Dailyhunt
ଆମେରିକାର ଏକ ବିମାନ ମାରି ଖସାଇଥିବା ଇରାନର ଦାବି

ଆମେରିକାର ଏକ ବିମାନ ମାରି ଖସାଇଥିବା ଇରାନର ଦାବି

କ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଥିବା ନେଇ ଇରାନ ସେନା ଦାବି କରିଛି। ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନ ଏ-୧୦ ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଏ-୧୦ ବିମାନଟି ଏଫ-୧୫ଇ ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା ।

ଏ-୧୦ ର ପାଇଲଟ୍ ବିମାନରୁ ବାହାରି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ବେଳେ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା।

ରାଜଧାନୀ ତେହରାନର ପଶ୍ଚିମରେ ଅବସ୍ଥିତ କରଜରେ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ପୋଲ୍ ଉପରେ ହୋଇଥିବା ଆକ୍ରମଣ ପରେ ଇରାନ ଆକ୍ରାମକ ହୋଇଯାଇଛି। ସେ ଆଜି ସକାଳେରେ ଇସ୍ରାଏଲର ତିନୋଟି ସହର ଉପରେ ବାୟୁ ଆକ୍ରମଣ କରିଛି। ଏହା ସହ ଆମେରିକାର ଆଉ ଗୋଟିଏ ବିମାନକୁ ମାରି ଖସାଇଥିବା ଦାବି କରିଛି।

'ଦ ଟାଇମ୍ସ ଅଫ୍ ଇସ୍ରାଏଲ' ଖବରକାଗଜର ରିପୋର୍ଟ ଅନୁସାରେ, ଇରାନ ରାମତ ଗାନରେ ବୋମାମାଡ କରିଛି। ଏହି ବୋମାମାଡରେ ଗୋଟିଏ ଭବନ ଧ୍ୱଂସ ହୋଇଯାଇଛି। ଏହା ସହ ରୋଶ ହା'ଆୟିନରେ ହୋଇଥିବା ଆକ୍ରମଣରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଛି। ଫାୟାର ଏଣ୍ଡ ରେସ୍କ୍ୟୁ ସର୍ଭିସ୍ ଏହାକୁ ସ୍ପଷ୍ଟ କରିଛି। ସେମାନଙ୍କ କହିବା ଅନୁସାରେ, ଇରାନ ବିଅରଶେବାର ଦକ୍ଷିଣରେ ଅବସ୍ଥିତ ନିଓତ ହୋଭାଭ ଶିଳ୍ପ ଅଞ୍ଚଳ ଉପରେ ବ୍ୟାଲିଷ୍ଟିକ୍ ମିସାଇଲ୍ ମାଡ଼ ମାରିଛି। ଏହା ସହ ବେନି ବ୍ରାକରେ ହୋଇଥିବା ଆକ୍ରମଣରେ ଗୋଟିଏ ବ୍ୟକ୍ତି ହାଲୁକା ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମୟାନେଇ ହାଯେଶୁଆ ମେଡିକାଲ୍ ସେଣ୍ଟରକୁ ନିଆଯାଇଛି।

Tags#attackflightIranisrealus

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari