ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ୯୪ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ଭୋର୍ ୪ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବାବେଳେ, ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ତାଙ୍କ ଦେହାବସାନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।
୧୯୩୨ ଜାନୁଆରୀ ୧ରେ ବାରାବାଙ୍କିରେ ଜନ୍ମଗ୍ରହଣ କରିଥିବା କିଦୱାଇ ଦୀର୍ଘ ରାଜନୈତିକ ଜୀବନରେ ଅନେକ ଦାୟିତ୍ୱ ପାଳନ କରିଛନ୍ତି। ସେ ମେରଠରୁ ତିନିଥର ଲୋକସଭା ସାଂସଦ ହେବା ସହ ଦୁଇଥର ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।
ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ଭଳି ବିଭାଗର ଦାୟିତ୍ୱ ନେଇଥିଲେ। ଏହାସହ ସେ କଂଗ୍ରେସ ସଂଗଠନର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଦଳକୁ ଦୀର୍ଘ ସମୟ ସେବା ଦେଇଥିଲେ।
TagsMohsina Kidwaipasses awaySenior Congress leader

