ କରିବା ଓ ଓଜନ ବଢ଼ାଇବାରେ ମଧ୍ୟ ଗୁଡ଼ ସହାୟତା କରିଥାଏ ।

ଚର୍ମ ପାଇଁ ଲାଭକାରୀ

ଚର୍ମ ଉଜ୍ଜଳ କରିବାରେ ଗୁଡ଼ ବହୁତ ଲାଭକାରୀ ହୋଇଥାଏ । ଏଥିରେ ତିଆରି ଫେସ୍‌ ପ୍ୟାକ୍‌ ଲଗାଇବା ଦ୍ୱାରା ମୁହଁରେ ଥିବା ଦାଗ,କଳା ଚିହ୍ନ ଓ ସନ୍‌ ବର୍ଣ୍ଣ ଦୂର ହୋଇ ଚର୍ମକୁ ନରମ ଓ ଉଜ୍ଜଳ କରିଥାଏ । ଫେସ୍‌ ପ୍ୟାକ୍‌ ପାଇଁ ୧ ଚାମଚ ଗୁଡ଼, ୧ ଚାମଚ ଟମାଟର ରସ, ୧/୨ ଚାମଚ ଲେମ୍ବୁ ରସ ଓ ଚିମୁଟାଏ ହଳଦୀ ମିଶାନ୍ତୁ ।

ମିଶ୍ରଣକୁ ମୁହଁ ଓ ବେକରେ ଧିରେ ଧିରେ ମାଲିସ୍‌ କରନ୍ତୁ । ୧୫/୨୦ ମିନିଟ୍‌ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହାର ଭଲ ଫାଇଦା ପାଇବା ପାଇଁ ସପ୍ତାହରେ ଏହି ପ୍ୟାକ୍‌କୁ ୨ ଥର ଲଗାନ୍ତୁ । ଏହି ଟିପ୍ସକୁ କୈାଣସି ରୋଗ ପାଇଁ ବ୍ୟବହାର କରିବା ପୂର୍ବରୁ ଅବଶ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV