Dailyhunt
ଆଜିଠୁ ଯୁକ୍ତ ୨ ଖାତା  ଦେଖା ଆରମ୍ଭ

ଆଜିଠୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ

The UTKAL PRAHARI 2 weeks ago

ଭୁବନେଶ୍ୱର, ୦୨ ଏପ୍ରିଲ - ଆଜିଠୁ ଆରମ୍ଭ ଯୁକ୍ତ ୨ ଖାତା ଦେଖା । ୨ଟି ପର୍ଯ୍ୟାୟରେ ସରିବ ମୂଲ୍ୟାଙ୍କନ । ଏପ୍ରିଲ ୨ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖାଯିବ । ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୫ ଏପ୍ରିଲରୁ ୨୬ ଏପ୍ରିଲ ମଧ୍ୟରେ ସରିବ । ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ସିଏଚଏସଇ କରୁଛି ପ୍ରସ୍ତୁତି ।

୩ ଲକ୍ଷ ୯୬ ହଜାର ୫୯୨ ପରୀକ୍ଷାର୍ଥୀଙ୍କ ଖାତା ଦେଖାଯିବ । ଫେବୃୟାରୀ ୧୮ ରୁ ଆରମ୍ଭ ହୋଇଥିବା ପରୀକ୍ଷା ମାର୍ଚ୍ଚ ୨୮ ରେ ଶେଷ ହୋଇଥିଲା । ଅନଲାଇନ୍ ଖାତା ଦେଖା ୨ ଟି ସିଫ୍ଟରେ ହେଉଛି । ସକାଳ ୦୭: ୩୦ ରୁ ୧୧: ୩୦ ଏବଂ ଦ୍ଵିତୀୟ ସିଫ୍ଟରେ ୧୨ ରୁ ୪ ଘଟିକା । ଅଫଲାଇନ ସକାଳ ୮ ରୁ ୧ ଘଟିକା ଯାଏ ଚାଲିବ ।

TagsevaluationPLUS TWOstartedtoday

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari