Dailyhunt
ତୁଳସୀ ଗଛକୁ ଛୁଇଁ ଚୁପଚାପ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ, ଯାହା ମାଗିବେ ତାହା ମିଳିବ

ତୁଳସୀ ଗଛକୁ ଛୁଇଁ ଚୁପଚାପ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ, ଯାହା ମାଗିବେ ତାହା ମିଳିବ

ମର ହିନ୍ଦୁ ଧର୍ମରେ ତୁଳସୀ ଗଛର ପୂଜା କରିବାର ବିଶେଷ ମହତ୍ଵ ଅଛି । ତୁଳସୀ ଗଛକୁ ମହାଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବି କୁହାଯାଏ । ଯେଉଁ ଘରେ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ଦରିଦ୍ରତା ଆସେ ନାହିଁ ଓ ଦୁର୍ଭାଗ୍ୟ ବି ଦେଖାଯାଏ ନାହିଁ । ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଆଉ ପାପର ବିନାଶ ବି ହୋଇଥାଏ ।

କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ଦେବୀ ଓ ଦେବତା ବାସ କରନ୍ତି । ନକରାତ୍ମକ ପ୍ରଭାବ ବି ଦୂର ହୋଇଯାଏ । ଘରେ କେବଳ ସକରାତ୍ମକ ଊର୍ଜା ସଞ୍ଚୟ କରେ ।

ପୌରାଣିକ କଥା ଅନୁସାରେ ସବୁଦିନ ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଧନ ସମ୍ପତ୍ତି ,ବୈଭବ, ସୁଖ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆଉ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ବି ହୋଇଥାନ୍ତି । ପୁଣି ପଦ୍ମପୁରାଣ କଥା ଅନୁସାରେ ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେହି ସ୍ଥାନଟି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଏହି ତ୍ରିଦେବତାଙ୍କ ବାସସ୍ଥଳୀ ହୋଇଥାଏ ।

ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ମହାପାତକ ନଷ୍ଟ ହୋଇଯାଏ ଯେମିତି ସୂର୍ଯ୍ୟଙ୍କ ଉଦୟ ହେବା ଦ୍ଵାରା ଅନ୍ଧକାର ନଷ୍ଟ ହୋଇଯାଏ । ଯଦି ଆପଣଙ୍କ ଘରେ ଗ୍ରହ କ୍ଲେଶ ଅଛି କିମ୍ବା ଘରେ ସବୁବେଳେ ଦରିଦ୍ରତା ରହିଛି କିମ୍ବା ଟଙ୍କା ତ ଆସୁଛି କିନ୍ତୁ ଖର୍ଚ ହେଇଯାଉଛି ଓ ଘରେ ସବୁବେଳେ ଝଗଡା ଲାଗି ରହୁଛି । ତେବେ ଆଜି ଆମେ ଆପଣଙ୍କୁ ଏକ ଖାସ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଏହି ମନ୍ତ୍ରର ଜପ ଯଦି ଆପଣ ତୁଲସୀ ଗଛର ପୂଜା କରିବା ସମୟରେ କରୁଛନ୍ତି ତେବେ ମାତ୍ର କିଛି ଦିନ ମଧ୍ୟରେ ହିଁ ଆପଣଙ୍କ ସମସ୍ତ ଦୁଖ ଦୂର ହୋଇଯିବ ଓ ଘରେ ସ୍ଥାୟୀ ରୂପରେ ମାତା ଲକ୍ଷ୍ମୀଙ୍କ ବାସ ହେବ ।

ଏହା ସହିତ ଘରେ ହସଖୁସିର ବାତା ବରଣ ବି ରହିବ । କେବେ ହେଲେ ଦୁଖ ଓ ଦରିଦ୍ରତାର ବସ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ । ମନ୍ତ୍ର ଜପ କରିବା ପାଇଁ ସବୁଦିନ ପ୍ରଥମେ ନିଜର ଇଷ୍ଟ ଦେବତାଙ୍କ ପୂଜା କରନ୍ତୁ । ଏହା ପରେ ତୁଳସୀ ଗଛ ପାଖକୁ ଯାଇ ପ୍ରଣାମ କରିବେ ଓ ତୁଳସୀ ଗଛରେ ଶୁଦ୍ଧ ପାଣି ଅର୍ପଣ କରନ୍ତୁ । ଆପଣ ଚାହିଁବେ ତ ଗଙ୍ଗା ଜଳ ବି ଅର୍ପଣ କରି ପାରିବେ । ଏହା ପରେ ସିନ୍ଦୁର, ହଳଦୀ ଓ ଚନ୍ଦନ ଲଗାନ୍ତୁ ।

ଏହାକୁ ତୁଳସୀ ଗଛର ତିଳକ ରୂପେ ଲଗାଯାଏ । ଯାହାକି ସମସ୍ତଙ୍କୁ ପସନ୍ଦ ଅଟେ । ଏହା ପରେ ତୁଳସୀ ଗଛ ନିକଟରେ ଘିଅର ଦୀପ ଓ ଧୂପକାଠି ଲଗାନ୍ତୁ । ତୁଳସୀ ଗଛ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ । ତୁଲସୀ ଗଛ ସାମ୍ନାରେ ବସି ତୁଳସୀ ମାଳ ଦ୍ଵାରା ୧୧ ଥର ଏକ ଖାସ ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର -

ମହାପ୍ରସାଦ, ଜନନୀ ସର୍ବ ସୋଭାଗ୍ୟବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟମ ତୁଳସୀ ତ୍ଵମ ନମୋସ୍ତୁତେ ।

ଏହି ମନ୍ତ୍ର ଜପ କରିବା ପରେ ତୁଳସୀ ଗଛକୁ ଛୁଇଁ ନିଜର ସମସ୍ତ ମନସ୍କାମନା କହି ଦିଅନ୍ତୁ । ଏହିଭଳି କରିଲେ ଆପଣଙ୍କ ସମସ୍ତ ମନସ୍କାମନା ସିଧା ଭଗବାନଙ୍କ ପାଖରେ ପହଞ୍ଚିଯାଏ । ଯେମିତି କି ଆପଣ ମାନେ ଜାଣିଛନ୍ତି ଯେ ଭଗବାନ ବିଷ୍ଣୁ ତୁଳସୀ ଗଛକୁ ବହୁତ ପସନ୍ଦ କରନ୍ତି । ଏହା ଛଡା ଭଗବାନ ବିଷ୍ଣୁଙ୍କ ଆରାଧନା ବ୍ରହ୍ମା ବି କରନ୍ତି ଏହା ସହିତ ଭଗବାନ ଶିବ ବି ପୂଜା କରନ୍ତି । ଅର୍ଥାତ କହିବାକୁ ଗଲେ ତ୍ରିଦେବଙ୍କ କୃପା ସିଧାସଳଖ ଆପଣଙ୍କ ଉପରେ ପଡିବ । ଏହି ମନ୍ତ୍ରର ପ୍ରଭାବରେ ଭଗବାନଙ୍କୁ ଆପଣଙ୍କ ମନସ୍କାମନା ନିଶ୍ଚିତ ରୂପରେ ପୂର୍ଣ କରିବାକୁ ପଡିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV