Dailyhunt
୨ ସପ୍ତାହ ପାଇଁ ବନ୍ଦ ରହିବ ଯୁଦ୍ଧ : ଡୋନାଲ୍ଡ ଟ୍ରମ୍ପ

୨ ସପ୍ତାହ ପାଇଁ ବନ୍ଦ ରହିବ ଯୁଦ୍ଧ : ଡୋନାଲ୍ଡ ଟ୍ରମ୍ପ

The UTKAL PRAHARI 3 weeks ago

ମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇ ବିଶ୍ୱକୁ କିଛି ଆଶ୍ୱସ୍ତି ଯୋଗାଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ସେନାପ୍ରମୁଖ ଅସୀମ ମୁନିରଙ୍କ ଅନୁରୋଧ ପରେ ଇରାନ ଉପରେ ଚାଲୁଥିବା ଆକ୍ରମଣକୁ ୧୪ ଦିନ ପାଇଁ ସ୍ଥଗିତ ରଖିବାକୁ ଆମେରିକା ସମ୍ମତି ଦେଇଛି।

ଏହି ସମୟସୀମା ମଧ୍ୟରେ ବୋମାମାଡ଼ ଓ ସାମରିକ କାର୍ଯ୍ୟକଳାପ ରୋକାଯିବ।

ସେହିସହ ଟ୍ରମ୍ପ ଇରାନକୁ ହର୍ମୁଜ୍ ପ୍ରଣାଳୀକୁ ତୁରନ୍ତ ଓ ସୁରକ୍ଷିତ ଭାବରେ ଖୋଲିବାକୁ ଆହ୍ୱାନ କରିଛନ୍ତି। ଆମେରିକା ପକ୍ଷରୁ ଦିଆଯାଇଥିବା "୧୦-ସୂତ୍ରୀ ପ୍ରସ୍ତାବ" ଉପରେ ଆଲୋଚନା କରି ଏକ ସ୍ଥାୟୀ ସମାଧାନକୁ ପହଞ୍ଚିବା ଲକ୍ଷ୍ୟ ରହିଛି।

ଏହି ଅସ୍ଥାୟୀ ବିରାମକୁ ଚୁକ୍ତିକୁ ଅନ୍ତିମ ରୂପ ଦେବା ପାଇଁ ଅବସର ଭାବେ ଦେଖାଯାଉଛି। ଯଦି ଆଲୋଚନା ସଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ଦୀର୍ଘକାଳୀନ ଶାନ୍ତି ସ୍ଥାପନର ପଥ ଖୋଲିପାରେ ବୋଲି ଅନୁମାନ କରାଯାଉଛି।

Tags2 weeksDONALD TRUMPWar stopped

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari