Dailyhunt
ଶୁକ୍ରବାର ଦିନ ଚୁପ ଚାପ କରି ଦିଅନ୍ତୁ ଏହି ଉପାୟ, ମହାଲକ୍ଷ୍ମୀ ହେଇଯିବେ ପ୍ରସନ୍ନ, ହେବ ଖାଲି ଧନବର୍ଷା

ଶୁକ୍ରବାର ଦିନ ଚୁପ ଚାପ କରି ଦିଅନ୍ତୁ ଏହି ଉପାୟ, ମହାଲକ୍ଷ୍ମୀ ହେଇଯିବେ ପ୍ରସନ୍ନ, ହେବ ଖାଲି ଧନବର୍ଷା

ଜୀବନରେ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି କିନ୍ତୁ ବହୁତ କମ ଲୋକଙ୍କର ଏହି ସ୍ବପ୍ନ ପୁରଣ ହୋଇଥାଏ । ଯେଉଁମାନେ ଧନୀ ହୋଇଥାନ୍ତି ସେମାନଙ୍କ ଅସୁବିଧା କମ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତି ଏମିତି ହୋଇଥାନ୍ତି ଯିଏ ବାରମ୍ବାର ପରିଶ୍ରମ କରିବା ପରେ ମଧ୍ୟ ଧନୀ ଏବଂ ସଫଳତା ପାଇନଥାନ୍ତି । ସେହି ଭଳି ଲୋକମାନଙ୍କ ପାଇଁ ଶାସ୍ତ୍ରରେ କିଛି ଉପାୟ ଦିଆଯାଇଛି ।

ଯାହା ଦ୍ଵାରା ମଣିଷ ଧନୀ ହୋଇପାରିବ ।

ଆଜି ଆମେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଧନବାନ ହେବାର ଉପାୟ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା । ହିନ୍ଦୁ ଧର୍ମରେ ପ୍ରତିଦିନ କୌଣସି ନ କୌଣସି ଦେବୀ ଦେବତା ଙ୍କ ବାର ହୋଇଥାଏ । ଯାହାକୁ ଆରାଧନା କରି ଲୋକ ନଜର କଷ୍ଟ କୁ ଦୁର କରିଥାନ୍ତି । ଏହି ଦିନ ମଧ୍ୟରୁ ଶୁକ୍ରବାର ଦିନଟିକୁ ମାତା ଲକ୍ଷ୍ମୀ ଙ୍କ ଖାସ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା ପୁରା ଶ୍ରଦ୍ଧା ଏବଂ ବିଧି ବିଧାନ ସହିତ କରେ ତେବେ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ନିଶ୍ଚିନ୍ତ ବରଷି ଥାଏ । ଏବଂ ତାଙ୍କୁ ଧନର ଅଭାବ ମଧ୍ୟ ହୋଇନଥାଏ । ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ସେହି ଉପାୟ କେବଳ ଶୁକ୍ରବାର ଦିନ ହିଁ କରନ୍ତୁ । ଏହି ଉପାୟ କରିବା ପୂର୍ବରୁ ଭଲ ଭାବରେ ସ୍ନାନ କରିନିଅନ୍ତୁ ।

ରାତି ୮ ଟାରୁ ନେଇ ମଧ୍ୟ ରାତ୍ରି ୧୨ ତ ଭିତରେ ନାଲି ବସ୍ତ୍ର ପିନ୍ଧି ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ପୂଜା କରୁଥିବା ଜାଗାରେ ଧଳା ଆସନ ଗୋଟେ ପକାନ୍ତୁ ଏବଂ ତା ଉପରେ ମାତା ଲକ୍ଷ୍ମୀ ଙ୍କ ଗୋଟେ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ପରେ ପୁରା ବିଧି ବିଧାନ ସହିତ ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।

ଧ୍ୟାନ ରଖନ୍ତୁ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସାମ୍ନାରେ ଗୁଆ ଘିଅ ର ଦୀପ ନିଶ୍ଚିନ୍ତ ଲଗାନ୍ତୁ । ଏହା ପରେ ଧନ ପ୍ରାପ୍ତି ର କାମନା କରନ୍ତୁ । ଏବଂ ଶ୍ରୀ ସୁଖ୍ତ ର ପାଠ ନିଶ୍ଚିନ୍ତ କରନ୍ତୁ । ତାପରେ ଚନ୍ଦନ ର ମାଳ ଦ୍ଵାରା ଲଗାତାର ୩ ଟି ଶୁକ୍ରବାର ପର୍ଯ୍ୟନ୍ତ ୧୧୦୦ ଥର 'ଓଁ ଶ୍ରୀମ ହ୍ରୀମ ଶ୍ରୀମ କମଲେ କମଲାଲୟେ ପ୍ରସିଦ ପ୍ରସିଦ ଓଁ ଶ୍ରୀମ ହ୍ରୀମ ଶ୍ରୀମ ମହାଲକ୍ଷ୍ମୀୟୀ ନମଃ' କୁ ପୁରା ନିଷ୍ଠା ର ସହିତ ଜପ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଧନର ବର୍ଷା ହେବ । ଏବଂ ଆପଣଙ୍କ ସବୁ ମନସ୍କାମନା ମଧ୍ୟ ପୁରଣ ହେବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV