Dailyhunt
ଯଦି ପଢାରେ ମନ ଲାଗୁନଥାଏ. ତେବେ ଏହି କାହାଣୀକୁ ନିହାତି ଥରେ ଜାଣନ୍ତୁ, Study Motivational Speech

ଯଦି ପଢାରେ ମନ ଲାଗୁନଥାଏ. ତେବେ ଏହି କାହାଣୀକୁ ନିହାତି ଥରେ ଜାଣନ୍ତୁ, Study Motivational Speech

ପ୍ରତ୍ଯେକ ବ୍ୟକ୍ତିକୁ ଶିକ୍ଷାର ଆବଶ୍ୟକତା ବହୁତ ଅଧିକ ଦରକାର ପଡିଥାଏ । କାରଣ ଶିକ୍ଷା ଦ୍ଵାରା ବ୍ୟକ୍ତି ଜୀବନକୁ କିପରି ଭଲ ଭାବେ ବଞ୍ଚିପାରିବ ? ସେହି ସବୁ ଜ୍ଞାନ ସେଥିରୁ ସେ ଧୀରେ ଧୀରେ କରି ଜାଣିପାରିଥାଏ । ତେବେ ପିଲା ଯଦି ଭଲ ପାଠ ପଡିଥାଏ । ତେବେ ସେ ଭଲ ଷ୍ଟୁଡେଣ୍ଟ ହେବା ସହ କ୍ଯାରିଅରରେ ମଧ୍ୟ ଖୁବ ଉନ୍ନତି କରିଥାଏ ।

ଜୀବନରେ ସଫଳ ବ୍ୟକ୍ତିଟିଏ ହୋଇପାରିଥାଏ । ତେବେ ଏହା ସବୁ ଆମେ ଆପଣଙ୍କୁ କହିବାର ମାନେ ହେଉଛି ।

ଯେ ବହୁତ ପିଲା ପାଠକୁ ଗୁରୁତ୍ଵ ଦେଇ ପଢିନଥାନ୍ତି । ସେମାନଙ୍କୁ ତାହାର କାରଣ ପଚାରିବାରୁ ସେମାନେ କହିଥାନ୍ତି । ଯେ ସେମାନଙ୍କୁ ପାଠ ପଢିବାକୁ ବୋର ଲାଗୁଛି । ପାଠ ପଢିବାକୁ ଇଛା ହେଉ ନାହିଁ କି ପାଠକୁ ପଢିଲେ ପାଠ ବି ମନେ ରହୁନାହିଁ । ତେବେ ପାଠ ପଢିବାକୁ ଇଚ୍ଛା ହେଉନଥିବା ପିଲା ମାନଙ୍କୁ ଆମେ ଏକ ବହୁତ ଭଲ କାହାଣୀ ଶୁଣାଇବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ତାଙ୍କର ମଧ୍ୟ ପାଠ ପଢା ପ୍ରତି ଆଗ୍ରହ ବଢିବ ।

ପିଲା ବେଳେ ଥରେ ବିବେକାନନ୍ଦ ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ମାଙ୍କଡ ମାନେ ଗୋଡାଇ ଥିଲେ । ତେବେ ସେହି ମାଙ୍କଡ ମାନଙ୍କୁ ଦେଖି ସେ ମଧ୍ୟ ବହୁତ ଜୋରରେ ଦୌଡିବାକୁ ଲାଗିଥିଲେ । ତେବେ ତାଙ୍କୁ ଜଣେ ଲୋକ କହିଥିଲେ । ଯେ ହେ ପୁଅ ତୁ ଯେତେ ଦୌଡିବୁ ମାଙ୍କଡ ମାନେ ତୋତେ ସେତେ ଗୋଡେଇବେ । ତେଣୁ ତୁ ନଦୌଡି ଗୋଟେ ଜାଗାରେ ଠିଆ ହୋଇପଡ । ଯେତେବେଳେ ସ୍ଵାମୀ ବିବେକାନନ୍ଦ ଏହି କଥା ଶୁଣି ନଦୌଡି ଗୋଟିଏ ସ୍ଥାନରେ ଠିଆ ହୋଇ ରହିଗଲେ ।

ତାପରେ ମାଙ୍କଡ ମାନେ ତାଙ୍କୁ ଆଉ ଗୋଡାଇ ନଥିଲେ । କିଛି ମାଙ୍କଡ ତାଙ୍କୁ ପ୍ରଥମେ ହଇରାଣ କରିଥିଲେ । ତାପରେ ସେମାନେ ମଧ୍ୟ ବିବେକାନନ୍ଦଙ୍କୁ ଆଉ ହଇରାଣ କରିନଥିଲେ । ତେବେ ଏହି କାହାଣୀଟି କହିବା ଉଦ୍ଧେଶ୍ୟ ହେଉଛି । ଯେଉଁ ପର୍ଯ୍ୟନ୍ତ ପିଲା ତା' ର ପାଠ ପଢାକୁ ନିଜର ଦୁର୍ବଳତା ବୋଲି ଭାବୁଥିବ ।

ସେହି ପର୍ଯ୍ୟନ୍ତ ସେହି ଦୁର୍ବଳତା ତା' ର ପିଛା ଜମାରୁ ବି ଛାଡିବ ନାହିଁ । ଯେତେବେଳେ ପିଲା ସମସ୍ଯାକୁ ଦେଖି ନଦୌଡି ସେହି ସମସ୍ଯାର ସମାଧାନ କରିବାକୁ ଚେଷ୍ଟା କରିବ । ତେବେ ଯାଇ ସେ ଜୀବନରେ କିଛି କରିପାରିବ । ତେଣୁ ନିଜର ଦୁର୍ବଳତାକୁ ହରେଇବାକୁ ଚେଷ୍ଟା କରନ୍ତୁ । ସେହି ଦୁର୍ବଳତାକୁ ନିଜର ସଫଳତାର ମନ୍ତ୍ର କରନ୍ତୁ । ଜୀବନରେ ପରିଶ୍ରମ କରନ୍ତୁ ।

ତେବେ ଯାଇ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଉଚିତ ଫଳ ମିଳିପାରିବ । ଆପଣ ମଧ୍ୟ ସଫଳ ବ୍ୟକ୍ତିଙ୍କ ତାଲିକାରେ ଗଣତି ହେବେ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV