Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର, 31 ମେ- ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁ ପକାଉଛି କୁପ୍ରଭାବ । ସଚେତନ କରିବା ଦିବସର ମୁଖ୍ୟ ଲକ୍ଷ୍ୟ । ଭାରତରେ ୪୫% କ୍ୟାନସର ତମାଖୁ ସେବନ ଯୋଗୁ ହେଉଛି । ଜୀବନ ନେଉଛି ବିଡି, ସିଗାରେଟ୍, ଗୁଟଖା, ଜର୍ଦ୍ଦା ସେବନ । ମୁଖ ଓ ଫୁସଫୁସ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି ଲୋକେ ।

ବିଶ୍ୱ ତମାଖୁ ନିଷେଧ ଦିବସରେ ତମାଖୁମୁକ୍ତ ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଛନ୍ତି ।ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ, ଆସନ୍ତୁ ଆମେ ଏକ ସୁସ୍ଥ ଏବଂ ତମାଖୁମୁକ୍ତ ସମାଜ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିବା।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତମାଖୁମୁକ୍ତ ଜୀବନ ହେଉଛି ଏକ ସୁସ୍ଥ ପରିବାର, ଏକ ସଶକ୍ତ ସମାଜ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ମୂଳ ଭିତ୍ତି।

ମୁଁ ସମସ୍ତଙ୍କୁ ତମାଖୁଠାରୁ ଦୂରେଇ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏହାଠାରୁ ଦୂରେଇ ରହିବାକୁ ପ୍ରେରିତ କରିବା ପାଇଁ ଆହ୍ୱାନ ଜଣାଉଛି।ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ଏକ ସୁସ୍ଥ, ସୁଖୀ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା।

ବିଶ୍ୱ ତମାଖୁ ବର୍ଜନ ଦିବସରେ ତମାଖୁ ବର୍ଜନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆସନ୍ତୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ତମାଖୁ ବର୍ଜନ କରିବା ପାଇଁ ଶପଥ ନେବା। ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା।

TagsCMhealth ministermessageworld no tobocca day

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari