Dailyhunt
ସୂର୍ଯ୍ୟ କଲେ ବୃଷ ରାଶିରେ ଗୋଚର, ଏହି ରାଶି ଗୁଡିକର ବଦଳି ଯିବ ଭାଗ୍ୟ

ସୂର୍ଯ୍ୟ କଲେ ବୃଷ ରାଶିରେ ଗୋଚର, ଏହି ରାଶି ଗୁଡିକର ବଦଳି ଯିବ ଭାଗ୍ୟ

ଗ୍ରହମାନଙ୍କର ରାଶି ପରିବର୍ତ୍ତନ ବ୍ୟକ୍ତିର ଜୀବନ ଉପରେ ଗଭୀର ମହତ୍ତ୍ଵ ରଖିଥାଏ । ଯେଉଁ କାରଣରୁ ସବୁ ଲୋକଙ୍କ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଏମିତିରେ ମେ ୧୪ ତାରିଖ ଗୁରୁବାର ଦିନ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିଛନ୍ତି ଯାହାଦ୍ୱାରା କି କିଛି ରାଶି ଗୁଡିକର ଭାଗ୍ୟ ବଦଳି ଯିବ । ଜୁନ ୧୫ ତାରିଖ ସୋମବାର ପର୍ଯ୍ୟନ୍ତ ସୂର୍ଯ୍ୟ ବୃଷ ରାଶିରେ ହିଁ ରହିବେ ।

ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଦ୍ଵାରା କେଉଁ ସବୁ ରାଶି ଗୁଡିକର ଭାଗ୍ୟ ସମ୍ପୂର୍ଣ ଭାବେ ବଦଳି ଯିବ ।

ମେଷ

Image courtesy: Google

ସୂର୍ଯ୍ୟ ଙ୍କର ରାଶି ପରିବର୍ତ୍ତନ ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ । ଯଦି ଆପଣଙ୍କର ପଇସା କୌଣସି କାରଣ ପାଇଁ ଅଟକି ଯାଇଛି ତାହା ଆପଣଙ୍କୁ ପୁଣି ଥରେ ଫେରସ୍ତ ମିଳିବ । ଏହି ପରିବର୍ତ୍ତନ ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ଭଲ ହୋଇଯିବ ।

ବୃଷ

ଏହି ରାଶିରେ ସୂର୍ଯ୍ୟ ବୁଧ ଗ୍ରହ ସହିତ ମିଶି ବୁଧାଦିତ୍ୟ ରାଜଯୋଗ ନିର୍ମାଣ କରିବେ । ଏହା ଦ୍ଵାରା ଏହି ରାଶିକୁ ବହୁତ ଭଲ ପରିଣାମ ମିଳିନ । ସରକାର ଙ୍କ ତରଫରୁ ଆପଣଙ୍କୁ ଲାଭ ମିଳିବ । ମାନ ସମ୍ମାନ ମଧ୍ୟ ବଢିବ । ଏହି ସମୟରେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ ।

କର୍କଟ

ଏହି ରାଶି ପାଇଁ ସୂର୍ଯ୍ୟ ବହୁତ ଶୁଭ ପରିଣାମ ଦେବେ । ଏହା ଆପଣଙ୍କର ଲାଭ ଭାଗରେ ପ୍ରବେଶ ହେବ । ଏହି ସମୟରେ ଆପଣଙ୍କର ଆମଦାନୀ ବଢିବ । ଆପଣ କୌଣସି ପ୍ରକାର ଉପଲବ୍ଧି ପ୍ରାପ୍ତ କରି ପାରନ୍ତି । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ।

ସିଂହ

Image courtesy: Google

ଆପଣଙ୍କର ଦଶମ ଭାଗରେ ସୂର୍ଯ୍ୟଙ୍କ ପ୍ରବେଶ ବହୁତ ଅନୁକୂଳ ହେବ । କାର୍ଯ୍ୟ କ୍ଷେତ୍ରରେ ଆପାନଙ୍କୁ ଭଲ ପରିଣାମ ମିଳିବ ଏବଂ ମାନ ସମ୍ମାନ ମଧ୍ୟ ବଢିବ । ଯଦି ଆପଣ କାର୍ଯ୍ୟକ୍ଷେତ୍ରରେ ବହୁତ ବାଧାର ସାମନା କରୁଛନ୍ତି ତାହେଲେ ଆପାଣଙ୍କର ସବୁ ସମସ୍ୟା ଦୂର ହେବ ।

କନ୍ୟା

ଆପାଣଙ୍କର ଭାଗ୍ୟ ଭାଗରେ ସୂର୍ଯ୍ୟ ଗୋଚର କରିବେ ଯାହାଦ୍ୱାରା ଆପଣଙ୍କ ଭାଗ୍ୟରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ । ଆପାଣଙ୍କର ମାନସିକ ଶକ୍ତି ଅଧିକ ହେବ । ଆପଣ ନେଇ ଥିବା ନିଷ୍ପତ୍ତି ବି ସଫଳ ହେବ ।

ଧନୁ

Image courtesy: Google

ସୂର୍ଯ୍ୟଙ୍କ ଗୋଚର ଆପଣଙ୍କର ଷଷ୍ଠ ଭାବରେ ହେବ । ଏହାଦ୍ୱାରା ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ସରକାରୀ କ୍ଷେତ୍ରରେ କିଛି ଭଲ ପରିଣାମ ବି ମିଳିପାରେ । ଆପଣ ନିଜର ଶତ୍ରୁ ମାନଙ୍କୁ ହରାଇବାରେ ସଫଳ ହେବେ ।

କୁମ୍ଭ

ଆପଣଙ୍କର ଚତୁର୍ଥ ଭାବରେ ସୂର୍ଯ୍ୟ ଗୋଚର ହେବ । ଆପାଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ । ପୈତୃକ ସମ୍ପତ୍ତିରେ ବୃଦ୍ଧି ହେବ । ସରକାରୀ କ୍ଷେତ୍ରରେ ଭଲ ଲାଭ ମିଳିବ । ଚାକିରି କରୁଥିବା ଲୋକଙ୍କର ପ୍ରମୋଶନ ହେବ ।

ମୀନ

Image courtesy: Google

ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ରାଶିରେ ତୃତୀୟ ଭାବରେ ହେବ । ଏହି ସମୟରେ ଆପଣଙ୍କର ଚେଷ୍ଟା ଆପଣଙ୍କୁ ସଫଳତା ଦେବ । ଆପଣ ଲିଡର ହୋଇ କାର୍ଯ୍ୟ କରିବେ । ଆପାଣଙ୍କୁ କିଛି ନୂଆ ଲୋକଙ୍କ ସହିତ ମିଶିବା ପାଇଁ ମୌକା ମିଳିବ ଯାହା ଆପଣଙ୍କ ବେପାରକୁ ନୂଆ ଦିଗ ଦେବାରେ ସାହାଯ୍ୟ କରିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV