ଆଜିକାଲି ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହିଯାଉଛନ୍ତି ଯେ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉପାରୁନାହାନ୍ତି। ଖରାପ ଲାଇଫଷ୍ଟାଇଲ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ କାରଣରୁ ଶରୀର ପ୍ରଭାବିତ ହୋଇଥାଏ। ହାର୍ଟ ଆଟାକ୍ କୌଣସି ବି ବୟସରେ କେବେବି ହୋଇପାରେ। କିନ୍ତୁ ଏକ ଷ୍ଟଡିରୁ ଜଣାପଡିଛି ଯେ ଯେଉଁଥିରୁ ଏହା ଜଣାପଡିଲା ଯେ କେଉଁ ଲୋକଙ୍କ ମଧ୍ୟରେ କେବେ ହାର୍ଟ ଆଟାକ୍ ହେବାର ଭୟ ଅଧିକ ରହିଥାଏ।
ଷ୍ଟଡିରେ ଏହା ଜଣାପଡିଛି ଯେ ସୋବବାରରେ ଲୋକଙ୍କୁ ଅଧିକ ହାର୍ଟ ଆଟାକ ହେବାର ଭୟ ରହିଥାଏ।
ଏହି ଷ୍ଟଡି ପାଇଁ ବୈଜ୍ଞାନିକଙ୍କୁ ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ୧,୫୬,୦୦୦ ହସପିଟାଲକୁ ଯାଇ ହ୍ରୁଦରୋଗୀଙ୍କ ଡାଟା ସଂଗ୍ରହ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏମିତି ଅଛନ୍ତି ଯେଉଁମାନଙ୍କୁ ସୋମବାର ଦିନ ହାର୍ଟ ଆଟାକ୍ ଆସିଥିଲା। ଏହି ଷ୍ଟଡି ସ୍ବିଡେନର ବୈଜ୍ଞାନିକମାନେ କରିଛନ୍ତି। ସେ ଏହା ଜଣାଇଥିଲେ ଯେ ଅନ୍ୟ ଦିନ ତୁଳନାରେ ସୋମବାର ଅଧିକ ହାର୍ଟ ଆଟାକ୍ ଆସିବାର ଭୟ ରହୁଛି।
ଏହା ପଛର କାରଣ
ଷ୍ଟଡିର ରିପୋର୍ଟ ଅନୁଯାୟୀ ସୋମବାର ଦିନ ଯୁବଗୋଷ୍ଠି ଏବଂ ଚାକିରି କରୁଥିବା ଲୋକଙ୍କୁ ସୋମବାରରେ ହାର୍ଟ ଆଟାକ୍ ଅଧିକ ହୋଇଥାଏ କାରଣ ତାଙ୍କ ଉପରେ ୱାର୍କଲୋଡ ଅଧିକ ରହିଥାଏ। ଏହି ଷ୍ଟଡିରେ ଏହା ମଧ୍ୟ ରହିଛି ଯେ ଅନ୍ୟ ଦିନ ମାନଙ୍କ ଅପେକ୍ଷା ସୋମବାର ଦିନ ହିଁ ୨୦ ପ୍ରତିଶତ ରୁ ଅଧିକ ଲୋକଙ୍କୁ ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଥାଏ।
ହାର୍ଟ ଆଟାକ୍ ହେବାର କାରଣ
-ଆନୁବଂଶିକତା କାରଣ
-ଅଧିକ ଚିନ୍ତାରେ ରହିବା
-ଉଚ୍ଚ ରକ୍ତଚାପ
-ମୋଟାପଣ
ହାର୍ଟ ଆଟାକ୍ ଠାରୁ କେମିତି ରକ୍ଷା ପାଇବା
-ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ।
-ପୋଷକ ତତ୍ତ୍ବ ବିଶିଷ୍ଟ ଖାଦ୍ୟ ଖାଆନ୍ତୁ।
-ଶାରୀରିକ ଭାବରେ ସକ୍ରୀୟ ରୁହନ୍ତୁ।
-ଅଧିକ ଧୂମପାନ ଏବଂ ମଦ ପିଇବା ଠାରୁ ଦୂରେଇ ରୁହନ୍ତୁ।
ହାର୍ଟ ଆଟାକର ଲକ୍ଷଣ
-ବହୁତ ଅଧିକ ଝାଳ ବାହାରିବା
-ନିଶ୍ବାସ ନେବାରେ କଷ୍ଟ
-ହାତ, କାନ୍ଧ, କମର କିମ୍ବା ଆଣ୍ଠୁରେ ଅଧିକ ଯନ୍ତ୍ରଣା ହେବା
-ବାନ୍ତି ଲାଗିବା
-ଅଧିକ ଥକ୍କାପଣ ଅନୁଭୂତ ହେବା
utkalmailtv

