ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆକ୍ରମଣକୁ ଇରାନ ଏବଂ ତାହାର ସହଯୋଗୀମାନଙ୍କ ଦ୍ୱାରା ପ୍ରାୟ ଦୀର୍ଘଦିନ ଧରି ଚାଲିଆସୁଥିବା ହିଂସାର ପ୍ରତିଶୋଧ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ କେବେ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ। ବୁଧବାର ରାତିରେ ଟ୍ରମ୍ପ ଆମେରିକୀୟ ମତଦାତାଙ୍କ ନିକଟରୁ ଯୁଦ୍ଧ ପାଇଁ ସମର୍ଥନ ଆହ୍ୱାନ କରିଥିଲେ।
ଇରାନ ସହିତ ଯୁଦ୍ଧରେ ଆମେରିକା ବିଜୟ ହାସଲ କରିଛି। ଆମେରିକା ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା, ଏବଂ ଏହାର ନୌସେନାକୁ ନିରପେକ୍ଷ କରାଯାଇଛି। ଏହାର ସାମରିକ ଶକ୍ତି ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଏହି ସାମରିକ ଅଭିଯାନର ଏକ ପ୍ରମୁଖ ଉଦ୍ଦେଶ୍ୟ ହାସଲ ହେବାର ଦ୍ୱାରରେ ଅଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତି ଉଦ୍ଦେଶ୍ୟରେ ଗୁରୁବାର ସକାଳେ ସମ୍ବୋଧନ ଦେଇ ଏହା କହିଛନ୍ତି।
ଟ୍ରମ୍ପ କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ ଭୟଙ୍କର କ୍ଷତି ସହିଛି। ଆତଙ୍କବାଦକୁ ଇରାନର ପୂର୍ଣ୍ଣ ସମର୍ଥନ ରହିଛି। ନିଜର କର୍ମଫଳ ଇରାନକୁ ହିଁ ଭୋଗିବାକୁ ପଡ଼ିଛି। ଆମର ସମସ୍ତ ଟାର୍ଗେଟ ପୂରଣ ହୋଇସାରିଛି। ଇରାନର ସବୁ ନେତାଙ୍କୁ ଆମେ ମାରି ସାରିଛୁ। ଇରାନରେ ନେତୃତ୍ୱ ପରିବର୍ତ୍ତନ ହୋଇସାରିଛି। ଆମେରିକା ପାଖରେ ବହୁ ପରିମାଣରେ ତେଲ ରହିଛି। ସାରା ବିଶ୍ୱରେ ଆମେରିକା ପାଖରେ ଅଧିକ ଗ୍ୟାସ୍ ରହିଛି। ରୁଷ ଅପେକ୍ଷା ଅଧିକ ତେଲ ଉତ୍ପାଦନ କରୁଛି ଆମେରିକା। ଆମ ଭଳି ଦେଶ ସାରା ବିଶ୍ୱରେ ନାହିଁ।
Tags#warDONALD TRUMPspeechusa

